ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟୋକିଓର ନିପନ୍ ବୁଡୋକାନରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ । ୨୦ ରୁ ଅଧିକ ରାଷ୍ଟ୍ର / ସରକାର ମୁଖ୍ୟଙ୍କ ସମେତ ୧୦୦ ରୁ ଅଧିକ ଦେଶର ପ୍ରତିନିଧୀ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାରରେ ଅଂଶଗ୍ରହଣ କରିଥିଲେ ।
ପ୍ରଧାନମନ୍ତ୍ରୀ ପୂର୍ବତନ ପ୍ରଧାନମନ୍ତ୍ରୀ ଆବେଙ୍କ ସ୍ମୃତିକୁ ସମ୍ମାନ ଜଣାଇଥିଲେ, ଯାହାଙ୍କୁ ସିଏ ନିଜର ଜଣେ ପ୍ରିୟ ବନ୍ଧୁ ଏବଂ ଭାରତ-ଜାପାନ ସହଭାଗୀତାର ମହାନ ଚାମ୍ପିଅନ୍ ଭାବରେ ବିବେଚନା କରିଥିଲେ ।
ରାଷ୍ଟ୍ରୀୟ ଅନ୍ତିମ ସଂସ୍କାର ପରେ ପ୍ରଧାନମନ୍ତ୍ରୀ ଆକାସାକା ପ୍ରାସାଦରେ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଆବେଙ୍କ ପତ୍ନୀ ଶ୍ରୀମତୀ ଅକି ଆବେଙ୍କ ସହ ଏକ ବ୍ୟକ୍ତିଗତ ବୈଠକ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଶ୍ରୀମତୀ ଆବେଙ୍କୁ ତାଙ୍କ ହୃଦୟରୁ ସମବେଦନା ଜଣାଇଥିଲେ । ଭାରତ-ଜାପାନ ସମ୍ପର୍କକୁ ନୂତନ ଶିଖରକୁ ଆଣିବାରେ ଦେଇଥିବା ମହତ୍ୱପୂର୍ଣ୍ଣ ଅବଦାନ ପାଇଁ ସେ ତାଙ୍କର ପ୍ରିୟ ବନ୍ଧୁ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଆବେଙ୍କୁ ମନେ ପକାଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ନିଜର ସମବେଦନା ଜଣାଇବା ସହିତ ପ୍ରଧାନମନ୍ତ୍ରୀ କିଶିଦାଙ୍କ ସହ ଏକ ସଂକ୍ଷିପ୍ତ ଆଲୋଚନା କରିଥିଲେ ।