ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀମାନଙ୍କ ସହ ଆଜି (୨୭.୧୨.୨୦୨୩) ଆବାସୀ ଜରିଆରେ ମତ ବିନିମୟ କରିଛନ୍ତି । ଏହି ଅବସରରେ ସେ ସମବେତ ଜନସାଧାରଣଙ୍କୁ ମଧ୍ୟ ଉଦ୍ବୋଧନ ଦେଇଛନ୍ତି ।
ବିକଶିତ ଭାରତ ସଂକଳ୍ପ ଯାତ୍ରାର ହଜାର ହଜାର ହିତାଧିକାରୀ ଦେଶର ବିଭିନ୍ନ ସ୍ଥାନରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିôଲେ । କେନ୍ଦ୍ରମନ୍ତ୍ରୀ, ସଂସଦ ସଦସ୍ୟ, ବିଧାୟକ ଓ ସ୍ଥାନୀୟ ପ୍ରତିନିଧିମାନେ ମଧ୍ୟ ଏଥିରେ ଯୋଗ ଦେଇଥିଲେ ।
ପ୍ରଧାନମନ୍ତ୍ରୀ ହିତାଧିକାରୀମାନଙ୍କ ସହ କଥୋପକଥନ କରିଥିବାବେଳେ ସେମାନଙ୍କ ମଧ୍ୟରେ ଜଣେ ଥିଲେ ଅର୍ଜୁନ ସିଂହ । ତ୍ରିପୁରା ଚା ବଗିଚା ଶ୍ରମିକ ଅର୍ଜୁନ ସିଂ ପିଏମ୍ ଆବାସ, ଉଜ୍ଜ୍ୱଳା ଓ ମାଗଣା ଶୌଚାଳୟ କରି ଜଣେ ହିତାଧିକାରୀ । ୧.୩ଲକ୍ଷ ଟଙ୍କା ସହାୟତା ପାଇ ସେ କଚା ଘରରୁ ପକ୍କା ଘରକୁ ଯିବା ସହ ସାଧାରଣ ଚୂଲିରୁ ଗ୍ୟାସ ଚୁଲା ବ୍ୟବହାର କରିପାରିଲେ । ସେ ମୋଦି କୀ ଗ୍ୟାରେଣ୍ଟି କୀ ଗାଡିର ବିପୁଳ ଉତ୍ସାହ ତାଙ୍କ ଗ୍ରାମ ଓ ଆଖପାଖ ଅଞ୍ଚଳରେ କିପରି ଅଛି ସେ ସମ୍ପର୍କରେ ସୂଚନା ଦେଲେ । ବିନା ଘାତ ପ୍ରତିଘାତରେ ବିଭିନ୍ନ ଯୋଜନାର ସୁଫଳ ହିତାଧିକାରୀମାନେ ପାଇପାରୁଥିବା ଜାଣି ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ ।