Quoteପ୍ରଧାନମନ୍ତ୍ରୀ ୧୦ ଟି ରାଜ୍ୟ ଏବଂ ୨ ଟି କେନ୍ଦ୍ରଶାସିତ ଅଞ୍ଚଳରେ ବ୍ୟାପିଥିବା ବାରଟି ପ୍ରମୁଖ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଯାହାର ମୂଲ୍ୟ ୧,୨୧,୩୦୦ କୋଟି ଟଙ୍କାରୁ ଅଧିକ
Quoteପ୍ରଧାନମନ୍ତ୍ରୀ ରାଜକୋଟ, ଜାମ୍ମୁ, ଅବନ୍ତିପୁରା, ବିବିନଗର, ମଦୁରାଇ, ରେୱାରୀ ଏବଂ ଦରଭଙ୍ଗା ଠାରେ ଏମ୍ସ ର୍ନିମାଣ ଅଗ୍ରଗତିର ସମୀକ୍ଷା କରିଛନ୍ତି
Quoteପ୍ରଧାନମନ୍ତ୍ରୀ ପିଏମ୍ ଏସ୍ଭିଏନିଧି ସ୍କିମ୍ ସମୀକ୍ଷା କରି ସହରାଞ୍ଚଳର ସମସ୍ତ ଯୋଗ୍ୟ ରାସ୍ତାକଡ ବିକ୍ରେତାଙ୍କୁ ଚିହ୍ନଟ ଏବଂ ସାମିଲ କରିବାକୁ ମୁଖ୍ୟ ସଚିବମାନଙ୍କୁ ଅନୁରୋଧ କରିଛନ୍ତି
Quoteଏସଭିଏନିଧି ସେ ସମୃଦ୍ଧି ଅଭିଯାନ ମାଧ୍ୟମରେ ଏସଭିଏନିଧି ହିତାଧିକାରୀଙ୍କ ପରିବାର ସଦସ୍ୟଙ୍କୁ ଦିଆଯାଉଥିବା ସମସ୍ତ ସରକାରୀ ଯୋଜନାର ଲାଭ ନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୪୨ ତମ ପ୍ରଗତି ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏହା କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନେଇ ପ୍ରୋ ଆକ୍ଟିଭ ଗଭର୍ଣ୍ଣାନ୍ସ ଏବଂ ସଠିକ ସମୟରେ କାର୍ଯ୍ୟାନ୍ୱୟନ ପାଇଁ ଆଇସିଟି ଆଧାରିତ ମଲ୍ଲି ମୋଡାଲ ପ୍ଲାଟଫର୍ମ ।

ଏହି ବୈଠକରେ ବାରଟି ପ୍ରମୁଖ ପ୍ରକଳ୍ପର ସମୀକ୍ଷା କରାଯାଇଥିଲା । ବାରଟି ପ୍ରକଳ୍ପ ମଧ୍ୟରେ ସାତୋଟି ପ୍ରକଳ୍ପ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର, ଦୁଇଟି ପ୍ରକଳ୍ପ ରେଳ ମନ୍ତ୍ରଣାଳୟର ଏବଂ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ, ଇସ୍ପାତ ମନ୍ତ୍ରଣାଳୟ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଗୋଟିଏ କରି ପ୍ରକଳ୍ପ ଥିଲା । ଏହି ପ୍ରକଳ୍ପଗୁଡ଼ିକର ସମୁଦାୟ ମୂଲ୍ୟ ୧,୨୧,୩୦୦ କୋଟି ଟଙ୍କାରୁ ଅଧିକ ଏବଂ ଛତିଶଗଡ, ବିହାର, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜୁରାଟ, ମହାରାଷ୍ଟ୍ର, ତେଲେଙ୍ଗାନା, ତାମିଲନାଡୁ, ଓଡିଶା ଏବଂ ହରିୟାଣା ଏବଂ ୨ ଟି କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀର ଏବଂ ଦାଦ୍ରା ଏବଂ ନାଗର ହାଭେଲି ସହିତ ୧୦ ଟି ରାଜ୍ୟ ସହ ଜଡିତ ।

ରାଜକୋଟ, ଜାମ୍ମୁ, ଅବନ୍ତିପୁରା, ବିବିନଗର, ମଦୁରାଇ, ରେୱାରୀ ଏବଂ ଦରଭଙ୍ଗା ଠାରେ ଏମ୍‍ସ ର୍ନିମାଣର ଅଗ୍ରଗତି ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ । ଜନସାଧାରଣଙ୍କ ପାଇଁ ସେମାନଙ୍କର ମହତ୍ୱକୁ ଦୃଷ୍ଟିରେ ରଖି ବକେୟା ସମସ୍ୟାର ସମାଧାନ ଏବଂ ପ୍ରକଳ୍ପ ସମାପ୍ତି ପାଇଁ ସମୟସୀମା ଧାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମଧ୍ୟ "ପିଏମ ଏସ୍‍ଭିଏନିଧି” ଯୋଜନାର ସମୀକ୍ଷା କରିଥିଲେ । ସହରାଞ୍ଚଳ ବିଶେଷ ଭାବରେ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ସହରଗୁଡିକରେ ଥିବା ସମସ୍ତ ଯୋଗ୍ୟ ରାସ୍ତାକଡ ବିକ୍ରେତାଙ୍କୁ ଚିହ୍ନଟ ଏବଂ ସାମିଲ କରିବାକୁ ସେ ମୁଖ୍ୟ ସଚିବମାନଙ୍କୁ ଅନୁରୋଧ କରିଥିଲେ । ଏକ ମିଶନ ମୋଡରେ ରାସ୍ତାକଡ ବିକ୍ରେତାଙ୍କ ଦ୍ୱାରା ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ଏବଂ ଏସ୍‍ଭିଏନିଧି ସେ ସମୃଦ୍ଧି ଅଭିଯାନ ମାଧ୍ୟମରେ ଏସଭିଏନିଧି ହିତାଧିକାରୀଙ୍କ ପରିବାର ସଦସ୍ୟଙ୍କୁ ସମସ୍ତ ସରକାରୀ ଯୋଜନାର ଲାଭ ଦେବା ପାଇଁ ଏକ ଅଭିଯାନ ଚଳାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ସଫଳ ଜି୨୦ ବୈଠକ ଆୟୋଜନ କରିଥିବାରୁ ପ୍ରଧାନମନ୍ତ୍ରୀ ସମସ୍ତ ମୁଖ୍ୟ ସଚିବଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବିଶେଷକରି ପର୍ଯ୍ୟଟନ ଏବଂ ରପ୍ତାନିର ପ୍ରୋତ୍ସାହନ ପାଇଁ ଏହି ବୈଠକରୁ ସେମାନଙ୍କ ରାଜ୍ୟ ପାଇଁ ସର୍ବାଧିକ ଲାଭ ଉଠାଇବାକୁ ସେ ସେମାନଙ୍କୁ ଅନୁରୋଧ କରିଥିଲେ ।

ପ୍ରଗତି ବୈଠକ ସମୟରେ, ମୋଟ ୧୭.୦୫ ଲକ୍ଷ କୋଟି ଟଙ୍କା ମୂଲ୍ୟର ୩୪୦ ଟି ପ୍ରକଳ୍ପର ସମୀକ୍ଷା କରାଯାଇଛି ।

 

  • Reena chaurasia August 27, 2024

    bjp
  • HULASH DAS March 06, 2024

    8128239530w
  • Radhid Chaudhary July 29, 2023

    Humne form bhara Hamen Kacche makanon ka Labh nahin mila
  • Radhid Chaudhary July 29, 2023

    Humne form bhara hai abhi tak paise Nahin Aaye Udaipur
  • DHANRAJ KUMAR SUMAN July 07, 2023

    good morning sir. Jai hind sir.
  • DHANRAJ KUMAR SUMAN July 07, 2023

    Good morning sir. Jai hind sir.
  • Ashutosh Pandey July 03, 2023

    Jai Hind Jai Bharat Mr Modi sir ji, Jai shree mahakal
  • shashikant gupta July 01, 2023

    सेवा ही संगठन है 🙏💐🚩🌹 सबका साथ सबका विश्वास,🌹🙏💐 प्रणाम भाई साहब 🚩🌹 जय सीताराम 🙏💐🚩🚩 शशीकांत गुप्ता वार्ड–(104) जनरल गंज पूर्व (जिला आई टी प्रभारी) किसान मोर्चा कानपुर उत्तर #satydevpachori #myyogiadityanath #AmitShah #RSSorg #NarendraModi #JPNaddaji #upBJP #bjp4up2022 #UPCMYogiAdityanath #BJP4UP #bhupendrachoudhary #SubratPathak #BhupendraSinghChaudhary #KeshavPrasadMaurya #keshavprasadmauryaji
  • Atul Kumar Mishra June 30, 2023

    जय श्री राम 🚩🚩🚩
  • Manda krishna BJP Telangana Mahabubabad District mahabubabad June 30, 2023

    🙏🏻
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Global aerospace firms turn to India amid Western supply chain crisis

Media Coverage

Global aerospace firms turn to India amid Western supply chain crisis
NM on the go

Nm on the go

Always be the first to hear from the PM. Get the App Now!
...
Former UK PM, Mr. Rishi Sunak and his family meets Prime Minister, Shri Narendra Modi
February 18, 2025

Former UK PM, Mr. Rishi Sunak and his family meets Prime Minister, Shri Narendra Modi today in New Delhi.

Both dignitaries had a wonderful conversation on many subjects.

Shri Modi said that Mr. Sunak is a great friend of India and is passionate about even stronger India-UK ties.

The Prime Minister posted on X;

“It was a delight to meet former UK PM, Mr. Rishi Sunak and his family! We had a wonderful conversation on many subjects.

Mr. Sunak is a great friend of India and is passionate about even stronger India-UK ties.

@RishiSunak @SmtSudhaMurty”