କିମ୍ବଦନ୍ତୀ କ୍ରୀଡାବିତ ଶ୍ରୀ ମିଲଖା ସିଂ ଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଶ୍ରୀ ମୋଦୀ ତାଙ୍କୁ ଜଣେ ମହାନ କ୍ରୀଡ଼ାବିତ ଭାବରେ ବର୍ଣ୍ଣନା କରିଛନ୍ତି, ଯିଏକି ଦେଶର ସାମୂହିକ ଭାବନାକୁ ପ୍ରତିଫଳିତ କରୁଥିଲେ ଏବଂ ଅଗଣିତ ଭାରତୀୟଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଥିଲେ ।
ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, "ଶ୍ରୀ ମିଲଖା ସିଂ ଜୀଙ୍କ ବିୟୋଗରେ ଆମେ ଜଣେ ମହାନ କ୍ରୀଡ଼ାବିତଙ୍କୁ ହରାଇଲୁ, ଯିଏକି ଅସଂଖ୍ୟ ଭାରତୀୟଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ । ତାଙ୍କର ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ଯୋଗୁଁ ସେ କୋଟି କୋଟି ଲୋକଙ୍କ ପ୍ରିୟପାତ୍ର ହୋଇପାରିଥିଲେ । ତାଙ୍କ ବିୟୋଗରେ ମୁଁ ବିଶେଷ ଭାବେ ମର୍ମାହତ ।
କିଛି ଦିନ ପୂର୍ବେ ମୁଁ ଶ୍ରୀ ମିଲଖା ସିଂ ଜୀଙ୍କ ସହ କଥା ହୋଇଥିଲି । ମୁଁ ଆଦୌ କଳ୍ପନା କରିନଥିଲି ଯେ ଏହା ଆମର ଶେଷ ବାର୍ତ୍ତାଳାପ ହେବ । ଅନେକ ଉଦୀୟମାନ କ୍ରୀଡାବିତ ତାଙ୍କ ଜୀବନ ଯାତ୍ରାରୁ ପ୍ରେରଣା ପାଇବେ । ତାଙ୍କ ପରିବାର ଏବଂ ସମଗ୍ର ବିଶ୍ୱରେ ଥିବା ତାଙ୍କର ପ୍ରଶଂସକଙ୍କ ପ୍ରତି ମୋର ସମବେଦନା” ।
I had spoken to Shri Milkha Singh Ji just a few days ago. Little did I know that it would be our last conversation. Several budding athletes will derive strength from his life journey. My condolences to his family and many admirers all over the world.
— Narendra Modi (@narendramodi) June 18, 2021
In the passing away of Shri Milkha Singh Ji, we have lost a colossal sportsperson, who captured the nation’s imagination and had a special place in the hearts of countless Indians. His inspiring personality endeared himself to millions. Anguished by his passing away. pic.twitter.com/h99RNbXI28
— Narendra Modi (@narendramodi) June 18, 2021