ଯୁକ୍ତରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ କମଳା ହାରିସଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
‘କମଳା ହାରିସ ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ଆପଣଙ୍କ ସଫଳତା କେବଳ ଆପଣଙ୍କ ପରିବାର ପାଇଁ ଗର୍ବର ବିଷୟ ନୁହେଁ, ବରଂ ସମସ୍ତ ଭାରତୀୟ–ଆମେରିକୀୟଙ୍କ ପାଇଁ ଏହା ଗର୍ବର ବିଷୟ । ଆପଣଙ୍କ ସମର୍ଥନ ଓ ନେତୃତ୍ୱରେ ଭାରତ–ଯୁକ୍ତରାଷ୍ଟ୍ର ଆମେରିକାର ସମ୍ପର୍କ ଅଧିକ ସୁଦୃଢ଼ ହୋଇପାରିବ ବୋଲି ମୁଁ ଦୃଢ଼ନିଶ୍ଚିତ’, ପ୍ରଧାନମନ୍ତ୍ରୀ କହିଛନ୍ତି ।
Heartiest congratulations @KamalaHarris! Your success is pathbreaking, and a matter of immense pride not just for your chittis, but also for all Indian-Americans. I am confident that the vibrant India-US ties will get even stronger with your support and leadership.
— Narendra Modi (@narendramodi) November 7, 2020