ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜମ୍ମୁ ଓ କଶ୍ମୀରର ବାରାମୁଲା ଜିଲ୍ଲାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉଦଘାଟନ ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ପ୍ରକଳ୍ପଗୁଡିକ ମଧ୍ୟରେ ଚାଷୀମାନଙ୍କ ପାଇଁ ୭ଟି କଷ୍ଟମ ହାୟାରିଂ କେନ୍ଦ୍ର, ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକଙ୍କ ପାଇଁ ୯ଟି ପଲି ଗ୍ରୀନ ହାଉସ ସାମିଲ ରହିଛି ।
ଜମ୍ମୁ ଓ କଶ୍ମୀରର ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟର ଟ୍ୱିଟ ଶୃଙ୍ଖଳା ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଉଦଘାଟିତ ହୋଇଥିବା ଉନ୍ନୟନମୂଳକ ପ୍ରକଳ୍ପଗୁଡିକର ବିବିଧତା ଜମ୍ମୁ ଓ କଶ୍ମୀରବାସୀ, ବିଶେଷ କରି ଆକାଂକ୍ଷୀ ଜିଲ୍ଲାବାସୀଙ୍କ ଜୀବନର ଗୁଣବତ୍ତା ସମୃଦ୍ଧ କରିବା ଦିଗରେ ଆମ ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି ।”
The remarkable range of developmental works inaugurated stand as a testament to our commitment towards enhancing the quality of life for the people of Jammu and Kashmir, especially the aspirational districts. https://t.co/4nFo6RWuul
— Narendra Modi (@narendramodi) June 1, 2023