ହର୍ଣ୍ଣବିଲ ମହୋତ୍ସବର ୨୫ ବର୍ଷ ପୂର୍ତ୍ତି ଅବସରରେ ଆଜି ନାଗାଲାଣ୍ଡର ଅଧିବାସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ସେ ଉତ୍ସବ ପାଇଁ ଶୁଭେଚ୍ଛା ଜଣାଇବା ସହ ଉତ୍ସବରେ ବର୍ଜ୍ୟ ପରିଚାଳନା ଏବଂ ସ୍ଥିରତାକୁ ଗୁରୁତ୍ୱ ଦିଆଯାଇଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ । କିଛି ବର୍ଷ ତଳେ ସେ ଏହି ଉତ୍ସବ ଦେଖିବା ସମୟର ଅନୁଭୂତିକୁ ସ୍ମରଣ କରିବା ସହ ଅନ୍ୟମାନେ ଏହି ଉତ୍ସବ ଦେଖି ନାଗା ସଂସ୍କୃତିର ଜୀବନ୍ତତାକୁ ଅନୁଭବ କରିବାକୁ ଅନୁରୋଧ କରିଛନ୍ତି ।
ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ ନେଫ୍ୟୁ ରିଓ ଏକ୍ସ ରେ କରିଥିବା ଏକ ପୋଷ୍ଟକୁ ସେୟାର କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି:
“ବର୍ତ୍ତମାନ ଚାଲିଥିବା ହର୍ଣ୍ଣବିଲ ମହୋତ୍ସବ ପାଇଁ ମୋର ଶୁଭେଚ୍ଛା ଏବଂ ଏହି ଜୀବନ୍ତ ଉତ୍ସବ ୨୫ ବର୍ଷ ପୂରଣ କରିଥିବାରୁ ନାଗାଲାଣ୍ଡର ଅଧିବାସୀଙ୍କୁ ଅଭିନନ୍ଦନ । ଚଳିତ ବର୍ଷର ମହୋତ୍ସବରେ ବର୍ଜ୍ୟ ପରିଚାଳନା ଏବଂ ସ୍ଥିରତାକୁ ଗୁରୁତ୍ୱ ଦିଆଯାଉଥିବାରୁ ମୁଁ ଅତ୍ୟନ୍ତ ଖୁସି ।
କିଛି ବର୍ଷ ତଳେ ମୁଁ ଏହି ମହୋତ୍ସବକୁ ଯିବା ବେଳର ଅନୁଭୂତି ମନେ ପଡ଼ୁଛି ଏବଂ ନାଗା ସଂସ୍କୃତିର ଜୀବନ୍ତତାକୁ ଅନୁଭବ କରିବାକୁ ସମସ୍ତେ ଏହି ଉତ୍ସବ ଯିବାକୁ ଅନୁରୋଧ କରୁଛି ।
My best wishes for the ongoing Hornbill Festival and congratulations to the people of Nagaland on this lively festival completing 25 years. I am also glad to see the focus on waste management and sustainability during this year’s festival.
— Narendra Modi (@narendramodi) December 5, 2024
I have fond memories from my own visit… https://t.co/fQNf3xwJVr