ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ ପାରା ଗେମ୍ସରେ କ୍ଲବ୍ ଥ୍ରୋ-ଏଫ୍୫୧ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରଣବ ସୂରମାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘ଏସୀୟ ପାରା ଗେମ୍ସରେ କ୍ଲବ୍ ଥ୍ରୋ-ଏଫ୍୫୧ ପ୍ରତିଯୋଗିତାରେ ସମ୍ମାନଜନକ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରଣବ ସୂରମାଙ୍କୁ ଅଭିନନ୍ଦନ । ତାଙ୍କ ନିଷ୍ଠା ଏବଂ ସ୍ଥିରତା ଭାରତକୁ ଗୌରବାନ୍ୱିତ କରିଛି । ତାଙ୍କ ସଫଳତା ଆହୁରି ନୂଆ ଉଚ୍ଚତା ଛୁଇଁବା ଜାରି ରଖୁ ।’’
Congratulations to @pranavsoorma on the prestigious Gold Medal win in the Club Throw - F51 Asian Para Games event. His determination and resilience have made India proud. May he keep soaring to new heights of success. pic.twitter.com/bWtwJqeMHT
— Narendra Modi (@narendramodi) October 23, 2023