Quoteବାରଣାସୀ ଛାଉଣୀ ଷ୍ଟେସନରୁ ଗୋଡ଼ୱାଲିଆ ପର୍ଯ୍ୟନ୍ତ ଯାତ୍ରୀ ରୋପ ୱେ’ର ଶିଳାନ୍ୟାସ
Quoteଜଳ ଜୀବନ ମିଶନ ଅଧିନରେ ୧୯ଟି ପାନୀୟଜଳ ଯୋଜନାର ଲୋକାର୍ପଣ
Quote“ଜନସାଧାରଣଙ୍କ ସଂଦେହକୁ ମିଥ୍ୟା ପ୍ରମାଣିତ କରି କାଶୀ ନଗରୀର ଅବସ୍ଥାନ୍ତର ଆଣିବାରେ ସଫଳ ହୋଇଛି”
Quote“ଗତ ନଅ ବର୍ଷ ମଧ୍ୟରେ ଗଙ୍ଗା ଘାଟଗୁଡ଼ିକର ଦୃଶ୍ୟପଟ ପରିବର୍ତ୍ତନର ସମସ୍ତେ ସାକ୍ଷୀ ଅଛନ୍ତି”
Quote“ଗତ ତିନିବର୍ଷ ମଧ୍ୟରେ ଦେଶର ଆଠ କୋଟି ପରିବାର ପାଇପ ପାଣି ପାଇପାରିଛନ୍ତି”
Quote“ସରକାର ଚାହାନ୍ତି ପ୍ରତ୍ୟେକ ନାଗରିକଙ୍କର ଅବଦାନ ରହୁ ଓ ଅମୃତ କାଳରେ ଭାରତର ବିକାଶ ଯାତ୍ରାରେ କେହି ବି ପଛରେ ପଡ଼ନ୍ତୁ ନାହିଁ”
Quote“ରାଜ୍ୟର ପ୍ରତ୍ୟେକ କ୍ଷେତ୍ରରେ ବିକାଶରେ ଉତ୍ତର ପ୍ରଦେଶ ନୂତନ ଗତି ଦେଉଛି”
Quote“ହତାଶାର ଛାଇରୁ ମୁକ୍ତିପାଇ ଉତ୍ତର ପ୍ରଦେଶ ବର୍ତ୍ତମାନ ଆଶା ଓ ଆକାଂକ୍ଷାର ନୂତନ ପଥରେ ଅଗ୍ରସର ହେଉଛି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୪-୦୩-୨୦୨୩) ବାରଣାସୀ ଠାରେ ୧୭୮ଠ କୋଟି ଟଙ୍କାରୁ ଅଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ବାରଣାସୀ ଛାଉଣୀ ଷ୍ଟେସନରୁ ଗୋଡ଼ୱାଲିଆ ପର୍ଯ୍ୟନ୍ତ ରୋପ ୱେ’ର ଶିଳାନ୍ୟାସ, ନମାମି ଗଙ୍ଗା ଯୋଜନା ଅଧିନରେ ଗୋଟିଏ ୫୫ ଏମଏଲଡି ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ, ସିଗ୍ରା ଷ୍ଟାଡିୟମର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପୁନର୍ବିକାଶ କାର୍ଯ୍ୟ, ଇଶରୱାର ଗ୍ରାମରେ ଏକ ଏଲପିଜି ବଟଲିଂ ପ୍ଲାଣ୍ଟ, ସେବା ପୁରୀ ଠାରେ ହିନ୍ଦୁସ୍ତାନ ପେଟ୍ରୋଲିୟମ ନିଗମ ଲିମିଟେଡ ଦ୍ୱାରା ଏହା ନିର୍ମିତ ହେବ । ବରଥରା ଗ୍ରାମରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଲୁଗା ବଦଳିବା ପ୍ରକୋଷ୍ଠ ସହ ଭାସମାନ ଜେଟି ଇତ୍ୟାଦି ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ମଧ୍ୟ ଜଳ ଜୀବନ ମିଶନ ଅଧୀନରେ ୧୯ଟି ପାନୀୟଜଳ ଯୋଜନା ଲୋକାର୍ପିତ କରିଛନ୍ତି । ଏହା ଦ୍ୱାରା ୬୩ଟି ଗ୍ରାମପଞ୍ଚାୟତରେ ତିନି ଲକ୍ଷରୁ ଊଦ୍ଧ୍ୱର୍ ଜନସାଧାରଣ ଉପକୃତ ହେବ । ଏହି ଅଭିଯାନ ଅଧୀନରେ ସେ ମଧ୍ୟ ୫୯ଟି ପାନୀୟ ଜଳ ଯୋଜନା ପାଇଁ ଶିଳାନ୍ୟାସ କରିଛନ୍ତି । ସେ ମଧ୍ୟ କାରଖିୟାଁ ଠାରେ ଗ୍ରେଡିଂ ପାଇଁ ସମନ୍ୱିତ ପ୍ୟାକ ହାଉସର ଲୋକାର୍ପଣ କରୁଛନ୍ତି । ଏହା ଫଳ ଓ ପନିପରିବା ବାଛିବା ଓ ପ୍ରକ୍ରିୟାକରଣ କରିବ । ସେ ମଧ୍ୟ ବାରଣାସୀ ସ୍ମାର୍ଟସିଟି ଅଧୀନରେ ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ କରିଥିଲେ ।

|

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ହେଉଛି ନବରାତ୍ରର ଏକ ଶୁଭଦିନ ଓ ଏହି ଦିନରେ ମା’ ଚନ୍ଦ୍ରଘଣ୍ଟାଙ୍କୁ ପୂଜାର୍ଚ୍ଚନା କରାଯାଏ । ଏପରି ସ୍ୱତନ୍ତ୍ର ସମୟରେ ନାଗରିକମାନଙ୍କ ସହ ଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିବା ସହ ବାରଣାସୀର ସମୃଦ୍ଧିର ଏକ ନୂତନ ଅଧ୍ୟାୟ ଆରମ୍ଭ ହେଲା ବୋଲି କହିଛନ୍ତି । ଯାତ୍ରୀ ରୋପ ୱେ’ର ଶିଳାନ୍ୟାସ ସହ ଶହ ଶହ କୋଟି ଟଙ୍କାର ଅନ୍ୟାନ୍ୟ ପ୍ରକଳ୍ପ ନେଇ ମଧ୍ୟ ପଦକ୍ଷେପ ନିଆଯାଇଛି, ଯାହା ବାରଣାସୀର ବିକାଶରେ ସହାୟକ ହେବ । ଏହିସବୁ ପ୍ରକଳ୍ପଗୁଡ଼ିକ ମଧ୍ୟରେ ପାନୀୟଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ଗଙ୍ଗା ସଫେଇ, ବନ୍ୟା ନିୟନ୍ତ୍ରଣ, ପୁଲିସ ଓ କ୍ରୀଡ଼ା ସେବା ଇତ୍ୟାଦି ରହିଛି ବୋଲି ସେ କହିଥିଲେ । ବିଏଚୟୁରେ ମେସିନ ଯନ୍ତ୍ରାଂଶ ପରିପାଟୀର ଏକ ଉକ୍ରର୍ଷ କେନ୍ଦ୍ର ମଧ୍ୟ ସ୍ଥାପନ କରାଯାଇଛି ଓ ଏହି ବିଶ୍ୱସ୍ତରୀୟ ପ୍ରତିଷ୍ଠାନ ଅନେକ ଉପାଦେୟ ହେବ । ଆଜିର ବିକାଶ ପ୍ରକଳ୍ପଗୁଡ଼ିକ ନିମନ୍ତେ ପ୍ରଧାନମନ୍ତ୍ରୀ ବାରଣାସୀ ଓ ପୂର୍ବାଞ୍ଚଳର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କାଶୀର ବିକାଶ ନେଇ ସବୁଆଡୁ ଚର୍ଚ୍ଚା ହେଉଛି ଓ ପ୍ରତ୍ୟେକ ପରିଦର୍ଶକ ନୂତନ ଶକ୍ତି ନେଇ ଏଠାରୁ ଫେରୁଛନ୍ତି । ଜନସାଧାରଣଙ୍କ ସଂଦେହକୁ ମିଥ୍ୟା ପ୍ରମାଣିତ କରି କାଶୀ ନଗରୀର ଅବସ୍ଥାନ୍ତର ଆଣିବାରେ ସମର୍ଥ ହୋଇଛି । ପ୍ରଧାନମନ୍ତ୍ରୀ ଏକାଠି ପୁରୁଣା ଓ ନୂତନ କାଶୀର ଦର୍ଶନ ସମ୍ପର୍କରେ ଅବତାରଣା କରିଥିଲେ । କାଶୀ ବିଶ୍ୱନାଥ ଧାମ, ଗଙ୍ଗା ଘାଟ କାର୍ଯ୍ୟ ଓ ଦୀର୍ଘତମ ନୌଯାତ୍ରା ନେଇ ବିଶ୍ୱରେ ଗୁଞ୍ଜରଣ ସୃଷ୍ଟି ହୋଇଛି। ମାତ୍ର ବର୍ଷକ ମଧ୍ୟରେ ସାତ କୋଟିରୁ ଅଧିକ ପର୍ଯ୍ୟଟକ କାଶୀ ଦର୍ଶନ କରିଛନ୍ତି । ଏହି ପର୍ଯ୍ୟଟକମାନେ ନୂତନ ଆର୍ଥିକ ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି ।

|

ନଗରୀର ସୌନ୍ଦର୍ଯ୍ୟକରଣ ଓ ପର୍ଯ୍ୟଟନ ନେଇ ନୂତନ ବିକାଶ ପ୍ରକଳ୍ପ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। “ସେ ସଡ଼କ ହେଉ ବା ସେତୁ, ରେଳବାଇ ବା ବିମାନବନ୍ଦର ସଂଯୋଗୀକରଣ ବାରଣାସୀକୁ ସୁଗମ ହୋଇଛି” କହି ପ୍ରଧାନମନ୍ତ୍ରୀ ରୋପ ୱେ’ ପ୍ରକଳ୍ପ ନଗରୀର ସଂଯୋଗୀକରଣ ସ୍ତରକୁ ଖୁବ ଉଚ୍ଚକୁ ନେଇଯିବ ବୋଲି କହିଥିଲେ । ଏହା ନଗରୀକୁ ଆସିବା ସୁବିଧା ସହ ପର୍ଯ୍ୟଟକମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ମଧ୍ୟ ପାଲଟିବ । ରୋପ ୱେ’ କାର୍ଯ୍ୟ ଶେଷ ହେଲେ ବନାରସ ଛାଉଣୀ ରେଳ ଷ୍ଟେସନ ଓ କାଶୀ ବିଶ୍ୱନାଥ କରିଡର କେଇ ମିନିଟ ମଧ୍ୟରେ ଆସି ହେବା ସହ ଛାଉଣୀ ଷ୍ଟେସନ ଓ ଗୋଡ଼ୱାଲିଆ ମଧ୍ୟରେ ଭିଡ଼ ମଧ୍ୟ ହ୍ରାସ ପାଇବ । ବାହାର ରାଜ୍ୟ ଓ ନଗରୀରୁ ଆସୁଥିବା ପର୍ଯ୍ୟଟକମାନେ ଖୁବ କମ ସମୟ ମଧ୍ୟରେ ନଗର ପରିକ୍ରମା କରିପାରିବେ । ରୋପ ୱେ’ ପାଇଁ ଆଧୁନିକ ସୁବିଧା ମଧ୍ୟ ଆର୍ଥିକ କାର୍ଯ୍ୟକଳାପର ନୂତନ କେନ୍ଦ୍ର ସୃଷ୍ଟି କରିବ ।

ପ୍ରଧାନମନ୍ତ୍ରୀ ବାବାତିପୁର ବିମାନବନ୍ଦରରେ ନୂତନ ଏଟିସି ଟାୱାର ସମ୍ପର୍କରେ ମଧ୍ୟ କହିଥିଲେ, ଯାହା କାଶୀକୁ ବିମାନ ସଂଯୋଗୀକରଣ ପଥ ସୁଗମ କରିବ । ସେ ମଧ୍ୟ ଭାସମାନ ଜେଟିର ବିକାଶ ସମ୍ପର୍କରେ କହିବା ସହ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକଙ୍କ ସୁବିଧା ହେଉଛି ମୁଖ୍ୟ ବୋଲି କହିଥିଲେ । ନମାମି ଗଙ୍ଗେ ଅଭିଯାନ ଅଧୀନରେ ଗଙ୍ଗା କୂଳରେ ଥିବା ସମସ୍ତ ନଗରୀଗୁଡ଼ିକରେ ବର୍ଜ୍ୟ ପରିଚାଳନା ପ୍ଲାଣ୍ଟ କରାଯାଇ ଗତ ନଅ ବର୍ଷ ମଧ୍ୟ ଗଙ୍ଗା ଘାଟଗୁଡ଼ିକର ଦୃଶ୍ୟପଟ ପରିବର୍ତ୍ତନ ସମସ୍ତେ ଦେଖିଛନ୍ତି ବୋଲି କହି ପ୍ରଧାନମନ୍ତ୍ରୀ ଗଙ୍ଗା ନଦୀର ଉଭୟ ପାଶ୍ୱର୍ରେ ଏକ ନୂତନ ପରିବେଶଭିତ୍ତିକ ଅଭିଯାନ କରାଯାଇ ସରକାର କୂଳର ପାଞ୍ଚ କିଲୋମିଟର ପର୍ଯ୍ୟନ୍ତ ପ୍ରାକୃତିକ କୃଷି ପାଇଁ ପ୍ରୋତ୍ସାହନ ଦେଉଛନ୍ତି ବୋଲି କହିଥିଲେ । ଏଥିପାଇଁ ଚଳିତ ବର୍ଷ ବଜେଟରେ ସ୍ୱତନ୍ତ୍ର ବ୍ୟୟ ବରାଦ ହୋଇଛି । ନୂତନ କେନ୍ଦ୍ରମାନଙ୍କ ବିକଶିତ ହେଉଛି ଯାହା ଫଳରେ ଚାଷୀମାନଙ୍କୁ ପ୍ରାକୃତିକ କୃଷି ନିମନ୍ତେ ସହାୟତା ପ୍ରଦାନ କରାଯାଇପାରିବ ।

|

ପ୍ରଧାନମନ୍ତ୍ରୀ ଖୁସୀ ପ୍ରକଟ କରି କହିଥିଲେ ଯେ ବାରଣାସୀ ସହ ସମଗ୍ର ପୂର୍ବ ଉତ୍ତର ପ୍ରଦେଶ କୃଷି ଓ କୃଷିଜାତ ସାମଗ୍ରୀ ରପ୍ତାନୀର ଏକ ପେଣ୍ଠସ୍ଥଳ ହେବାକୁ ଯାଉଛି । ପ୍ରକ୍ରିୟାକରଣ, ପରିବହନ ଓ ଭଣ୍ଡାରଣ ସୁବିଧା ବାରଣାସୀରେ ଲେଙ୍ଗଡା ଆମ୍ବ, ଗାଜିପୁରର ଭେଣ୍ଡି ଓ କଞ୍ଚାଲଙ୍କା, ଜୁଆନପୁରର ମୂଳା ଓ ଖରଭୂଜକୁ ଆନ୍ତର୍ଜାତିକ ବଜାରରେ ପହଞ୍ଚାଇବାରେ ସହାୟକ ହୋଇଛି ।

ସ୍ୱଚ୍ଛ ପାନୀୟ ଜଳ ସମସ୍ୟା ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାରଙ୍କ ଦ୍ୱାରା ବଛା ଯାଇଥିବା ବିକାଶରେ ଉଭୟ ସେବା ଓ ଅନୁକମ୍ପା ଭାବ ରହିଛି । ସ୍ୱଚ୍ଛ ପାନୀୟ ଜଳକୁ ନେଇ ଅନେକ ପ୍ରକଳ୍ପ ଆଜି ଲୋକାର୍ପିତ ହୋଇଥିବା ବେଳେ, ଅନେକର ଶିଳାନ୍ୟାସ ହୋଇଛି । ସେ ‘ନଲ ନଲ ସେ ଜଲ’ ଅଭିଯାନ ଉପରେ ଆଲୋକପାତ କରି ଗତ ତିନିବର୍ଷ ମଧ୍ୟରେ ଆଠ କୋଟି ଘରକୁ ପାଇପ ପାଣି ଯୋଗାଇ ଦିଆଯାଇଥିବା ପ୍ରକାଶ କରିଥିଲେ । ସେ ମଧ୍ୟ ଉଜ୍ଜଳା ଯୋଜନାର ଅବତାରଣା କରି ସେବାପୁରୀର ବଟଲିଂ ପ୍ଲାଣ୍ଟ କେବଳ ହିତାଧିକାରୀଙ୍କୁ ସୁବିଧା ଦେବ ନାହିଁ ବରଂ ପୂର୍ବ ଉତ୍ତର ପ୍ରଦେଶ ଓ ପଶ୍ଚିମ ବିହାର ଗ୍ୟାସ ଚାହିଦା ପୂରଣ କରିବ ବୋଲି କହିଥିଲେ ।

|

କେନ୍ଦ୍ର ଓ ଉତ୍ତର ପ୍ରଦେଶ ସରକାର ଗରୀବଙ୍କ ସେବା ବିଶ୍ୱାସ କରୁଥିବାରୁ ଲୋକମାନେ ତାଙ୍କୁ ପ୍ରଧାନମନ୍ତ୍ରୀ କହିପାରନ୍ତି, ମାତ୍ର ସେ କେବଳ ଲୋକମାନଙ୍କ ସେବା ପାଇଁ ଏଠାକୁ ଆସିଛନ୍ତି ବୋଲି କହିଥିଲେ । ପୂର୍ବରୁ ଆଜି ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କ ସହିତ ମତ ବିନିମୟର ସ୍ମୃତିଚାରଣ କରି ସେ କହିଥିଲେ ଯେ ସରକାରୀ ଯୋଜନାରେ ହଜାର ହଜାର ବାରଣାସୀବାସୀ ଉପକୃତ ହୋଇଥିବା ତାଙ୍କୁ କହିଛନ୍ତି । ୨୦୧୪ ପୂର୍ବରୁ ଗୋଟିଏ ବ୍ୟାଙ୍କ ଖାତା ଖୋଲିବା ଏକ କଷ୍ଟକର କଥା ହୋଇଥିବା ବେଳେ ଆଜି ଦେଶର ଦରିଦ୍ରତମ ବ୍ୟକ୍ତି ମଧ୍ୟ ଜନଧନ ବ୍ୟାଙ୍କ ଖାତା ଜରିଆରେ ଖାତା ଖୋଲିପାରୁଛ ଓ ସରକାରୀ ସହାୟତା ସିଧାସଳଖ ତାଙ୍କ ବ୍ୟାଙ୍କ ଖାତାରେ ପହଞ୍ଚୁଛି ବୋଲି କହିଥିଲେ । ଆଜି ଗୋରୁଗାଈ ଓ ମାଛ ଚାଷୀମାନେ କିଶାନ କ୍ରେଡିଟ କାର୍ଡ ପାଇଛନ୍ତି, ରାସ୍ତାକଡ଼ ଦୋକାନୀମାନେ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ଋଣ ପାଇପାରିଛନ୍ତି, ଦେଶର ବିଶ୍ୱକର୍ମମାନଙ୍କ ନିମନ୍ତେ ପିଏମ ବିଶ୍ୱକର୍ମା ଯୋଜନା ପ୍ରବର୍ତ୍ତିତ ହୋଇଛି । “ସରକାର ଦେଖୁଛନ୍ତି ଯେପରି ପ୍ରତ୍ୟେକ ନାଗରିକର ଅବଦାନ ରହିଛି ଓ ଅମୃତ କାଳର ଯାତ୍ରାରେ ପ୍ରତ୍ୟେକ ଯେପରି ପଛରେ ନ ରହନ୍ତି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ବନାରସ ଖେଲୋ ପ୍ରତିଯୋଗିତାରେ କିପରି ଏକ ଲକ୍ଷ ପ୍ରତିଯୋଗୀ ଭାଗ ନେଇଥିଲେ ସେ ତାହାର ବିଜେତାମାନଙ୍କ ସହ ମତ ବିନିମୟ କାଳରେ ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ଉଭୟ ଅଂଶଗ୍ରହଣକାରୀ ଓ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ ବନାରସର ଯୁବଗୋଷ୍ଠୀ ନିମନ୍ତେ ନୂତନ କ୍ରୀଡ଼ା ସୁବିଧା ସମ୍ପର୍କରେ କହିଥିଲେ । ଆଜି ସିଗ୍ରା ଷ୍ଟାଡିୟମର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟନ୍ତ ସମ୍ପ୍ରସାରଣ କାର୍ଯ୍ୟର ଶିଳାନ୍ୟାସ ହୋଇଛି । ବାରଣାସୀରେ ଏକ ଆନ୍ତର୍ଜାତିକ କ୍ରିକେଟ ଷ୍ଟାଡିୟମ ମଧ୍ୟ ନିର୍ମିତ ହେବାକୁ ଯାଉଛି ବୋଲି ସେ କହିଥିଲେ ।

|

“ଆଜି ଉତ୍ତର ପ୍ରଦେଶ ବିକାଶର ସମସ୍ତ କ୍ଷେତ୍ରକୁ ନୂତନ ଗତି ଦେଇଛି” । ଆସନ୍ତାକାଲିର ମାର୍ଚ୍ଚ ୨୫ ତାରିଖରେ ଉତ୍ତର ପ୍ରଦେଶର ଯୋଗୀ ସରକାର ତାଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ଣ୍ଣ କରୁଛି । ସବୁଠାରୁ ଦୀର୍ଘକାଳ ଶ୍ରୀ ଯୋଗୀ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ସୃଷ୍ଟି କରିଛନ୍ତି । “ଉତ୍ତର ପ୍ରଦେଶ ହତାଶାର ଛାୟାରୁ ବାହାରି ଆଜି ଆଶା ଓ ଆକାଂକ୍ଷାର ପଥରେ ଅଗ୍ରସର ହେଉଛି” । ଉତ୍ତର ପ୍ରଦେଶ ବର୍ଦ୍ଧିତ ସୁରକ୍ଷା ଓ ସେବା ଯୋଗୁ ସମୃଦ୍ଧିକୁ ସୁନିଶ୍ଚିତ କରିଥିବା ଉଦାହରଣ ସୃଷ୍ଟି କରିଛି । ଆଜିର ବିକାଶ ପ୍ରକଳ୍ପ ସମୃଦ୍ଧିର ପଥକୁ ମଜବୁତ କରିବ ଓ ସେ ସମସ୍ତଙ୍କୁ ପୁଣିଥରେ ଅଭିନନ୍ଦନ ଜଣାଇଥିଲେ ।

|

ଉତ୍ତର ପ୍ରଦେଶ ରାଜ୍ୟପାଳ ଶ୍ରୀମତୀ ଆନନ୍ଦିବେନ ପଟେଲ, ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ଓ ଉତ୍ତର ପ୍ରଦେଶ ସରକାର କର୍ମୀମାନେ ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ।

|

ପୃଷ୍ଠଭୂମି-

ଗତ ନଅ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ବାରଣାସୀର ଦୃଶ୍ୟପଟ ପରିବର୍ତ୍ତନ ସହ ମହାନଗରୀ ଓ ତା’ର ଆଖାପାଖ ଅଞ୍ଚଳର ଜନସାଧାରଣଙ୍କ ସୁଖ ସ୍ୱାଚ୍ଛନ୍ଦ୍ୟ ଉପରେ ଆଲୋକପାତ କରି ଆସୁଛନ୍ତି । ଏ ଦିଗରେ ଅନ୍ୟ ଏକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଆଜି ୧୭୮ଠ କୋଟିରୁ ଅଧିକ ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ଏହା ସେ ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତି ଓ ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣରେ ଏକ କାର୍ଯ୍ୟକ୍ରମରେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ବାରଣାସୀ ଛାଉଣୀ ଷ୍ଟେସନରୁ ଗୋଡ଼ୱାଲିଆ ମଧ୍ୟରେ ଏକ ଯାତ୍ରୀ ପରିବହନ ରୋପ ୱେ’ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏ ବାବଦ ପ୍ରାୟ ୬୪୫ କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ୩.୭୫ କିମି. ଦୀର୍ଘ ଓ ଏଥିରେ ପାଞ୍ଚଟି ଷ୍ଟେସନ ରହିବ । ତୀର୍ଥଯାତ୍ରୀ, ପର୍ଯ୍ୟଟକ ଓ ବାରଣାସୀ ନିବାସୀଙ୍କ ନିମନ୍ତେ ଏହା ଦ୍ୱାରା ଯାତ୍ରା ସୁଗମ ହେବ ।

ନମାମି ଗଙ୍ଗେ ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ଭଗବାନପୁର ଠାରେ ପ୍ରାୟ ୩୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ୫୫ ଏମଏଲଡି ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟର ମଧ୍ୟ ଶିଳାନ୍ୟାସ କରିଥିବା ବେଳେ ଖେଲୋ ଇଣ୍ଡିଆ ଯୋଜନାରେ ସିପ୍ରା ଷ୍ଟାଡିୟମର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ସମ୍ପ୍ରସାରଣର ଶିଳାନ୍ୟାସ କରିଛନ୍ତି ।

ସେବାପୁରୀର ଇଶରୱାର ଗ୍ରାମରେ ପ୍ରଧାନମନ୍ତ୍ରୀ ଏକ ଏଲପିଜି ଏକ ଏଲପିଜି ବଟଲିଂ ପ୍ଲାଣ୍ଟର ଶିଳାନ୍ୟାସ କରିଛନ୍ତି । ଏହାଛଡ଼ା ଭରଥରା ଗ୍ରାମରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଭାସମାନ ଜେଟିର ମଧ୍ୟ ଲୋକାର୍ପଣ କରିଛନ୍ତି । ଜଳ ଜୀବନ ମିଶନ ଅଧୀନରେ ସେ ୧୯ଟି ପାନୀୟ ଜଳ ଯୋଜନାର ଲୋକାର୍ପଣ କରିଛନ୍ତି । ଏହାଦ୍ୱାରା ୬୩ଟି ଗ୍ରାମ ପଞ୍ଚାୟତରେ ୩ ଲକ୍ଷ ଲୋକ ଉପକୃତ ହେବେ । ଏହାଛଡ଼ା ସେ ୫୯ ପାନୀୟ ଜଳ ଯୋଜନାର ଶିଳାନ୍ୟାସ ମଧ୍ୟ କରିଛନ୍ତି ।

କାରଖିୟାଁ ଠାରେ ସେ ଏକ ଫଳ ଓ ପନିପରିବା ପ୍ରକ୍ରିୟାକରଣ କାରଖାନା ଜାତି ଉଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହା ବାରଣାସୀରେ କୃଷିଜାତ ପଦାର୍ଥର ରପ୍ତାନୀରେ ସହାୟକ ହେବ । ଏହା ଦ୍ୱାରା ବାରଣାସୀ ଓ ଏହାର ଆଖପାଖ ଅଞ୍ଚଳର ଚାଷୀ, ରପ୍ତାନୀକାରୀ ଓ ବ୍ୟବସାୟୀ ଉପକୃତ ହେବେ ।

ପ୍ରଧାନମନ୍ତ୍ରୀ ବାରଣାସୀ ସ୍ମାର୍ଟସିଟି ଅଭିଯାନ ଅଧିନରେ ମଧ୍ୟ ଅନେକ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି । ଏଥିମଧ୍ୟରେ ରାଜଘାଟ ଓ ମହାମୁରଗଞ୍ଜ ସରକାରୀ ବିଦ୍ୟାଳୟଗୁଡ଼ିକର ପୁନର୍ବିକାଶ, ନଗରୀ ଭିତର ସଡ଼କଗୁଡ଼ିକର ସୌନ୍ଦର୍ଯ୍ୟକରଣ, ନଗରୀରେ ଛଅଟି ଉଦ୍ୟାନ ଓ ଜଳାଶୟର ପୁନର୍ବିନ୍ୟାସ ଅନ୍ୟ କାର୍ଯ୍ୟ ମଧ୍ୟରେ ଅନ୍ତର୍ଭୁକ୍ତ । ସେ ମଧ୍ୟ ଅନ୍ୟ କେତେକ ଭିତ୍ତିଭୂମି ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ସେଥି ମଧ୍ୟରେ ଲାଲ ବାହାଦୂର ଶାସ୍ତ୍ରୀ ଆନ୍ତର୍ଜାତିକ ବିମାନବନ୍ଦରର ଏଟିସି ଟାୱାର, ୱାଟର ୱାକ୍ସ ଭେଲୁକିଉ ପରିସରରେ ଦୁଇ ମେଗାୱାଟ ସୌରଶକ୍ତି ପ୍ଲାଣ୍ଟ, ସାରନାଥ ଠାରେ ଏକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଚାନ୍ଦପୁର ଶିଳ୍ପାଞ୍ଚଳର ଭିତ୍ତିଭୂମି ବିକାଶ, କେଦାରେଶ୍ୱର, ବିଶ୍ୱେଶ୍ୱର ଓ ଓଁକାରେଶ୍ୱର ଖଣ୍ଡ ପରିକ୍ରମା ଓ ମନ୍ଦିରର ନବୀକରଣ କାର୍ଯ୍ୟ ଅନ୍ତର୍ଭୁକ୍ତ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

  • ferozabi Khalid Shaikh October 21, 2024

    go
  • Reena chaurasia August 29, 2024

    bjp
  • Anand Prasad kushwaha April 16, 2023

    पौधे लगाने के लिएप्रेरित करता आनन्द प्रसाद कुशवाहा गांधीनगर तेलीबाग लखनऊ उत्तर प्रदेश ब्रांड
  • Anand Prasad kushwaha April 16, 2023

    घर-घर पौधा,घर घर पौधा, पेड़ पौधे लगाने के लिएप्रेरित करता आनन्द प्रसाद कुशवाहा गांधीनगर तेलीबाग लखनऊ उत्तर प्रदेश ब्रांड एंबेसडर (Anand Prasad kushvaha)
  • AnAnd Sonawane April 09, 2023

    AnAnd Stoneware
  • Sangeeta Sharma April 02, 2023

    बिजली और पानी का संकट ख़ासकर गर्मी मे ही होती हैं हमारे यहाँ भी टिस्को जुस्को सिर्फ अपने छेत्र मे ही 24 घंटे बिजली पानी की सुविधा देती है बाकी जगह परसुडीह बागबेडा़ करनडीड आदियपुर मानगो कदमा बारीडीह बिरसानगर और भी बहुत सारे एरिया मे डी बी सी एरिया मे बिजली पानी का संकट आज भी है गैलन से पानी खरीदना पड़ता है या टैंकर आती है मच्छर का प्रकोप भयंकर नाम का सिर्फ मिनी मुम्बई कहलाता है जमशेदपुर पश्चिम विधान सभा में इतने नेता जीत कर आये और गये पर आज तक ना तो एम जी एम अस्पताल को सुधार पाये और ना गर्मी मे बिजली पानी के संकट को वादा तो बडे़ बडे़ सबने किऐ झारखण्ड मे खनिज संपदा पैसो की कमी नही पर आज के वक्त मे सबसे पिछड़ा गरीब सब बिहार झारखण्ड मे ही मिलेंगे नेता सिर्फ अमीर बनते जाते है सरकार बनते ही जनता वही के वही है आज भी
  • Sohan Singh March 31, 2023

    om namo narayan jai Hind
  • Aniket Malwankar March 31, 2023

    #Baba
  • CHANDRA KUMAR March 31, 2023

    कर्नाटक चुनाव जीतने के लिए बीजेपी को कुछ विशेष कार्य करना चाहिए 1. सबसे पहले केंद्र सरकार को 5000 कन्नड़ भाषा शिक्षक का नियुक्ति के लिए नोटिफिकेशन निकाल देना चाहिए। 2. कन्नड़ भाषा विश्वविद्यालय का स्थापना के लिए शिलान्यास कर दीजिए। 3. कर्नाटक में स्ट्रीट फूड का आनंद लीजिए और आम नागरिकों से सीधा जुड़ने का प्रयास कीजिए। 4. कर्नाटक इतिहास से जुड़ी ऐतिहासिक सामान, पुस्तक, मूर्ति आदि का प्रदर्शनी का आयोजन करवाइए। 5. कर्नाटक के विद्यालयों में भ्रमण कीजिए, छात्रों से संवाद कीजिए। 6. कर्नाटक की लडकियों को संगीत, नृत्य, कला, सॉफ्ट स्किल की शिक्षा के लिए 5000 रुपए छात्रवृत्ति की घोषणा कीजिए। 7. कर्नाटक में, प्रत्येक जिला में गरीब वृद्ध स्त्री पुरुष को, कपड़ा वितरण करवाइए। यह अनुदान का कार्य आरएसएस के द्वारा किया जाए, ताकि आचार संहिता उल्लंघन का आरोप नहीं लग सके। बीजेपी को कांग्रेस पार्टी की रणनीति समझ में ही नहीं आ रहा है। कांग्रेस पार्टी का एकमात्र उद्देश्य है अपना अस्तित्व बचाना। दक्षिण भारत से वापसी करना। लेकिन बीजेपी को कोई मौका नहीं देना चाहिए। कांग्रेस पार्टी के तीन रणनीति को तत्काल असफल कीजिए 1. बीजेपी अडानी को सरकारी पैसा देती है और अडानी चुनाव में बीजेपी का मदद करता है। बीजेपी को एक योजनाबद्ध तरीके से इसका जवाब देना चाहिए। a) ग्लोबलाइजेशन और निवेश के नाम पर देश में विदेशी कंपनियों को बुलाया, और इसीलिए आज देश में भारतीय कंपनी खत्म होता जा रहा है। बीजेपी भारतीय कंपनियों को बचाने का प्रयास कर रही है। परिवार में यदि बड़ा बेटा ज्यादा कमाने लगता है तो उसे घर से भगाते नहीं है, बल्कि उससे कहते हैं की परिवार को मजबूत बनाओ, सबके हित में काम करो। यदि देश की कुछ कंपनी अच्छा प्रदर्शन कर रही है, उन्नति कर रही है, तो क्या इन कंपनियों को नष्ट कर दें। विदेशी कंपनियों को ही सहायता करते रहना कांग्रेस पार्टी का लक्ष्य था। लेकिन बीजेपी स्वदेशी कंपनियों की मदद करके उसे मल्टीनेशनल करके मल्टीब्यूजनेस में आगे बढ़ा रही है। बीजेपी ने स्टार्ट अप को भी आगे बढ़ाया है। बीजेपी किसी भी कंपनी के साथ पक्षपात नहीं कर रही है। इतना ही नहीं, बीजेपी को सभी प्राइवेट कंपनी का मीटिंग बुलाना चाहिए। सभी प्राइवेट कंपनी को एक सिस्टम बनाकर स्थाई रोजगार की घोषणा करने के लिए प्रेरित करना चाहिए। TA DA देना चाहिए , बीजेपी को यह दिखाना चाहिए की कांग्रेस पार्टी भारतीय कंपनियों का दुश्मन है और विदेशी कंपनियों का सहायक है। अडानी और अंबानी से कांग्रेस पार्टी को इसीलिए परेशानी है क्योंकि यह कंपनी भारतीय है, तेजी से विकसित हो रही है, मल्टीनेशनल बन गई है, और मल्टी बिजनेस को अपना रही है। सत्ता में रहते हुए कांग्रेस पार्टी ने पतंजलि कंपनी के साथ सौतेला व्यवहार किया था ! बीजेपी देश की सभी कंपनी को समान अवसर दे रही है। बीजेपी ने देश में कई स्टार्ट अप को आगे बढ़ाया है,जिसे देखकर कांग्रेस पार्टी पागल ही गई है। भारत में आकर विदेशी कंपनी, बिजनेस करके बड़ा हो जाता हैं तब कांग्रेस पार्टी को कोई दिक्कत नहीं होता है। लेकिन भारत की कंपनी विदेश जाकर अपना विस्तार करता है तब कांग्रेस पार्टी के पेट का पानी नहीं पचता है। कांग्रेस पार्टी को अडानी अंबानी से लड़ाई नहीं है, बल्कि हर तरह के विकसित भारतीय तत्वों से कांग्रेस पार्टी नफरत करती है। अब बीजेपी को देश की सभी राष्ट्रीय कंपनियों की सूची बनाकर देश की जनता के सामने रखना चाहिए, किस कंपनी ने कितना रोजगार दिया है और कितना रोजगार देने वाला है, इसका सूची जारी करना चाहिए! 2. राहुल गांधी को जेल भेजना, बीजेपी को दोष दिया जा रहा है की अंबानी अडानी का विरोध करने की वजह से ही राहुल गांधी को जेल भेजा गया। राहुल गांधी ने मोदी जाति को चोर कहा। इससे पहले राहुल गांधी ने ब्राह्मणों को दलितों पर अत्याचार करने वाला कहा था। कांग्रेस पार्टी अलग अलग समय में, अलग अलग स्थान पर, अलग अलग जाति को निशाने (Target) पर लेती है और समाज में विद्वेष पैदा करती है। राहुल गांधी भी जातिवाद को बढ़ाकर देश को बरबाद करना चाहता है, दंगा करवाना चाहता है। राहुल गांधी हिंदुओं को जातियों में तोड़कर वोट का फसल काटना चाहता है। कांग्रेस पार्टी जातिगत जनगणना भी इसी उद्देश्य से करवाना चाहता है ताकि देश जातिवाद का जहर फैलाया जाए। देश को बरबाद करके देश को लूटना कांग्रेस पार्टी का पुराना व्यवसाय है। 3. बीजेपी दक्षिण भारत को इग्नोर करता है, डबल इंजिन के नाम पर राज्य को केंद्र सरकार कंट्रोल करता है। सभी बीजेपी शासित राज्य में केंद्र सरकार की योजना को लागू करे और उस योजना के खर्च को बढ़ा दे। इससे योजना का प्रभाव ज्यादा दिखेगा। बीजेपी बहुत ही मामूली काम करके देश की जनता को खुश कर सकता है। न कोई अतिरिक्त खर्च होगा और न ही कोई अतिरिक्त संसाधन लगेगा, बस थोड़ा सा इच्छाशक्ति चाहिए। a) सबसे पहले बीजेपी को नशामुक्त भारत की घोषणा कर देना चाहिए। भारत का नशीला पदार्थ विदेशों में बेचा जा सकता है, लेकिन कोई भी नशीला पदार्थ का आयात नहीं किया जायेगा। भारतीयों को नशीला पदार्थ का सेवन करने से रोका जाए। तस्करी बढ़ने का संदेह सही हो सकता है लेकिन तस्करी के डर से अच्छा निर्णय नहीं ले, यह भी तो उचित नहीं है। b) खाद्य पदार्थों पर से टैक्स हटा लिया जाए, ताकि सभी खाद्य पदार्थ सस्ता हो जाए। c) पेट्रोलियम उत्पाद को सस्ता कर दिया जाए। d) विदेशी कंपनी को देश से बाहर करने का घोषणा कर दिया जाए। अब भारत में केवल भारतीय कंपनी का ही वर्चस्व होगा। e) देश में केवल अच्छा उत्पाद ही बिकेगा, नागरिकों के शारीरिक मानसिक स्वास्थ्य को नुकसान पहुंचाने वाले सामान को बिकने से रोका जाए। f) देश के नागरिकों के लिए एक वेबसाइट बनाया जाए। सभी भारतीय नागरिकों से आग्रह किया जाए, अपना वोटर आईडी नंबर डालकर, किस सरकारी योजना का लाभ आपको मिला, और किस सरकारी योजना का लाभ आपको नहीं मिला, उसपर मार्किंग कीजिए। इस सर्वे में जिन भारतीय नागरिकों को एक भी योजना का लाभ नहीं मिला हो, उनके बैंक अकाउंट में एक हजार रुपए भेजा जाए। इससे भारतीय नागरिकों के हाथ में पैसा जायेगा, मार्केट में पैसा का फ्लो बढ़ेगा, देश का आर्थिक स्थिति बेहतर होगा। इस सर्वे में यह मालूम हो जायेगा की किन सरकारी योजना पर व्यर्थ में पैसा बरबाद हो रहा है, उसे बंद करके दूसरी योजना प्रारंभ किया जाए। सरकारी योजना को लागू नहीं करने के आधार पर, कार्रवाई शुरू किया जाए, दंड और प्रोत्साहन ही सरकारी योजना को जनता तक पहुंचा सकता है और सरकार को जनता से जोड़ सकता है। मोदीजी को सभी उद्योगपति से मीटिंग करना चाहिए, जनता को लगना चाहिए की मोदीजी सभी उद्योगपति को आगे बढ़ाना चाहता है, केवल अडानी अंबानी को ही नहीं। साप्ताहिक मीटिंग देश के व्यवसायियों के साथ किया जाना चाहिए। सभी जिला उपायुक्त को निर्देश दिया जाए की वह अपने अपने जिले में व्यवसायियों के साथ प्रत्येक सप्ताह मीटिंग करे, उनकी समस्या को दूर करे, और व्यवसाय बढ़ाने में भागीदार बने। 4. भारतीय मुद्रा का मूल्य बढ़ा दिया जाए, इससे कम मुद्रा देकर ज्यादा पेट्रोलियम का आयात किया जा सकेगा। देश के मंदिरों के स्वर्ण तथा वक्फ बोर्ड के संपत्ति पर भी मुद्रा जारी किया जाए। 5. देश में 10000 न्यायाधीश की नियुक्ति के लिए यूपीएससी को विज्ञापन जारी करने का निर्देश दिया जाए। यदि न्यायपालिका और विपक्ष विरोध करे की यूपीएससी द्वारा न्यायाधीश का नियुक्ति नहीं करना चाहिए। तब बीजेपी को जनता के बीच कहना चाहिए की कॉलेजियम और कांग्रेस जनता को न्याय से वंचित कर रही है। देश में लंबित मुकदमे को खत्म करने तथा देश की जनता को न्याय दिलाने का प्रयास बीजेपी सरकार कर रही है। दस हजार न्यायाधीशों की नियुक्ति में, सभी एलएलबी किए हुए भारतीय नागरिक को आवेदन देने का मौका दिया जाए। इसमें यूपीएससी द्वारा प्रश्नपत्र में रीजनिंग, सामान्य ज्ञान, सामान्य गणित, भारतीय तथा विश्व न्याय व्यवस्था, भारतीय संविधान आदि से प्रश्न पूछा जाए। इसमें इंटरव्यू नहीं रखा जाए, जिससे सामान्य गरीब परिवार के बच्चे को इंटरव्यू में छटने से रोका जा सके। इस तरह कॉलेजियम सिस्टम का महत्व घटेगा, देश में रोजगार बढ़ेगा। अब न्यायाधीशों का स्थानांतरण में, उन न्यायाधीश को प्राथमिकता दिया जाए, जो अच्छा न्याय करता है। न्यायाधीश का प्रमोशन में उन्हें प्राथमिकता दिया जाए जो फैसला सुनाने में निष्पक्ष है और फैसला मिलने के बाद वादी प्रतिवादी संतुष्ट हो जाता है और उच्च न्यायालय में अपील नहीं करता है। इस तरह से कॉलेजियम सिस्टम का महत्व घटेगा और सरकार का माहत्व बढ़ेगा। आज कॉलेजियम सिस्टम के माध्यम से चंद्रचूड़ जैसा न्यायाधीश कांग्रेस पार्टी के समर्थन में सुप्रीम कोर्ट का उपयोग कर रहा है।
  • HARISH ARORA March 29, 2023

    जय हो 🇮🇳🚩🇮🇳🚩
Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
India achieves 100 GW solar PV module capacity under ALMM: MNRE

Media Coverage

India achieves 100 GW solar PV module capacity under ALMM: MNRE
NM on the go

Nm on the go

Always be the first to hear from the PM. Get the App Now!
...
PM pays tribute to the resilience of Partition survivors on Partition Horrors Remembrance Day
August 14, 2025

Prime Minister Shri Narendra Modi today observed Partition Horrors Remembrance Day, solemnly recalling the immense upheaval and pain endured by countless individuals during one of the most tragic chapters in India’s history.

The Prime Minister paid heartfelt tribute to the grit and resilience of those affected by the Partition, acknowledging their ability to face unimaginable loss and still find the strength to rebuild their lives.

In a post on X, he said:

“India observes #PartitionHorrorsRemembranceDay, remembering the upheaval and pain endured by countless people during that tragic chapter of our history. It is also a day to honour their grit...their ability to face unimaginable loss and still find the strength to start afresh. Many of those affected went on to rebuild their lives and achieve remarkable milestones. This day is also a reminder of our enduring responsibility to strengthen the bonds of harmony that hold our country together.”