ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବାଚାରରେ ସବୁଠାରୁ ଆଗରେ ରହିବା ଓ ଚିକିତ୍ସା ଜଗତର ନୂଆ ପରିବର୍ତ୍ତନକୁ ଆପଣାଇବା ପାଇଁ ଡାକ୍ତରମାନଙ୍କୁ ପ୍ରଶଂସା କରିଛନ୍ତି । ଏମ୍ସ ଭୁବନେଶ୍ୱର ଜଣେ ଦିବ୍ୟାଙ୍ଗ ରୋଗୀଙ୍କ ଠାରେ କ୍ୱାଡ୍ରୁପଲ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରୀ ସଫଳତାର ସହ କରିଛନ୍ତି । ଏହି ସର୍ଜରୀ ଓଡିଶାରେ ପ୍ରଥମ ଓ ବିଶ୍ୱରେ ରିପୋର୍ଟ ହୋଇଥିବା ଦ୍ୱିତୀୟ ଘଟଣା ।
ଏମ୍ସ ଭୁବନେଶ୍ୱରର ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ନବାଚାରରେ ସବୁଠାରୁ ଆଗରେ ରହିବା ଓ ଚିକିତ୍ସା ଜଗତର ନୂଆ ପରିବର୍ତ୍ତନକୁ ଆପଣାଇ ଥିବା ଆମ ଡାକ୍ତରମାନଙ୍କୁ ଶୁଭେଚ୍ଛା । ସେମାନଙ୍କ ନୈପୁଣ୍ୟରେ ଆମେ ଗର୍ବିତ ।”
Compliments to our doctors for always being at the forefront of innovation and embracing new changes in the medical world. Their dexterity makes us proud! https://t.co/TsCaHhAxJP
— Narendra Modi (@narendramodi) February 13, 2023