ମେଦବହୁଳତା ହାର ବୃଦ୍ଧି ପାଉଥିବାରୁ ଏହା ବିରୋଧରେ ପଦକ୍ଷେପ ନେବାର ଜରୁରୀ ଆବଶ୍ୟକତା ଉପରେ ଜୋର୍ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖାଇବା ତେଲ ବ୍ୟବହାର ହ୍ରାସ କରିବା ଦିଗରେ ପ୍ରମୁଖ ବ୍ୟକ୍ତିମାନଙ୍କୁ ମନୋନୀତ କରିଛନ୍ତି । ଆନ୍ଦୋଳନ ବ୍ୟାପକ କରିବାକୁ ସେମାନଙ୍କୁ ୧୦ ଜଣ ଲେଖାଏ ବ୍ୟକ୍ତିଙ୍କୁ ମନୋନୀତ କରିବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି ।
ଏକ୍ସର ଏକ ପୋଷ୍ଟରେ ସେ ଲେଖିଛନ୍ତି:
“ଗତକାଲିର ମନ୍ କୀ ବାତ୍...ରେ କହିଥିଲି, ମେଦବହୁଳତା ବିରୋଧରେ ଲଢ଼େଇକୁ ମଜବୁତ୍ କରିବାକୁ ଏବଂ ଭୋଜନରେ ଖାଇବା ତେଲର ବ୍ୟବହାର ହ୍ରାସ କରିବା ଦିଗରେ ଜାଗରୁକତା ସୃଷ୍ଟି କରିବା ଦିଗରେ ସହାୟତା କରିବାକୁ ନିମ୍ନଲିଖିତ ବ୍ୟକ୍ତିମାନଙ୍କୁ ମନୋନୀତ କରିବାକୁ ଚାହୁଁଛି । ମୁଁ ସେମାନଙ୍କୁ ୧୦-୧୦ ଜଣ ଲୋକଙ୍କୁ ମନୋନୀତ କରିବାକୁ ଅନୁରୋଧ କରୁଛି ଯଦ୍ୱାରାକି ଆମର ଆନ୍ଦୋଳନ ବ୍ୟାପକ ହୋଇପାରିବ!
@anandmahindra
@nirahua1
@realmanubhaker
@mirabai_chanu
@Mohanlal
@NandanNilekani
@OmarAbdullah
@ActorMadhavan
@shreyaghoshal
@SmtSudhaMurty
ଆସନ୍ତୁ ଆମେ ସମସ୍ତେ ମିଶି ଭାରତକୁ ଅଧିକ ଫିଟ୍ ଏବଂ ସୁସ୍ଥ ବନାଇବା
#FightObesity”
As mentioned in yesterday’s #MannKiBaat, I would like to nominate the following people to help strengthen the fight against obesity and spread awareness on reducing edible oil consumption in food. I also request them to nominate 10 people each so that our movement gets bigger!… pic.twitter.com/bpzmgnXsp4
— Narendra Modi (@narendramodi) February 24, 2025