ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଉତ୍ତର ପୂର୍ବାଞ୍ଚଳ ଦେଶର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ଉଭା ହେଉଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି । ପର୍ଯ୍ୟଟନରେ ବୃଦ୍ଧି ଏହି ଅଞ୍ଚଳର ପ୍ରଗତିକୁ ଦର୍ଶାଉଛି ବୋଲି ଶ୍ରୀ ମୋଦୀ କହିଛନ୍ତି ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜି କିଷନ ରେଡ୍ଡୀଙ୍କ ଏକ ଟ୍ୱିଟ ଶୃଙ୍ଖଳରେ ସୂଚନା ଦେଇଥିଲେ, ୨୦୨୨ ବର୍ଷରେ ୧୧.୮ ମିଲିୟନରୁ ଅଧିକ ଘରୋଇ ଓ ଏକ ଲକ୍ଷରୁ ଅଧିକ ବିଦେଶୀ ପର୍ଯ୍ୟଟକଙ୍କ ସହ ଉତ୍ତର ପୂର୍ବାଞ୍ଚଳରେ ରେକର୍ଡ ପର୍ଯ୍ୟଟକ ପଞ୍ଜୀକୃତ ହୋଇଛନ୍ତି । ଏହାର ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଉତ୍ସାହପ୍ରଦ ଧାରା । ପର୍ଯ୍ୟଟନରେ ବୃଦ୍ଧି ଏହି ଅଞ୍ଚଳର ପ୍ରଗତିକୁ ଦର୍ଶାଉଛି ।”
Gladdening trend. Increased tourism means increased prosperity in the region. https://t.co/hCwjqEef0o
— Narendra Modi (@narendramodi) April 4, 2023