ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେଶକରଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ପରିବାର ସହିତ କଥା ହେବା ସହ ସମବେଦନା ଜଣାଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଆଗାମୀ ପୀଢିମାନେ ତାଙ୍କୁ ଭାରତୀୟ ସଂସ୍କୃତିର ଏକ କିମ୍ବଦନ୍ତୀ ଭାବରେ ମନେ ରଖିବେ, ଯାହାଙ୍କ ସୁମଧୁର ସ୍ୱର ଲୋକମାନଙ୍କୁ ଅଭିଭୂତ କରିବାର ଏକ ଅପୂର୍ବ ଦକ୍ଷତା ରଖିଥିଲା ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ମୋ ନିକଟରେ ଶବ୍ଦ ନାହିଁ । ଦୟାଳୁ ତଥା ଯତ୍ନଶୀଳ ଲତା ଦିଦି ଆମକୁ ଛାଡି ଚାଲିଯାଇଛନ୍ତି । ସେ ଆମ ଦେଶରେ ଏକ ଶୂନ୍ୟସ୍ଥାନ ଛାଡିଛନ୍ତି ଯାହା ପୂରଣ ହୋଇପାରିବ ନାହିଁ । ଆଗାମୀ ପୀଢି ତାଙ୍କୁ ଭାରତୀୟ ସଂସ୍କୃତିର ଏକ କିମ୍ବଦନ୍ତୀ ଭାବରେ ମନେ ରଖିବେ, ଯାହାଙ୍କ ସୁମଧୁର ସ୍ୱର ଲୋକଙ୍କୁ ଅଭିଭୂତ କରିବାର ଏକ ଅଦ୍ୱିତୀୟ ଦକ୍ଷତା ରଖିଥିଲା ।
“ଲତା ଦିଦି”ଙ୍କ ଗୀତ ବିଭିନ୍ନ ପ୍ରକାରର ଭାବନା ଆଣିଥିଲା । ସେ ଦଶନ୍ଧି ଦଶନ୍ଧି ଧରି ଭାରତୀୟ ଚଳଚ୍ଚିତ୍ର ଜଗତର ପରିବର୍ତ୍ତନକୁ ଅତି ନିକଟରୁ ଦେଖିଥିଲେ । ଚଳଚ୍ଚିତ୍ର ବ୍ୟତୀତ ସେ ସର୍ବଦା ଭାରତର ଅଭିବୃଦ୍ଧି ପ୍ରତି ଆଗ୍ରହୀ ଥିଲେ । ସେ ସର୍ବଦା ଏକ ଶକ୍ତିଶାଳୀ ତଥା ବିକଶିତ ଭାରତ ଦେଖିବାକୁ ଚାହୁଁଥିଲେ ।”
“ମୁଁ ଏହାକୁ ମୋର ସୌଭାଗ୍ୟ ବୋଲି ମନେ କରେ ଯେ ମୁଁ ସର୍ବଦା ଲତା ଦିଦିଙ୍କ ଠାରୁ ଅପାର ସ୍ନେହ ପାଇଛି । ତାଙ୍କ ସହ ମୋର କଥାବାର୍ତ୍ତା ସ୍ମରଣୀୟ ହୋଇ ରହିବ । ଲତା ଦିଦିଙ୍କ ଦେହାନ୍ତରେ ମୁଁ ଭାରତବାସୀଙ୍କ ସହ ଅତ୍ୟନ୍ତ ଦୁଃଖିତ । ତାଙ୍କ ପରିବାର ସହିତ କଥା ହେବା ସହ ସମବେଦନା ଜଣାଇଛି । ଓମ୍ ଶାନ୍ତି ।”
I am anguished beyond words. The kind and caring Lata Didi has left us. She leaves a void in our nation that cannot be filled. The coming generations will remember her as a stalwart of Indian culture, whose melodious voice had an unparalleled ability to mesmerise people. pic.twitter.com/MTQ6TK1mSO
— Narendra Modi (@narendramodi) February 6, 2022
Lata Didi’s songs brought out a variety of emotions. She closely witnessed the transitions of the Indian film world for decades. Beyond films, she was always passionate about India’s growth. She always wanted to see a strong and developed India. pic.twitter.com/N0chZbBcX6
— Narendra Modi (@narendramodi) February 6, 2022
I consider it my honour that I have always received immense affection from Lata Didi. My interactions with her will remain unforgettable. I grieve with my fellow Indians on the passing away of Lata Didi. Spoke to her family and expressed condolences. Om Shanti.
— Narendra Modi (@narendramodi) February 6, 2022