ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପଞ୍ଜାବର ହୋଶିୟାରପୁରରେ ହୋଇଥିବା ଦୁର୍ଘଟଣାଜନିତ ମୃତ୍ୟୁରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଶ୍ରୀ ମୋଦୀ, ପଞ୍ଜାବର ହୋଶିୟାରପୁର ଦୁର୍ଘଟଣାର ପୀଡିତମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି (ପିଏମଏନଆରଏଫ)ରୁ ଅନୁକମ୍ପାମୂଳକ ସହାୟତା ରାଶି ମଞ୍ଜୁର କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି;
“ପଞ୍ଜାବର ହୋଶିୟାରପୁରରେ ହୋଇଥିବା ଦୁର୍ଘଟଣାର ମୃତକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ @narendramodi ଶୋକ ବ୍ୟକ୍ତ କରିବା ସହ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ମଞ୍ଜୁର କରିଛନ୍ତି । ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ।”
Expressing grief on the loss of lives due to an accident in Hoshiarpur, Punjab, PM @narendramodi has approved an ex gratia of Rs. 2 lakh from PMNRF to the next of kin of each deceased. The injured would be given Rs. 50,000.
— PMO India (@PMOIndia) April 14, 2023