ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ଶ୍ରୀ ପୁଷ୍କର ସିଂ ଧାମିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ପୁଷ୍କର ସିଂହ ଧାମି ଜୀଙ୍କୁ ଅନେକ ଅନେକ ଅଭିନନ୍ଦନ । ଗତ ୫ବର୍ଷ ମଧ୍ୟରେ ଦେବଭୂମି ପ୍ରତ୍ୟେକ କ୍ଷେତ୍ରରେ ଦ୍ରୁତ ଅଗ୍ରଗତି କରିଛି । ମୁଁ ନିଶ୍ଚିତ ଯେ ଆପଣ ଏବଂ ଆପଣଙ୍କର ସମସ୍ତ ମନ୍ତ୍ରୀମାନେ ଏହାକୁ ଅଧିକ ଗତି ଦେବେ । ଲୋକଙ୍କ ଆଶା ଅନୁରୂପ ବିକାଶର ଏକ ନୂତନ ଛବି ସ୍ଥାପନ କରିବେ ।”
उत्तराखंड के मुख्यमंत्री के रूप में शपथ लेने पर @pushkardhami जी को ढेरों बधाई। बीते 5 वर्षों में देवभूमि ने हर क्षेत्र में तेजी से प्रगति की है। मुझे विश्वास है कि आप और आपके सभी मंत्री उसे और गति प्रदान करेंगे, जन आकांक्षाओं के अनुरूप विकास का एक नया प्रतिमान स्थापित करेंगे।
— Narendra Modi (@narendramodi) March 23, 2022