ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅରୁଣାଚଳ ପ୍ରଦେଶରେ ଜଳ ଜୀବନ ମିଶନ ଅନ୍ତର୍ଗତ ୭୫ ପ୍ରତିଶତ କଭରେଜ ଲକ୍ଷ୍ୟ ଅତିକ୍ରମ ଓ ୧.୭୩ ଲକ୍ଷ ଗ୍ରାମାଞ୍ଚଳ ପରିବାରକୁ ପିଇବା ପାଣି ଯୋଗାଣ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମକୁ ପ୍ରଶଂସା କରିଛନ୍ତି ।
ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ପେମା ଖାଣ୍ଡୁଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଅରୁଣାଚଳ ପ୍ରଦେଶର କିଛି ଦୁର୍ଗମ ଅଞ୍ଚଳକୁ ଦୃଷ୍ଟିରେ ରଖି ଅମୃତ ମହୋତ୍ସବ ବେଳେ ୭୫ ପ୍ରତିଶତ କଭରେଜ ପ୍ରଶଂସନୀୟ । ଏହି କାମ କରିଥିବା ଟିମକୁ ସାଧୁବାଦ ଜଣାଉଛି । ଅବଶିଷ୍ଟ କାମ ସାରିବା ପାଇଁ ଶୁଭେଚ୍ଛା ।”
75% coverage in the time of Amrit Mahotsav is commendable, keeping in mind the difficult terrain in parts of Arunachal Pradesh. Compliments to the team delivering this and best wishes to complete the remaining part. https://t.co/O1vR3ew1Wp
— Narendra Modi (@narendramodi) April 2, 2023