ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟୋକିଓ ଅଲମ୍ପିକ୍ସ ୨୦୨୦ରେ ବକ୍ସିଂରେ କାଂସ୍ୟ ପଦକ ଜିତିଥିବା ଲଭଲିନା ବୋରଗୋହାଇଁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କ ଦୃଢତା ଓ ସଂକଳ୍ପ ପ୍ରଶଂସନୀୟ ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ବଢିଆ ଲଢେଇ @ଲଭଲିନା ବୋରଗୋହାଇଁ! ବକ୍ସିଂ ରିଙ୍ଗରେ ତାଙ୍କ ସଫଳତା ଅନେକ ଭାରତୀୟଙ୍କୁ ପ୍ରେରଣା ଯୋଗାଇବ । ତାଙ୍କ ଦୃଢତା ଓ ସଂକଳ୍ପ ପ୍ରଶଂସନୀୟ । କାଂସ୍ୟ ପଦକ ଜିତିଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଉଛି । ତାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରୁଛି ।#Tokyo2020”
Well fought @LovlinaBorgohai! Her success in the boxing ring inspires several Indians. Her tenacity and determination are admirable. Congratulations to her on winning the Bronze. Best wishes for her future endeavours. #Tokyo2020
— Narendra Modi (@narendramodi) August 4, 2021