ହିମାଚଳ ପ୍ରଦେଶର କୁଲୁ ଠାରେ ଅଗ୍ନିକାଣ୍ଡ ଯୋଗୁଁ ପ୍ରଭାବିତ ପରିବାରଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ସମବେଦନା ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟରେ ସମ୍ପୂର୍ଣ୍ଣ ତତ୍ପରତାର ସହ ନିୟୋଜିତ ଅଛନ୍ତି ବୋଲି ସେ କହିଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ହିମାଚଳ ପ୍ରଦେଶର କୁଲୁ ଠାରେ ହୋଇଥିବା ଅଗ୍ନିକାଣ୍ଡ ଖୁବ ଦୁଃଖଦ । ଐତିହାସିକ ମଲାଣା ଗାଁରେ ହୋଇଥିବା ଏହି ଅଗ୍ନିକାଣ୍ଡରେ ପ୍ରଭାବିତ ସମସ୍ତ ପରିବାର ପ୍ରତି ସମବେଦନା ବ୍ୟକ୍ତ କରୁଛି । ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟରେ ସମ୍ପୂର୍ଣ୍ଣ ତତ୍ପରତାର ସହ ନିୟୋଜିତ ଅଛନ୍ତି ।”
हिमाचल प्रदेश के कुल्लू में हुआ अग्निकांड अत्यंत दुखद है। ऐतिहासिक मलाणा गांव में हुई इस त्रासदी के सभी पीड़ित परिवारों के प्रति मैं अपनी संवेदना व्यक्त करता हूं। राज्य सरकार और स्थानीय प्रशासन राहत और बचाव के काम में पूरी तत्परता से जुटे हैं।
— Narendra Modi (@narendramodi) October 27, 2021