ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ଭାରତୀୟ କ୍ରିକେଟର ସଲିମ ଦୁରାନୀଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ସଲିମ ଦୁରାନୀ ଜୀ କ୍ରିକେଟର ଜଣେ କିମ୍ବଦନ୍ତୀ ଥିଲେ । ସେ ନିଜେ ଜଣେ ଅନୁଷ୍ଠାନ ଥିଲେ । ବିଶ୍ୱ କ୍ରିକେଟ ଜଗତରେ ଭାରତର ଅଭ୍ୟୁତ୍ଥାନ ପାଇଁ ତାଙ୍କର ପ୍ରମୁଖ ଅବଦାନ ଥିଲା । ପଡିଆ ଭିତରେ ଓ ବାହାରେ, ଷ୍ଟାଇଲ ପାଇଁ ସେ ପରିଚିତ ଥିଲେ । ତାଙ୍କ ବିୟୋଗରେ ମର୍ମାହତ । ତାଙ୍କ ପରିବାର ଓ ବନ୍ଧୁବର୍ଗଙ୍କୁ ସମବେଦନା । ଈଶ୍ୱର ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ।”
“ସଲିମ ଦୁରାନୀ ଜୀଙ୍କର ଗୁଜରାଟ ସହ ପୁରୁଣା ଓ ମଜବୁତ ସମ୍ପର୍କ ଥିଲା । ସେ ସୌରାଷ୍ଟ୍ର ଓ ଗୁଜରାଟ ପାଇଁ କିଛି ବର୍ଷ ଖେଳିଥିଲେ । ସେ ଗୁଜରାଟରେ ବସବାସ କରୁଥିଲେ । ତାଙ୍କ ସହ ବାର୍ତ୍ତାଳାପ କରିବାର ସୁଯୋଗ ମିଳିଥିବା ଓ ତାଙ୍କ ବହୁମୁଖୀ ବ୍ୟକ୍ତିତ୍ୱ ଦ୍ୱାରା ପ୍ରଭାବିତ ହୋଇଥିଲି । ତାଙ୍କ ଅନୁପସ୍ଥିତି ନିଶ୍ଚିତ ଭାବେ ଅନୁଭୂତ ହେବ ।”
Salim Durani Ji was a cricketing legend, an institution in himself. He made a key contribution to India’s rise in the world of cricket. On and off the field, he was known for his style. Pained by his demise. Condolences to his family and friends. May his soul rest in peace.
— Narendra Modi (@narendramodi) April 2, 2023
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ଭାରତୀୟ କ୍ରିକେଟର ସଲିମ ଦୁରାନୀଙ୍କ ସହ ନିଜ ବୈଠକର କିଛି ଝଲକ ଶେୟାର କରିଛନ୍ତି ।
I had the opportunity to interact with the great Salim Durani Ji on various occasions. One such occasion was in January 2004 at a programme in Jamnagar, in which a statue of the great cricketer Vinoo Mankad Ji was inaugurated. Here are some memories from the programme. pic.twitter.com/alESpsVCcx
— Narendra Modi (@narendramodi) April 2, 2023