ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷ୍ର ରାଷ୍ଟ୍ରପତି ମହାମହିମ ଶ୍ରୀ ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି ।
ରୁଷ୍ର ରାଷ୍ଟ୍ରପତି ଭାବରେ ପୁନର୍ବାର ନିର୍ବାଚିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ରୁଷ୍ର ମୈତ୍ରୀପୂର୍ଣ୍ଣ ଲୋକ ମାନଙ୍କର ଶାନ୍ତି, ପ୍ରଗତି ଏବଂ ସମୃଦ୍ଧି ପାଇଁ ଶୁଭେଚ୍ଛା ଜଣାଇଥିଲେ ।
ଆଗାମୀ ବର୍ଷ ଗୁଡ଼ିକରେ ଉଭୟ ଦେଶ ମଧ୍ୟରେ ବିଶେଷ ଏବଂ ବିଶେଷାଧିକାରପ୍ରାପ୍ତ ରଣନୈତିକ ଭାଗୀଦାରୀକୁ ଆହୁରି ସୁଦୃଢ଼ କରିବା ଦିଗରେ ମିଳିତ ପ୍ରୟାସ କରିବାକୁ ଦୁଇ ନେତା ସହମତି ପ୍ରକାଶ କରିଥିଲେ ।
ସେମାନେ ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ ପ୍ରସଙ୍ଗରେ ଅଗ୍ରଗତିର ସମୀକ୍ଷା କରିଥିଲେ ଏବଂ ପାରସ୍ପରିକ ହିତସାଧନ ପାଇଁ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ ।
ରୁଷ୍ - ୟୁକ୍ରେନ୍ ସଂଘର୍ଷ ଉପରେ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ଆଲୋଚନା ଓ କୂଟନୀତି ସପକ୍ଷରେ ଭାରତର ନିରନ୍ତର ଆଭିମୁଖ୍ୟକୁ ଦୋହରାଇ ଥିଲେ ।
ଦୁଇ ନେତା ଯୋଗାଯୋଗରେ ରହିବାକୁ ସହମତି ପ୍ରକାଶ କରିଥିଲେ ।
Spoke with President Putin and congratulated him on his re-election as the President of the Russian Federation. We agreed to work together to further deepen and expand India-Russia Special & Privileged Strategic Partnership in the years ahead. @KremlinRussia
— Narendra Modi (@narendramodi) March 20, 2024