ଏନସିସି ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏନସିସି କ୍ୟାଡେଟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ଶ୍ରୀ ମୋଦୀ ସାରା ଦେଶର ପୂର୍ବତନ ଏନସିସି ଛାତ୍ରଛାତ୍ରୀଙ୍କୁ ଏନସିସି ଆଲୁମନାଇ ସଙ୍ଘକୁ ସମର୍ଥନ ଦେବା ସହ ସଙ୍ଘର କାର୍ଯ୍ୟକ୍ରମରେ ଭାଗ ନେଇ ସଙ୍ଘକୁ ସମୃଦ୍ଧ କରିବାକୁ ଅନୁରୋଧ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ ଟ୍ୱିଟ ଶୃଙ୍ଖଳରେ କହିଛନ୍ତି;
“ଏନସିସି ଦିବସର ଶୁଭେଚ୍ଛା । ‘ଏକତା ଓ ଅନୁଶାସନ’ ଆଦର୍ଶ ଦ୍ୱାରା ପ୍ରେରିତ ଏନସିସି ଭାରତୀୟ ଯୁବ ପୀଢିଙ୍କୁ ସେମାନଙ୍କ ପ୍ରକୃତ ଦକ୍ଷତାକୁ ବୁଝାଇବା ତଥା ଦେଶ ନିର୍ମାଣରେ ଯୋଗଦାନ କରିବାକୁ ସୁଯୋଗ ପ୍ରଦାନ କରିଥାଏ । ଚଳିତ ବର୍ଷ ଜାନୁୟାରୀରେ ଏନସିସି ରାଲି ଅବସରରେ ଦେଇଥିବା ବକ୍ତବ୍ୟ ଉପସ୍ଥାପିତ କରୁଛି ।
କିଛି ଦିନ ପୂର୍ବେ ଝାନସି ଠାରେ ରାଷ୍ଟ୍ର ରକ୍ଷା ସମର୍ପଣ ପର୍ବ ଅବସରରେ ଏନସିସି ଆଲୁମନାଇ ସଙ୍ଘର ପ୍ରଥମ ସଦସ୍ୟ ଭାବେ ପଞ୍ଜିକୃତ ହେବାର ଗୌରବ ମିଳିଥିଲା । ଏନସିସି ସହ ଜଡିତ ସମସ୍ତଙ୍କୁ ଏକାଠି କରିବାକୁ ଆଲୁମନାଇ ସଙ୍ଘ ଗଠନ ଏକ ପ୍ରଶଂସାଯୋଗ୍ୟ ପଦକ୍ଷେପ ।
A few days back, during the 'Rashtra Raksha Samparpan Parv’ in Jhansi, I was honoured to register as the first member of the NCC Alumni Association. The formation of an Alumni Association is a commendable effort to bring together all those who have been associated with NCC. pic.twitter.com/MFuCf5YD0g
— Narendra Modi (@narendramodi) November 28, 2021
ସାରା ଭାରତର ପୂର୍ବତନ ଏନସିସି ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରୁଛି ସେମାନେ ଏନସିସି ଆଲୁମନାଇ ସଙ୍ଘକୁ ସମର୍ଥନ ପ୍ରଦାନ କରି ସମୃଦ୍ଧ କରନ୍ତୁ ଓ ସଙ୍ଘର କାର୍ଯ୍ୟକ୍ରମରେ ଭାଗ ନିଅନ୍ତୁ । ଏନସିସି ଅଭିଜ୍ଞତାକୁ ଅଧିକ ପ୍ରାଣବନ୍ତ ଓ ସାର୍ଥକ କରିବା ପାଇଁ ଭାରତ ସରକାର ଅନେକ ପଦକ୍ଷେପ ନେଇଛନ୍ତି । https://t.co/CPMGLryRXX”