ମୌସୁମୀର ପୂର୍ବାନୁମାନ, ରବି ଫସଲ ଉପରେ ପ୍ରଭାବ, ଚିକିତ୍ସା ଭିତ୍ତିଭୂମିର ପ୍ରସ୍ତୁତି ଏବଂ ଗ୍ରୀଷ୍ମ ପ୍ରଦାହ ଜନିତ ବିପର୍ଯ୍ୟୟର ପ୍ରସ୍ତୁତି ଏବଂ ପଦକ୍ଷେପ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଛି
ବିଭିନ୍ନ ହିତାଧିକାରୀଙ୍କ ପାଇଁ ପୃଥକ ସଚେତନତା ସାମଗ୍ରୀ ପ୍ରସ୍ତୁତ କରିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଆଇଏମଡିକୁ ଦୈନିକ ପାଣିପାଗ ପୂର୍ବାନୁମାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯାହାର ବ୍ୟାଖ୍ୟା ସହଜ ଓ ସରଳ ହୋଇଥିବ
ସମସ୍ତ ଡାକ୍ତରଖାନାର ବିସ୍ତୃତ ଅଗ୍ନି ନିରାପତ୍ତା ଅଡିଟ୍‌ର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ
ପ୍ରତିକୂଳ ପାଣିପାଗ ଅବସ୍ଥାରେ ଶସ୍ୟର ସର୍ବାଧିକ ସଂରକ୍ଷଣ ନିଶ୍ଚିତ କରିବାକୁ ଏଫ୍‍ସିଆଇକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ବାସଭବନ ୭ଏଲ୍‍କେଏମ୍‍ରେ ଆସନ୍ତା ଗ୍ରୀଷ୍ମ ଋତୁରେ ଗ୍ରୀଷ୍ମ ପ୍ରବାହ ପ୍ରସ୍ତୁତିର ସମୀକ୍ଷା ଲାଗି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ବାସଭବନ ୭ଏଲ୍‍କେଏମ୍‍ରେ ଆସନ୍ତା ଗ୍ରୀଷ୍ମ ଋତୁରେ ଗ୍ରୀଷ୍ମ ପ୍ରବାହ ପ୍ରସ୍ତୁତିର ସମୀକ୍ଷା ଲାଗି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ।

ଆସନ୍ତା କିଛି ମାସ ପାଇଁ ଭାରତୀୟ ପାଣିପାଗ ବିଭାଗର (ଆଇଏମଡି)ର ପାଣିପାଗ ପୂର୍ବାନୁମାନ ଏବଂ ସାଧାରଣ ମୌସୁମୀର ସମ୍ଭାବନା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା । ରବି ଫସଲ ଉପରେ ପାଣିପାଗର ପ୍ରଭାବ ଏବଂ ପ୍ରମୁଖ ଫସଲର ଆଶା କରାଯାଉଥିବା ଅମଳ ବିଷୟରେ ତାଙ୍କୁ ଅବଗତ କରାଯାଇଥିଲା । ଜଳସେଚନ ପାଇଁ ଜଳ ଯୋଗାଣ, ପଶୁଖାଦ୍ୟ ଏବଂ ପାନୀୟ ଜଳ ଉପରେ ନଜର ରଖିବା ପାଇଁ ଚାଲିଥିବା ପ୍ରୟାସର ସମୀକ୍ଷା କରାଯାଇଥିଲା । ଏହାଛଡା ଆବଶ୍ୟକ ସାମଗ୍ରୀର ଉପଲବ୍ଧତା ଏବଂ ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତି ସମ୍ବନ୍ଧରେ ରାଜ୍ୟ ତଥା ଡାକ୍ତରଖାନା ଭିତ୍ତିଭୂମି ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା । ଗ୍ରୀଷ୍ମ ପ୍ରଦାହ ଜନିତ ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ହେବା ଲାଗି ସାରା ଦେଶରେ ଚାଲିଥିବା ବିଭିନ୍ନ ପ୍ରୟାସ ସଂକ୍ରାନ୍ତରେ ତାଙ୍କୁ ଅବଗତ କରାଯାଇଥିଲା ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନାଗରିକଙ୍କ ସମେତ ବିଭିନ୍ନ ହିତାଧିକାରୀଙ୍କ ପାଇଁ ପୃଥକ ସଚେତନତା ସାମଗ୍ରୀ ପ୍ରସ୍ତୁତ କରାଯିବା ଉଚିତ; ଡାକ୍ତର; ପୌରପାଳିକା ଏବଂ ପଞ୍ଚାୟତ କର୍ତ୍ତୃପକ୍ଷ; ବିପର୍ଯ୍ୟୟ ମୁକାବିଲା ଦଳ ଯେପରିକି ଅଗ୍ନିଶମ କର୍ମଚାରୀ ଇତ୍ୟାଦି । ଅତ୍ୟଧିକ ଉତ୍ତାପ ପରିସ୍ଥିତିକୁ ପିଲାମାନେ କିଭଳି ମୁକାବିଲା କରିପାରିବେ ସେଥିପାଇଁ ସେମାନଙ୍କୁ ସଚେତନ ଲାଗି ବିଦ୍ୟାଳୟରେ ମଲ୍ଟିମିଡ଼ିଆ ବକ୍ତୃତା ଆୟୋଜନ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଉତ୍ତପ୍ତ ପାଣିପାଗ ପାଇଁ ପ୍ରୋଟୋକଲ୍ ଅନୁଯାୟୀ କଣ କରାଯିବା ଉଚିତ୍‍ ଓ କରାନଯିବା ଉଚିତ୍‍ ତାହା ଉପଲବ୍ଧ ଫର୍ମାଟରେ ପ୍ରସ୍ତୁତ କରାଯିବା ଆବଶ୍ୟକ ଏବଂ ଜିଙ୍ଗଲ୍‌, ଚଳଚ୍ଚିତ୍ର, ପାମ୍ପଲେଟ୍ ଇତ୍ୟାଦି ପ୍ରଚାରର ବିଭିନ୍ନ ଧାରା ମଧ୍ୟ ପ୍ରସ୍ତୁତ କରାଯିବା ଉଚିତ ।

ପ୍ରଧାନମନ୍ତ୍ରୀ ଆଇଏମଡିକୁ ଦୈନିକ ପାଣିପାଗ ପୂର୍ବାନୁମାନ ଜାରି କରିବାକୁ କହିଥିଲେ ଯାହାକୁ ସହଜରେ ବ୍ୟାଖ୍ୟା ଏବଂ ପ୍ରସାର କରାଯାଇପାରିବ । ଏହା ମଧ୍ୟ ଆଲୋଚନା କରାଯାଇଥିଲା ଯେ ଟିଭି ନ୍ୟୁଜ୍ ଚ୍ୟାନେଲ, ଏଫଏମ ରେଡିଓ ଇତ୍ୟାଦି ଦୈନିକ ପାଣିପାଗର ପୂର୍ବାନୁମାନକୁ ଏପରି ଢଙ୍ଗରେ ବୁଝାଇବା ପାଇଁ ପ୍ରତିଦିନ କିଛି ମିନିଟ୍ ସମୟ ଦେବେ ଯାହା ନାଗରିକମାନଙ୍କୁ ଆବଶ୍ୟକ ସତର୍କତା ଅବଲମ୍ବନ କ୍ଷେତ୍ରରେ ସହାୟକ ହେବ ।

ସମସ୍ତ ଡାକ୍ତରଖାନାର ବିସ୍ତୃତ ଅଗ୍ନି ନିରାପତ୍ତା ଅଡିଟ୍‌ର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଏବଂ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ସମସ୍ତ ଡାକ୍ତରଖାନାରେ ମକ୍ ଫାୟାର ଡ୍ରିଲ କରିବାକୁ କହିଛନ୍ତି । ଜଙ୍ଗଲ ଅଗ୍ନିକାଣ୍ଡର ମୁକାବିଲା ପାଇଁ ଏକ ସମନ୍ୱିତ ପ୍ରୟାସର ଆବଶ୍ୟକତା ମଧ୍ୟ ଦର୍ଶାଯାଇଛି । ଜଙ୍ଗଲ ଅଗ୍ନିକାଣ୍ଡକୁ ରୋକିବା ଏବଂ ଏହାର ମୁକାବିଲା ପାଇଁ ପ୍ରୟାସକୁ ସମର୍ଥନ କରିବା ଲାଗି ଢାଞ୍ଚାଗତ ପରିବର୍ତ୍ତନ କରାଯିବା ଉପରେ ଆଲୋଚନା ହୋଇଥିଲା । 

ପ୍ରଧାନମନ୍ତ୍ରୀ ପଶୁଖାଦ୍ୟ ଏବଂ ଜଳଭଣ୍ଡାରରେ ଜଳର ଉପଲବ୍ଧତା ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତିକୂଳ ପାଣିପାଗ ସ୍ଥିତିରେ ଶସ୍ୟର ସର୍ବୋଚ୍ଚ ସଂରକ୍ଷଣ ନିଶ୍ଚିତ କରିବାକୁ ଭାତରୀୟ ଖାଦ୍ୟ ନିଗମକୁ କୁହାଯାଇଛି ।

ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ, ଗୃହ ସଚିବ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ସଚିବ, କୃଷି ଏବଂ କୃଷକ କଲ୍ୟାଣ ବିଭାଗର ସଚିବ, ଭୂ ବିଜ୍ଞାନ ବିଭାଗ ସଚିବ ଏବଂ ଏନଡିଏମଏର ସଦସ୍ୟ ସଚିବ ଅଂଶଗ୍ରହଣ କରିଥିଲେ ।

 

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
When PM Modi Fulfilled A Special Request From 101-Year-Old IFS Officer’s Kin In Kuwait

Media Coverage

When PM Modi Fulfilled A Special Request From 101-Year-Old IFS Officer’s Kin In Kuwait
NM on the go

Nm on the go

Always be the first to hear from the PM. Get the App Now!
...
Under Rozgar Mela, PM to distribute more than 71,000 appointment letters to newly appointed recruits
December 22, 2024

Prime Minister Shri Narendra Modi will distribute more than 71,000 appointment letters to newly appointed recruits on 23rd December at around 10:30 AM through video conferencing. He will also address the gathering on the occasion.

Rozgar Mela is a step towards fulfilment of the commitment of the Prime Minister to accord highest priority to employment generation. It will provide meaningful opportunities to the youth for their participation in nation building and self empowerment.

Rozgar Mela will be held at 45 locations across the country. The recruitments are taking place for various Ministries and Departments of the Central Government. The new recruits, selected from across the country will be joining various Ministries/Departments including Ministry of Home Affairs, Department of Posts, Department of Higher Education, Ministry of Health and Family Welfare, Department of Financial Services, among others.