ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋମୋରସ୍ ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ହୋଇଥିବା ଅଜାଲି ଆସୋମାନିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଭାରତ-କୋମୋରସ୍ ସହଭାଗିତା, ଭାରତ-ଆଫ୍ରିକା ଭାଗିଦାରୀ ଏବଂ ‘ଭିଜନ ସାଗର’କୁ ଅଧିକ ମଜଭୁତ କରିବା ଲାଗି ସେ ଉତ୍ସାହିତ ଥିବା କହିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘କୋମୋରସ୍ ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ହୋଇଥିବା ଅଜାଲି ଆସୋମାନିଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ଭାରତ-କୋମୋରସ୍ ସହଭାଗିତା, ଭାରତ-ଆଫ୍ରିକା ଭାଗିଦାରୀ ଏବଂ ‘ଭିଜନ ସାଗର’କୁ ଅଧିକ ମଜଭୁତ କରିବାକୁ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ଉତ୍ସାହିତ ଅଛି ।’
Heartiest congratulations @PR_AZALI on your re-election as the President of Comoros. Look forward to continue working together to further strengthen India-Comoros partnership, India-Africa partnership and ‘Vision Sagar.’
— Narendra Modi (@narendramodi) January 29, 2024