ରାଜସ୍ଥାନର ବାରମେର-ଯୋଧପୁର ଜାତୀୟ ରାଜପଥରେ ବସ- ଟ୍ୟାଙ୍କର ଦୁର୍ଘଟଣା ମୃତକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି (ପିଏମଏନଆରଏଫ)ରୁ ଶ୍ରୀ ମୋଦୀ ପୀଡିତଙ୍କୁ ଅନୁକମ୍ପାମୂଳକ ସହାୟତା ରାଶି ମଧ୍ୟ ମଞ୍ଜୁର କରିଛନ୍ତି ।
ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି;
“ରାଜସ୍ଥାନର ବାରମେର-ଯୋଧପୁର ଜାତୀୟ ରାଜପଥରେ ବସ-ଟ୍ୟାଙ୍କର ଦୁର୍ଘଟଣାରେ ଲୋକଙ୍କ ଦୁଃଖଦ ମୃତ୍ୟୁ ହୋଇଛି । ଦୁଃଖର ଏହି ମୁହୂର୍ତ୍ତରେ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଉଛି ।
ଆହତମାନଙ୍କ ଦ୍ରୁତ ଆରୋଗ୍ୟ କାମନା କରୁଛି । ପିଏମ@narendramodi
ପିଏମଏନଆରଏଫରୁ ରାଜସ୍ଥାନର ବାରମେର-ଯୋଧପୁର ଜାତୀୟ ରାଜପଥ ଦୁର୍ଘଟଣାରେ ମୃତକଙ୍କ ପରିଜନଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ । ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ: ପିଏମ@narendramodi”
An ex-gratia of Rs. 2 lakh each from PMNRF would be given to the next of kin of those who lost their lives due to the accident at the Barmer-Jodhpur Highway in Rajasthan. The injured would be given Rs. 50,000 each: PM @narendramodi
— PMO India (@PMOIndia) November 10, 2021