ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜାପାନର ୱାକାୟାମାରେ ସାର୍ବଜନୀନ କାର୍ଯ୍ୟକ୍ରମରେ ହୋଇଥିବା ହିଂସାତ୍ମକ ଘଟଣାକୁ ନିନ୍ଦା କରିଛନ୍ତି । ସେହି କାର୍ଯ୍ୟକ୍ରମରେ ଜାପାନ ପ୍ରଧାନମନ୍ତ୍ରୀ ଶ୍ରୀ ଫୁମିଓ କିଶିଦା ମଧ୍ୟ ଉପସ୍ଥିତ ଥିଲେ ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଜାପାନର ୱାକାୟାମାରେ ସାର୍ବଜନୀନ କାର୍ଯ୍ୟକ୍ରମରେ ହୋଇଥିବା ହିଂସାତ୍ମକ ଘଟଣା ସମ୍ପର୍କରେ ଜାଣିଲି ଯେଉଁଠାରେ ମୋ ବନ୍ଧୁ ପ୍ରଧାନମନ୍ତ୍ରୀ @Kishida230 ଉପସ୍ଥିତ ଥିଲେ । ସେ ସୁରକ୍ଷିତ ଥିବା ଜାଣି ଆଶ୍ୱସ୍ତ । ତାଙ୍କର ନିରନ୍ତର କୁଶଳତା ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି । ଭାରତ ସମସ୍ତ ହିଂସାତ୍ମକ କାର୍ଯ୍ୟକଳାପକୁ ନିନ୍ଦା କରୁଛି ।”
Learnt of a violent incident at a public event at Wakayama in Japan where my friend PM @Kishida230 was present. Relieved that he is safe. Praying for his continued well-being and good health. India condemns all acts of violence.
— Narendra Modi (@narendramodi) April 15, 2023