ବାରାବାଙ୍କି ଠାରେ ପୂର୍ବାଞ୍ଚଳ ଏକ୍ସପ୍ରେସ-ୱେରେ ସଡକ ଦୁର୍ଘଟଣାଜନିତ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି । ଆହତମାନଙ୍କ ଦ୍ରୁତ ଆରୋଗ୍ୟ କାମନା କରିବା ସହ ସ୍ଥାନୀୟ ପ୍ରଶାସନ ଯଥାସମ୍ଭବ ସହାୟତା ପ୍ରଦାନ କରୁଛି ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି;
“ବାରାବାଙ୍କି ଠାରେ ପୂର୍ବାଞ୍ଚଳ ଏକ୍ସପ୍ରେସ-ୱେରେ ହୋଇଥିବା ଦୁର୍ଘଟଣା ବେଶ ଦୁଃଖଦାୟକ । ଏଥିରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାରଗୁଡିକୁ ସମବେଦନା ଜଣାଉଛି । ଏହାସହିତ ସମସ୍ତ ଆହତଙ୍କ ଦ୍ରୁତ ଆରୋଗ୍ୟ କାମନା କରୁଛି । ରାଜ୍ୟ ସରକାରଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ପ୍ରଶାସନ ଯଥାସମ୍ଭବ ସହାୟତା ପ୍ରଦାନ କରୁଛି ।”
बाराबंकी में पूर्वांचल एक्सप्रेसवे पर हुआ हादसा अत्यंत दुखद है। इसमें जिन लोगों ने अपनों को खोया है, उनके प्रति मैं अपनी शोक-संवेदना व्यक्त करता हूं। इसके साथ ही सभी घायलों की शीघ्र कुशलता की कामना करता हूं। राज्य सरकार की देखरेख में स्थानीय प्रशासन हरसंभव मदद में जुटा है: PM
— PMO India (@PMOIndia) July 25, 2022