ରାଜସ୍ଥାନର ସାଲୁମ୍ବର ବିଧାନସଭା କ୍ଷେତ୍ରର ବିଧାୟକଶ୍ରୀ ଅମୃତଲାଲ ମୀନାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗଭୀର ଶୋକ ପ୍ରକାଶ କରିଛନ୍ତି ।
ସେ ତାଙ୍କ ଅଞ୍ଚଳର ବିକାଶ ପାଇଁ ଏବଂ ସାଙ୍ଗଠନିକ କାର୍ଯ୍ୟ ପ୍ରତି କେତେ ପ୍ରତିବଦ୍ଧ ଥିଲେ ତାହାକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
“ରାଜସ୍ଥାନର ସାଲୁମ୍ବରର ବିଜେପି ବିଧାୟକ ଅମୃତ ଲାଲ ମୀନାଙ୍କ ନିଧନରେ ବହୁତ ଦୁଃଖିତ । ସେ ଦଳର ଜଣେ କର୍ମଠ କାର୍ଯ୍ୟକର୍ତ୍ତା ଥିଲେ । ନିଜ ଅଞ୍ଚଳର ବିକାଶ ସହ ସଂଗଠନକୁ ସୁଦଢ଼ କରିବା ଦିଗରେ ତାଙ୍କର ବହୁଭୂଲ୍ୟ ଯୋଗଦାନ ଥିଲା । ଦୁଃଖର ଏହି ସମୟରେ ତାଙ୍କ ପରିବାର ଓ ସମ୍ପର୍କୀୟଙ୍କ ପ୍ରତି ମୋର ଗଭୀର ସମବେଦନା । ଓମ୍ ଶାନ୍ତି!”
राजस्थान के सलूम्बर से भाजपा विधायक अमृत लाल मीणा जी के निधन से बहुत दुख हुआ है। वे पार्टी के एक कर्मठ कार्यकर्ता थे, जिन्होंने अपने क्षेत्र के विकास के साथ-साथ संगठन को मजबूत बनाने में भी बहुमूल्य योगदान दिया। शोक की इस घड़ी में मेरी संवेदनाएं उनके परिजनों और समर्थकों के साथ…
— Narendra Modi (@narendramodi) August 8, 2024