ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେବୀ ଚନ୍ଦ୍ରଘଣ୍ଟାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।
ଦେଶର ନାଗରିକଙ୍କ ପାଇଁ ଖ୍ୟାତି ଏବଂ ଗୌରବକୁ ନିରନ୍ତର ବୃଦ୍ଧି ଲାଗି ସେ ମା’ଚନ୍ଦ୍ରଘଣ୍ଟାଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି ।
ଶ୍ରୀ ମୋଦୀ ଦେବୀଙ୍କ ପ୍ରାର୍ଥନା(ସ୍ତୁତି) ପାଠକୁ ମଧ୍ୟ ସେୟାର କରିଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘ସାହସ ଏବଂ ଶୌର୍ଯ୍ୟର ପ୍ରତୀକ ମା’ଚନ୍ଦ୍ରଘଣ୍ଟାଙ୍କୁ ବାରମ୍ବାର ପ୍ରଣାମ! ମା’ଙ୍କ ଆଶୀର୍ବାଦରେ ଦେଶବାସୀଙ୍କ ଖ୍ୟାତି ଏବଂ ଗୌରବ ନିରନ୍ତର ଭାବେ ବୃଦ୍ଧି ପାଇବ ବୋଲି ମୋର କାମନା ।’
साहस और शौर्य की प्रतीक मां चंद्रघंटा को बारंबार प्रणाम! मां के आशीर्वाद से देशवासियों के यश और कीर्ति में निरंतर वृद्धि हो, यही कामना है। pic.twitter.com/FPxldYkgM9
— Narendra Modi (@narendramodi) October 17, 2023