ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ସର୍ବଶ୍ରେଷ୍ଠ ମୌଳିକ ସଂଗୀତ ବର୍ଗରେ ଆରଆରଆର ଫିଲ୍ମର ଗୀତ ‘ନାଟୁ ନାଟୁ’ ଅସ୍କାର ପୁରସ୍କାର ଜିତିଥିବାରୁ ଭାରତୀୟ ସଂଯୋଜକ ଏମ.ଏମ. କୀରାଭନି, ଗୀତିକାର ଚନ୍ଦ୍ରବୋଷ ଓ ସମ୍ପୂର୍ଣ୍ଣ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ଅସାଧାରଣ ଓ ସାରା ବିଶ୍ୱରେ ‘ନାଟୁ ନାଟୁ’ ଲୋକପ୍ରିୟ ହୋଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି ।
ଏକାଡେମୀ ଦ୍ୱାରା କରାଯାଇଥିବା ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଅସାଧାରଣ!
ସାରା ବିଶ୍ୱରେ ‘ନାଟୁ ନାଟୁ’ ଲୋକପ୍ରିୟ ହୋଇଛି । ଏହା ଏପରି ଏକ ସଂଗୀତ ଯାହା ଆଗାମୀ ବର୍ଷଗୁଡିକରେ ମଧ୍ୟ ସ୍ମରଣୀୟ ରହିବ । @mmkeeravaani, @boselyricist ଓ ସମ୍ପୂର୍ଣ୍ଣ ଟିମକୁ ଏହି ପ୍ରତିଷ୍ଠିତ ସମ୍ମାନ ପାଇଁ ଅଭିନନ୍ଦନ । ଭାରତ ପ୍ରଫୁଲ୍ଲିତ ଓ ଗୌରବାନ୍ୱିତ । #Oscars”
Exceptional!
— Narendra Modi (@narendramodi) March 13, 2023
The popularity of ‘Naatu Naatu’ is global. It will be a song that will be remembered for years to come. Congratulations to @mmkeeravaani, @boselyricist and the entire team for this prestigious honour.
India is elated and proud. #Oscars https://t.co/cANG5wHROt