ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଡ. ପୃଥ୍ୱୀନ୍ଦ୍ର ମୁଖାର୍ଜୀଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି, କବିତା ଓ ସଙ୍ଗୀତକୁ ଭଲ ପାଉଥିବା ଡ. ମୁଖାର୍ଜୀ ଜଣେ ବହୁମୁଖୀ ବ୍ୟକ୍ତିତ୍ୱ ଥିଲେ ।
ଏକ୍ସ ର ଏକ ପୋଷ୍ଟରେ ସେ କହିଛନ୍ତି:
“ଡ. ପୃଥ୍ୱୀନ୍ଦ୍ର ମୁଖାର୍ଜୀ ଜଣେ ବହୁମୁଖୀ ବ୍ୟକ୍ତିତ୍ୱ ଥିଲେ ଏବଂ ବୁଦ୍ଧଜୀବୀ ଦୁନିଆରେ ନିଜର ଗଭୀର ଛାପ ଛାଡ଼ିଯାଇଛନ୍ତି । ସଙ୍ଗୀତ ଓ କବିତା ପ୍ରତି ତାଙ୍କର ବହୁ ଉତ୍ସାହ ଥିଲା । ତାଙ୍କର କାର୍ଯ୍ୟ ଏବଂ ରଚନା ଦୀର୍ଘ ଦିନ ଧରି ପ୍ରଶଂସା ସାଉଁଟୁଥିବ । ସ୍ୱାଧୀନତା ସଂଗ୍ରାମ ସମୟରେ ଭାରତର ଇତିହାସକୁ ସଂରକ୍ଷିତ କରି ରଖିବା ଏବଂ ଭାରତ-ଫ୍ରାନ୍ସ ବନ୍ଧୁତ୍ୱକୁ ଦୃଢ଼ କରିବା ଦିଗରେ ତାଙ୍କର ପ୍ରଚେଷ୍ଟା ଉଲ୍ଲେଖନୀୟ ଥିଲା । ତାଙ୍କ ପରଲୋକରେ ଗଭୀର ଦୁଃଖିତ । ତାଙ୍କ ପରିବାର ଓ ପରିଜନଙ୍କୁ ସମବେଦନ । ଓମ୍ ଶାନ୍ତି!”
Dr. Prithwindra Mukherjee was a multifaceted personality, leaving a strong mark in the intellectual world. He was also passionate about music and poetry. His works and compositions will continue to be admired for years to come. Equally noteworthy were his efforts to preserve… pic.twitter.com/Z0wjj3ZrP9
— Narendra Modi (@narendramodi) November 30, 2024