ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୩ ମଇ ୨୦୨୨ ରେ ଟୋକିଓରେ ଜାପାନର ବ୍ୟବସାୟୀ ମୁଖ୍ୟଙ୍କ ସହ ଆୟୋଜିତ ଆଲୋଚନାରୋ ଅଧ୍ୟକ୍ଷତା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ୩୪ ଟି ଜାପାନୀ କମ୍ପାନୀର ଶୀର୍ଷ କାର୍ଯ୍ୟର୍ନିବାହୀ ଏବଂ ସିଇଓ ଅଂଶଗ୍ରହଣ କରିଥିଲେ । ଏହି କମ୍ପାନୀଗୁଡିକ ମଧ୍ୟରୁ ଅଧିକାଂଶଙ୍କର ଭାରତରେ ନିବେଶ ଏବଂ ବ୍ୟବସାୟ ରହିଛି । କମ୍ପାନୀଗୁଡିକ ଅଟୋମୋବାଇଲ୍, ଇଲେକ୍ଟ୍ରୋନିକ୍ସ, ସେମିକଣ୍ଡକ୍ଟର, ଷ୍ଟିଲ୍, ପ୍ରଯୁକ୍ତିବିଦ୍ୟା, ବାଣିଜ୍ୟ ଏବଂ ବ୍ୟାଙ୍କିଙ୍ଗ୍ ଏବଂ ଫାଇନାନ୍ସ ସହିତ ବିଭିନ୍ନ କ୍ଷେତ୍ରକୁ ପ୍ରତିନିଧିତ୍ୱ କରିଥିଲେ । ଜାପାନ ଓ ଭାରତର ପ୍ରମୁଖ ବ୍ୟବସାୟିକ ସଂଗଠନ ଯଥା କେଇଡାନରେନ, ଜାପାନର ବାହ୍ୟ ବାଣିଜ୍ୟ ସଂଗଠନ (ଜେଇଟିଆରଓ), ଜାପାନ ଆନ୍ତର୍ଜାତୀୟ ସହଯୋଗ ସଂଗଠନ (ଜେଆଇସିଏ), ଜାପାନ ବ୍ୟାଙ୍କ ଅଫ୍ ଇଣ୍ଟରନେସନାଲ କୋପରେସନ (ଜେବିଆଇସି), ଜାପାନ-ଭାରତ ବ୍ୟବସାୟ ପରାମର୍ଶଦାତା କମିଟି (ଜେଆଇବିସିସି) ଏବଂ ଇନଭେଷ୍ଟ ଇଣ୍ଡିଆ ଏହି କାର୍ଯ୍ୟକ୍ରମରେ ମଧ୍ୟ ଭାଗ ନେଇଥିଲେ ।
ଭାରତ ଏବଂ ଜାପାନ ପ୍ରାକୃତିକ ସହଭାଗୀ ବୋଲି ଜୋର ଦେଇ ପ୍ରଧାନମନ୍ତ୍ରୀ ବ୍ୟବସାୟିକ ସମ୍ପ୍ରଦାୟକୁ ଭାରତ-ଜାପାନ ସମ୍ପର୍କର ଅପାର ସମ୍ଭାବନାର ବ୍ରାଣ୍ଡ ଆମ୍ବାସାଡର ଭାବରେ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମାର୍ଚ୍ଚ ୨୦୨୨ ରେ ପ୍ରଧାନମନ୍ତ୍ରୀ କିଶିଦାଙ୍କ ଭାରତ ଗସ୍ତ ସମୟରେ ଉଭୟ ଦେଶ ଆସନ୍ତା ୫ ବର୍ଷ ମଧ୍ୟରେ ୫ ଟ୍ରିଲିୟନ ଜାପାନୀ ୟେନ ପୁଞ୍ଜି ବିନିଯୋଗର ଏକ ବଡ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଅନ୍ୟଗୁଡିକ ମଧ୍ୟରେ ପ୍ରଧାନମନ୍ତ୍ରୀ ଅର୍ଥନୈତିକ ସମ୍ପର୍କର ସାମ୍ପ୍ରତିକ ବିକାଶ ଉପରେ ଆଲୋକପାତ କରିଥିଲେ ଯେପରିକି ଭାରତ-ଜାପାନ ଶିଳ୍ପ ପ୍ରତିଯୋଗୀତା ସହଭାଗୀତା (ଆଇଜେଆଇସିପି) ଏବଂ ସ୍ୱଚ୍ଛ ଶକ୍ତି ସହଭାଗୀତା । ସେ ଜାତୀୟ ଭିତ୍ତିଭୂମି ପାଇପଲାଇନ (ଏନ୍ଆଇପି), ଉତ୍ପାଦନ ଲିଙ୍କେଡ୍ ପ୍ରୋତ୍ସାହନ (ପିଏଲଆଇ) ଯୋଜନା ଏବଂ ସେମିକଣ୍ଡକ୍ଟର ଏବଂ ଭାରତରେ ଷ୍ଟାର୍ଟଅପ୍ର ବିକାଶ ଉପରେ ଆଲୋକପାତ କରିଥିଲେ ।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ବିଶ୍ୱ ଏଫଡିଆଇରେ ମନ୍ଥରତା ସତ୍ୱେ ପୂର୍ବ ଆର୍ଥିକ ବର୍ଷରେ ଭାରତ ୮୪ ବିଲିୟନ ଡ଼ଲାରର ରେକର୍ଡ ଏଫଡିଆଇ ଆକୃଷ୍ଟ କରିପାରିଛି । ସେ ଏହାକୁ ଭାରତର ଅର୍ଥନୈତିକ ସାମର୍ଥ୍ୟକୁ ଆତ୍ମବିଶ୍ୱାସର ଏକ ବିଜୟ ବୋଲି କହିଛନ୍ତି । ସେ ଭାରତରେ ଜାପାନ କମ୍ପାନୀଗୁଡିକ ଦ୍ୱାରା ଅଧିକ ଅଂଶଗ୍ରହଣ କରିବାକୁ ଆମନ୍ତ୍ରଣ କରିଥିଲେ ଏବଂ ଭାରତର ବିକାଶ ଯାତ୍ରା ପାଇଁ ଜାପାନର ଅବଦାନକୁ "ଜାପାନ ସପ୍ତାହ” ରୂପେ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ ।
ନିମ୍ନଲିଖିତ ବ୍ୟବସାୟିକ ମୁଖ୍ୟମାନେ ବ୍ୟବସାୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ:
Name |
Designation |
Organization |
Mr. Seiji Kuraishi |
Chairman and Director |
Honda Motor Co., Ltd. |
Mr. Makoto Uchida |
Representative Executive Officer, President & CEO |
Nissan Motor Corporation |
Mr. Akio Toyoda |
President and member of board of directors |
Toyota Motor Corporation |
Mr. Yoshihiro Hidaka |
President, CEO & Representative Director |
Yamaha Motor Corporation |
Mr. Toshihiro Suzuki |
President & Representative Director |
Suzuki Motor Corporation |
Mr. Seiji Imai |
Chairman of Mizuho Financial Group |
Mizuho Bank Ltd. |
Mr. Hiroaki Fujisue |
Advisor, MUFG Bank Ltd. and Chairman, JIBCC |
MUFG Bank Ltd. and JIBCC |
Mr. Takeshi Kunibe |
Chairman of the Board of both Sumitomo Mitsui Financial Group (SMFG) and Sumitomo Mitsui Banking Corporation (SMBC) |
Sumitomo Mitsui Banking Corporation |
Mr. Koji Nagai |
Chairman |
Nomura Securities Co., Ltd. |
Mr. Kazuo Nishitani |
Secretary General |
Japan-India Business Co-operation Committee |
Mr. Masakazu Kubota |
President |
KEIDANREN |
Mr. Kyohei Hosono |
Director and COO |
Dream Incubator Inc. |
Mr. Keiichi Iwata |
President of Sumitomo Chemical Co., Ltd Vice Chairman of Japan Petrochemical Industry Association |
Sumitomo Chemical Co. Ltd. |
Mr. Tsugio Mitsuoka |
Chairman of the Board |
IHI Corporation |
Mr. Yoshinori Kanehana |
Chairman of Board |
Kawasaki Heavy Industries, Ltd. |
Mr. Ryuko Hira |
President & Representative Director |
Hotel Management International Co. Ltd. |
Mr. Hiroko Ogawa |
CO&CEO |
Brooks & Co. Ltd. |
Mr. Vivek Mahajan |
Senior Executive Vice President, CTO |
Fujitsu Ltd. |
Mr. Toshiya Matsuki |
Senior Vice President |
NEC Corporation |
Mr. Kazushige Nobutani |
President |
JETRO |
Mr. Yamada Junichi |
Executive Senior Vice President |
JICA |
Mr. Tadashi Maeda |
Governor |
JBIC |
Mr. Ajay Singh |
Managing Executive Officer |
Mitsui O.S.K. Lines |
Mr. Toshiaki Higashihara |
Director, Representative Executive Officer, Executive Chairman & CEO |
Hitachi Ltd. |
Mr. Yoshihiro Mineno |
Senior Executive Officer, Member of the Board |
Daikin Industries Ltd. |
Mr. Yoshihisa Kitano |
President & CEO |
JFE Steel Corporation |
Mr. Eiji Hashimoto |
Representative Director and President |
Nippon Steel Corporation |
Mr. Akihiro Nikkaku |
President and Representative Member of the Board |
Toray Industries, Inc. |
Mr. Motoaki Uno |
Representative Director & Senior Executive Managing Officer |
Mitsui & Co. Ltd. |
Mr. Masayoshi Fujimoto |
Representative Director, President & CEO |
Sojitz Corporation |
Mr. Toshikazu Nambu |
Executive Vice President, Representative Director |
Sumitomo Corporation |
Mr. Ichiro Kashitani |
President |
Toyota Tsusho Corporation |
Mr. Ichiro Takahara |
Vice Chairman, Member of the Board |
Marubeni Corporation |
Mr. Yoji Taguchi |
Chairman and Managing Director of Mitsubishi Corporation India Private Limited |
Mitsubishi Corporation |