ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବରିଷ୍ଠ ପରମାଣୁ ବୈଜ୍ଞାନିକ ଡକ୍ଟର ରାଜଗୋପାଲା ଚିଦାମ୍ବରମଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ ଡକ୍ଟର ରାଜଗୋପାଲା ଚିଦାମ୍ବରମ ଭାରତର ପରମାଣୁ କାର୍ଯ୍ୟକ୍ରମର ଅନ୍ୟତମ ପ୍ରମୁଖ ଆର୍କିଟେକ୍ଟ ଥିଲେ ଏବଂ ଭାରତର ବୈଜ୍ଞାନିକ ଏବଂ ରଣନୈତିକ ସାମର୍ଥ୍ୟକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :
“ଡକ୍ଟର ରାଜଗୋପାଲା ଚିଦାମ୍ବରମ୍ଙ୍କ ବିୟୋଗରେ ଗଭୀର ଦୁଃଖିତ । ସେ ଭାରତର ପରମାଣୁ କାର୍ଯ୍ୟକ୍ରମର ଅନ୍ୟତମ ପ୍ରମୁଖ ଆର୍କିଟେକ୍ଟ ଥିଲେ ଏବଂ ଭାରତର ବୈଜ୍ଞାନିକ ଓ ରଣନୈତିକ କ୍ଷମତାକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ । ସମଗ୍ର ଦେଶ ତାଙ୍କୁ କୃତଜ୍ଞତାର ସହ ସ୍ମରଣ କରିବ ଏବଂ ତାଙ୍କ ପ୍ରୟାସ ଆଗାମୀ ପୀଢ଼ିକୁ ପ୍ରେରଣା ଯୋଗାଇବ।”
Deeply saddened by the demise of Dr. Rajagopala Chidambaram. He was one of the key architects of India’s nuclear programme and made ground-breaking contributions in strengthening India’s scientific and strategic capabilities. He will be remembered with gratitude by the whole…
— Narendra Modi (@narendramodi) January 4, 2025