ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (ସେଲ୍) କୁ ୨୦୨୨-୨୩ ବର୍ଷରେ ହଟ୍ ମେଟାଲ୍ ଏବଂ ଅଶୋଧିତ ଇସ୍ପାତର ସର୍ବଶ୍ରେଷ୍ଠ ଉତ୍ପାଦନ ହାସଲ କରିଥିବାରୁ ପ୍ରଶଂସା କରିଛନ୍ତି ।
ଚଳିତ ବର୍ଷ ୧୯୪.୦୯ ଲକ୍ଷ ଟନ୍ ହଟ୍ ମେଟାଲ ଏବଂ ୧୮୨.୮୯ ଲକ୍ଷ ଟନ୍ ଅଶୋଧିତ ଇସ୍ପାତ ଉତ୍ପାଦନ ସହିତ ସେଲ୍ ପୂର୍ବବର୍ଷ ତୁଳନାରେ ଯଥାକ୍ରମେ ୩.୫% ଏବଂ ୫.୩% ବୃଦ୍ଧି ହାସଲ କରିଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ସୂଚାଇ ଦେଉଛି ଯେ ଭାରତ ପ୍ରତ୍ୟେକ କ୍ଷେତ୍ରରେ ଆତ୍ମନିର୍ଭରତା ଆଡକୁ ଦୃଢ ପଦକ୍ଷେପ ନେଉଛି ।
ସେ ଟୁଇଟ୍ କରିଛନ୍ତି:
“ଏହି ଚମତ୍କାର ସଫଳତା ପାଇଁ ଅନେକ ଅଭିନନ୍ଦନ! ସେଲ୍ ର ଏହି ଉତ୍ପାଦନ ଦର୍ଶାଏ ଯେ କେବଳ ଇସ୍ପାତ ନୁହେଁ, ଦେଶ ପ୍ରତ୍ୟେକ କ୍ଷେତ୍ରରେ ଆତ୍ମର୍ନିଭରଶୀଳ ହେବା ଦିଗରେ ଦ୍ରୁତ ଗତିରେ ଆଗକୁ ବଢୁଛି ।”
इस शानदार उपलब्धि के लिए बहुत बधाई! SAIL का यह उत्पादन बताता है कि स्टील ही नहीं, बल्कि हर क्षेत्र में देश आत्मनिर्भरता की ओर तेजी से कदम बढ़ा रहा हैं। https://t.co/sViusASjss
— Narendra Modi (@narendramodi) April 2, 2023