ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଡିସିଜିଆଇ ଦ୍ୱାରା ଭାରତୀୟ ସେରମ ପ୍ରତିଷ୍ଠାନ ଏବଂ ଭାରତ ବାୟୋଟେକ୍ କଂପାନୀ ଦ୍ୱାରା ପ୍ରସ୍ତୁତ କରୋନା ଟିକାକୁ ଅନୁମୋଦନ ମିଳିବା ଏକ ନିର୍ଣ୍ଣାୟକ ଘଟଣା । ଏହା କରୋନା ବିରୋଧୀ ଉତ୍ସାହଜନକ ଲଢେଇକୁ ଅଧିକ ବଳ ଦେଇ ଏକ ନୂଆ ମୋଡରେ ପହଞ୍ଚାଇଛି ।
A decisive turning point to strengthen a spirited fight!
— Narendra Modi (@narendramodi) January 3, 2021
DCGI granting approval to vaccines of @SerumInstIndia and @BharatBiotech accelerates the road to a healthier and COVID-free nation.
Congratulations India.
Congratulations to our hardworking scientists and innovators.
ଏ ସଂପର୍କରେ ଏକାଧିକ ଟ୍ୱିଟ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ‘ଉତ୍ସାହଜନକ ଲଢେଇକୁ ଆହୁରି ଦୃଢୀଭୂତ କରିବା ନିମନ୍ତେ ଏହା ଏକ ନିର୍ଣ୍ଣାୟକ ପଦକ୍ଷେପ । ସେରମ ଇନ୍ଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ଓ ଭାରତ ବାୟୋଟେକ୍ ଦ୍ୱାରା ନିର୍ମିତ ଟିକାକୁ ଡିସିଜିଆଇ ଅନୁମୋଦନ କରିବା ଫଳରେ ଅଧିକ ସୁସ୍ଥ ଏବଂ କୋଭିଡ୍ ମୁକ୍ତ ଭାରତ ଗଠନ ପ୍ରକ୍ରିୟା ତ୍ୱରାନ୍ୱିତ ହେବ । ଏଥିପାଇଁ ଭାରତକୁ ଅଭିନନ୍ଦନ, କଠିନ ପରିଶ୍ରମ କରୁଥିବା ଆମର ବୈଜ୍ଞାନିକ ଏବଂ ଉଦ୍ଭାବନକାରୀଙ୍କୁ ମଧ୍ୟ ଅଭିନନ୍ଦନ ।’
It would make every Indian proud that the two vaccines that have been given emergency use approval are made in India! This shows the eagerness of our scientific community to fulfil the dream of an Aatmanirbhar Bharat, at the root of which is care and compassion.
— Narendra Modi (@narendramodi) January 3, 2021
ସେ ଆହୁରି କହିଛନ୍ତି ଯେ ‘ଏହି ଦୁଇଟି ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିବା ଘଟଣା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିବ । ଏହି ଉଭୟ ଟିକା ଭାରତରେ ତିଆରି ହୋଇଛି । ଆତ୍ମନିର୍ଭର ଭାରତ ସ୍ୱପ୍ନକୁ ପୂରଣ କରିବା ପାଇଁ ଏହା ଆମ ବୈଜ୍ଞାନିକ ସମୁଦାୟଙ୍କ ଆଗ୍ରହକୁ ପ୍ରତିପାଦନ କରୁଛି । ଏହା ମୂଳରେ ରହିଛି ଯତ୍ନ ଓ ଅନୁକମ୍ପାର ଭାବନା ।’ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ‘ଚିକିତ୍ସକ, ମେଡିକାଲ କର୍ମଚାରୀ, ବୈଜ୍ଞାନିକ, ପୁଲିସ, ସଫେଇ କର୍ମଚାରୀଙ୍କ ସମେତ ସବୁ କରୋନା ଯୋଦ୍ଧାଙ୍କୁ ଆମେ ଆମର କୃତଜ୍ଞତା ପୁନର୍ବାର ଜ୍ଞାପନ କରୁଛୁ । ସେମାନେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଉଲ୍ଲେଖନୀୟ କାର୍ଯ୍ୟ କରିବାରେ ସଫଳ ହୋଇଛନ୍ତି । ଅନେକ ଜୀବନ ରକ୍ଷା କରିଥିବାରୁ ଏହି ଯୋଦ୍ଧାମାନଙ୍କ ନିକଟରେ ଆମେ ଚିରକୃତଜ୍ଞ ରହିବୁ ।’
We reiterate our gratitude to doctors, medical staff, scientists, police personnel, sanitation workers and all Corona warriors for the outstanding work done, that too in adverse circumstances. We will remain eternally grateful to them for saving many lives.
— Narendra Modi (@narendramodi) January 3, 2021
वैश्विक महामारी के खिलाफ भारत की जंग में एक निर्णायक क्षण!
— Narendra Modi (@narendramodi) January 3, 2021
@SerumInstIndia और @BharatBiotech की वैक्सीन को DCGI की मंजूरी से एक स्वस्थ और कोविड मुक्त भारत की मुहिम को बल मिलेगा।
इस मुहिम में जी-जान से जुटे वैज्ञानिकों-इनोवेटर्स को शुभकामनाएं और देशवासियों को बधाई।
यह गर्व की बात है कि जिन दो वैक्सीन के इमरजेंसी इस्तेमाल को मंजूरी दी गई है, वे दोनों मेड इन इंडिया हैं। यह आत्मनिर्भर भारत के सपने को पूरा करने के लिए हमारे वैज्ञानिक समुदाय की इच्छाशक्ति को दर्शाता है। वह आत्मनिर्भर भारत, जिसका आधार है- सर्वे भवन्तु सुखिनः सर्वे सन्तु निरामया।
— Narendra Modi (@narendramodi) January 3, 2021
विपरीत परिस्थितियों में असाधारण सेवा भाव के लिए हम डॉक्टरों, मेडिकल प्रोफेशनल्स, वैज्ञानिकों, पुलिसकर्मियों, सफाईकर्मियों और सभी कोरोना वॉरियर्स के प्रति कृतज्ञता व्यक्त करते हैं। देशवासियों का जीवन बचाने के लिए हम सदा उनके आभारी रहेंगे।
— Narendra Modi (@narendramodi) January 3, 2021