Quoteଶୁଭାରମ୍ଭ ହେଲା ପ୍ରଧାନମନ୍ତ୍ରୀ ସାମାଜିକ ଉତ୍ଥାନ ଓ ରୋଜଗାର ଆଧାରିତ ଜନକଲ୍ୟାଣ (ପିଏମ୍-ସୁରଜ) ପୋର୍ଟାଲ
Quoteଅବହେଳିତ ବର୍ଗର ୧ ଲକ୍ଷ ଉଦ୍ୟୋଗୀଙ୍କୁ ଋଣ ସହାୟତା ମଞ୍ଜୁର କଲେ
Quoteନମସ୍ତେ ଯୋଜନାରେ ସଫେଇ ମିତ୍ରମାନଙ୍କୁ ଆୟୁଷ୍ମାନ ସ୍ୱାସ୍ଥ୍ୟ କାର୍ଡ ଏବଂ ପିପିଇ କିଟ୍ ବଣ୍ଟନ
Quote‘‘ଆଜିର ଏହି କାର୍ଯ୍ୟକ୍ରମରେ ଗରିବ ଲୋକଙ୍କୁ ପ୍ରାଥମିକତା ଦେବା ପାଇଁ ସରକାରଙ୍କ ପ୍ରତିବଦ୍ଧତାର ଝଲକ ଦେଖିବାକୁ ମିଳୁଛି’’
Quote‘‘ବଞ୍ଚିତଙ୍କ ପାଖରେ ଏହାର ଲାଭ ପହଞ୍ଚୁଥିବା ଦେଖି ମୁଁ ଭାବପ୍ରବଣ ହୋଇପଡ଼େ କାରଣ ମୁଁ ସେମାନଙ୍କଠାରୁ ଅଲଗା ନୁହେଁ ଏବଂ ତୁମେ ମୋର ପରିବାର’’
Quote‘‘ବଞ୍ଚିତ ବର୍ଗର ବିକାଶ ବିନା ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ହାସଲ ହୋଇପାରିବ ନାହିଁ’’
Quote‘‘ଆଗାମୀ ୫ ବର୍ଷ ମଧ୍ୟରେ ବିକାଶ ଓ ବଞ୍ଚିତ ବର୍ଗଙ୍କ ସମ୍ମାନର ଏହି ଅଭିଯାନ ତ୍ୱରାନ୍ୱିତ ହେବ ବୋଲି ମୋଦୀ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି; ଆପଣମାନଙ୍କ ବିକାଶ ଦ୍ୱାରା ଆମେ ବିକଶିତ ଭାରତର ସ୍ୱପ୍ନ ପୂରଣ କରିବୁ’’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅବହେଳିତ ବର୍ଗଙ୍କୁ ଋଣ ସହାୟତା ପାଇଁ ଦେଶବ୍ୟାପୀ ଜନସମ୍ପର୍କ ସ୍ଥାପନ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଏଥିସହିତ ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ସାମାଜିକ ଉତ୍ଥାନ ଏବଂ ରୋଜଗାର ଆଧାର ଜନକଲ୍ୟାଣ (ପିଏମ-ସୁରଜ) ଜାତୀୟ ପୋର୍ଟାଲ ଉନ୍ମୋଚନ କରିବା ସହ ଦେଶର ଅବହେଳିତ ବର୍ଗର ଏକ ଲକ୍ଷ ଉଦ୍ୟୋଗୀଙ୍କୁ ଋଣ ସହାୟତା ମଞ୍ଜୁର କରିଛନ୍ତି । ଏହି ଅବସରରେ ସେ ଅନୁସୂଚିତ ଜାତି, ଅବହେଳିତ ବର୍ଗ ଓ ସଫେଇ କର୍ମଚାରୀଙ୍କ ସମେତ ପଛୁଆ ବର୍ଗର ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କ ସହ ମତ ବିନିମୟ କରିଥିଲେ।

ମଧ୍ୟପ୍ରଦେଶ ଇନ୍ଦୋରର ଶ୍ରୀ ନରେନ୍ଦ୍ର ସେନ କ୍ଲାଉଡ କମ୍ପ୍ୟୁଟିଂ ସହିତ କାରବାର କରୁଥିବା ଏକ ଇଣ୍ଟରନେଟ୍ କମ୍ପାନୀର ପ୍ରତିଷ୍ଠାତା ଅଟନ୍ତି । ସାଇବର କ୍ୟାଫେର ମାଲିକ ହେବାଠାରୁ ଆରମ୍ଭ କରି କୋଡିଂ ଶିଖିବା ଏବଂ ଏକ କମ୍ପାନୀର ପ୍ରତିଷ୍ଠାତା ହେବା ପର୍ଯ୍ୟନ୍ତ ସେ ତାଙ୍କର ଯାତ୍ରା ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ଭାବେ ସୂଚନା ଦେଇଥିଲେ। ଏମ୍ଏସ୍ଏମ୍ଇଗୁଡ଼ିକୁ ଡିଜିଟାଲ ସକ୍ଷମ କରି ସେଗୁଡ଼ିକୁ ସଶକ୍ତ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି ବୋଲି ସେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ। ଅନ୍ୟ ଜଣେ ନରେନ୍ଦ୍ରଙ୍କ କାହାଣୀ ଜାଣିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଖୋଲା ମନରେ ଅନୁରୋଧ କରିବା ପରେ ଶ୍ରୀ ସେନ୍ ଜଣାଇଥିଲେ ଯେ ସେ ଗୋଟିଏ ଗାଁରେ ଜନ୍ମ ନେଇଥିଲେ। କିନ୍ତୁ ତାଙ୍କ ପରିବାର ଇନ୍ଦୋର ଚାଲିଆସିଥିଲେ ଏବଂ ବାଣିଜ୍ୟରେ ତାଙ୍କର ପୃଷ୍ଠଭୂମି ଥିଲେ ମଧ୍ୟ ପ୍ରଯୁକ୍ତି ପ୍ରତି ତାଙ୍କର ଗଭୀର ଆଗ୍ରହ ଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ନାସ୍‌କମ୍‌ର ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଏବଂ ଭାରତରେ କ୍ଲାଉଡ୍ ଗୋଡାଉନ୍‌ ପାଇଁ ଦାବି ତାଙ୍କୁ କ୍ଲାଉଡ୍ କମ୍ପ୍ୟୁଟିଂ ଉପରେ କାମ ଆରମ୍ଭ କରିବାକୁ ପ୍ରେରଣା ଦେଇଥିଲା। ଶ୍ରୀ ସେନ୍ କହିଥିଲେ, ‘‘ଗୋଟିଏ ଗାଁରେ ବସିଥିବା ଜଣେ ନରେନ୍ଦ୍ର ଅନ୍ୟ ଜଣେ ନରେନ୍ଦ୍ରଙ୍କ ଠାରୁ ପ୍ରେରଣା ପାଇଥିଲେ।’’ କାର୍ଯ୍ୟ କ୍ଷେତ୍ରରେ ରହିଥିବା ଆହ୍ୱାନ ଏବଂ ସରକାରଙ୍କ ସମର୍ଥନ ବିଷୟରେ ପ୍ରଧାନମନ୍ତ୍ରୀଙ୍କ ଅନୁସନ୍ଧାନ ଉପରେ ଶ୍ରୀ ସେନ୍ କହିଥିଲେ ଯେ, ସହାୟତା ପାଇଁ ତାଙ୍କ ଅନୁରୋଧକୁ ତତ୍କାଳୀନ ସୂଚନା ପ୍ରଯୁକ୍ତି ସଚିବ ଅନୁମୋଦନ କରିଥିଲେ ଯାହା ଭାରତର ପ୍ରଥମ ଡାଟା ସେଣ୍ଟର ପାର୍କର ବିକାଶ ପାଇଁ ବାଟ କଡ଼େଇ ନେଇଥିଲା । ଷ୍ଟାର୍ଟଅପ୍ ପ୍ରତି ଆଗ୍ରହ ପ୍ରକାଶ କରିଥିବାରୁ ଶ୍ରୀ ସେନ୍ ଏବଂ ଅନ୍ୟ ଯୁବଗୋଷ୍ଠୀଙ୍କୁ ନେଇ ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକାଶ କରିଥିଲେ ଏବଂ ସେମାନଙ୍କ ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ । ଏହି ସଫଳତା ପାଇଁ ସେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ।

 

|

ଜମ୍ମୁରୁ ବୁଟିକ୍ ଚଳାଉଥିବା ନୀଲମ କୁମାରୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ମହାମାରୀ ଲକଡାଉନ୍ ସମୟରେ ହୋଇଥିବା ସମସ୍ୟାକୁ ସେ ମନେ ପକାଇଥିଲେ। ସେ ଉଜ୍ଜ୍ୱଳା, ପ୍ରଧାନମନ୍ତ୍ରୀ ଆବାସ, ଆୟୁଷ୍ମାନ ଏବଂ ସ୍ୱଚ୍ଛ ଭାରତ ଭଳି ଅନେକ କଲ୍ୟାଣକାରୀ ଯୋଜନାର ହିତାଧିକାରୀ ଅଟନ୍ତି । ସେ ବ୍ୟବସାୟ ଆରମ୍ଭ କରିବା ପାଇଁ ସରକାରୀ ଋଣ ନେଇଥିଲେ। ଚାକିରି ପ୍ରଦାତା ହୋଇଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କୁ କହିଥିଲେ ଯେ ଦେଶର କୋଣ ଅନୁକୋଣରୁ ଯେଉଁମାନେ ପୂର୍ବରୁ ଅଣଦେଖାର ଶିକାର ହୋଇଥିଲେ ସେମାନେ ଏବେ ସରକାରୀ ଯୋଜନାର ଲାଭ ଉଠାଉଛନ୍ତି । ତାଙ୍କ ପ୍ରେରଣାଦାୟକ କାହାଣୀ ପ୍ରକାଶ କରିଥିବାରୁ ପ୍ରଧାନମନ୍ତ୍ରୀ ନୀଲମଙ୍କୁ ଧନ୍ୟବାଦ ଦେଇଥିଲେ। ଜନଧନ, ମୁଦ୍ରା, ପିଏମ୍ ଆବାସ ଏବଂ ଉଦ୍ୟୋଗ ବିକାଶ ଯୋଜନା ଭଳି ଯୋଜନା ପଛୁଆ ରହିଥିବା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି ବୋଲି ସେ କହିଛନ୍ତି। 

ଜଳ ଜୀବନ ଆଗ୍ରୋଟେକ୍ ର ସହ ପ୍ରତିଷ୍ଠାତା ମହାରାଷ୍ଟ୍ର ଅହମ୍ମଦନଗରର ଶ୍ରୀ ନରେଶ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ଯେ ତାଙ୍କ ଷ୍ଟାର୍ଟଅପ୍ କୃଷି ବର୍ଜ୍ୟଜଳ ସଂରକ୍ଷଣ ସହ ଜଡ଼ିତ । ଆମ୍ବେଦକର ସାମାଜିକ ଅଭିନବତା ମିଶନ ଅଧୀନରେ ୩୦ ଲକ୍ଷ ଟଙ୍କାର ଋଣ ରାଶି ମିଳିବା ତାଙ୍କୁ ତାଙ୍କର କମ୍ପାନୀ ପ୍ରତିଷ୍ଠା ପାଇଁ ଯନ୍ତ୍ରପାତି କିଣିବାରେ ସାହାଯ୍ୟ କରିଥିଲା ବୋଲି ସେ ଉଲ୍ଲେଖ କରିଥିଲେ। ସେ ପ୍ରଧାନମନ୍ତ୍ରୀ ଓ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ। କୃଷି କ୍ଷେତ୍ରରୁ ଏକ କମ୍ପାନୀର ପ୍ରତିଷ୍ଠାତା ହେବା ପର୍ଯ୍ୟନ୍ତ ତାଙ୍କ ଯାତ୍ରା ବିଷୟରେ ପ୍ରଧାନମନ୍ତ୍ରୀଙ୍କ ଅନୁସନ୍ଧାନ ପରେ ଶ୍ରୀ ନରେଶ କହିଥିଲେ ଯେ ସେ ତାଙ୍କ ପିତାମାତାଙ୍କ ସହ ଚାଷ ଜମିରେ କାମ କରୁଥିଲେ ଯାହା ତାଙ୍କୁ ଆବଶ୍ୟକ ଅଭିଜ୍ଞତା ଦେଇଥିଲା । ଆୟୁଷ୍ମାନ ଭାରତ କାର୍ଡ ଏବଂ ରାଷ୍ଟ୍ରୀୟ ରାସନ ଯୋଜନାର ଲାଭ ପାଇବା ବିଷୟରେ ମଧ୍ୟ ସେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ନିଜ କମ୍ପାନୀ ମାଧ୍ୟମରେ କୃଷକମାନଙ୍କୁ ସହାୟତା କରିବା ସମ୍ପର୍କରେ ଶ୍ରୀ ନରେଶ କହିଥିଲେ ଯେ ତାଙ୍କ କମ୍ପାନୀ ଦ୍ୱାରା ଉତ୍ପାଦିତ ଏବଂ ଡିଜାଇନ୍ କରାଯାଇଥିବା ଉତ୍ପାଦକୁ ଭାରତ ସରକାରଙ୍କ ଠାରୁ ପେଟେଣ୍ଟ ମିଳିଛି । ଏହା କୃଷି ସମୟରେ ଜଳର ଅପଚୟକୁ ରୋକିବାରେ ସାହାଯ୍ୟ କରେ । କୃଷି କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ନୂତନ ଉଦ୍ୟୋଗଗୁଡ଼ିକୁ ସରକାରୀ ଯୋଜନାର ଲାଭ ଉଠାଇବାକୁ ସେ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଉତ୍ସାହକୁ ପ୍ରଶଂସା କରିବା ସହ କୃଷି କ୍ଷେତ୍ରରେ ପ୍ରବେଶ କରିବାକୁ ଚାହୁଁଥିବା ଯୁବବର୍ଗଙ୍କ ପାଇଁ ସେ ପ୍ରେରଣା ବୋଲି କହିଥିଲେ।

ସଫେଇ କର୍ମଚାରୀ ଗୁଣ୍ଟୁରର ଶ୍ରୀମତୀ ମୁତାମ୍ମା ତାଙ୍କ ନାମରେ ଏକ ସେପ୍ଟିକ୍ ଟ୍ୟାଙ୍କ ଡିସଲୁଜିଂ ଗାଡି ଆବଣ୍ଟନ ପାଇ ଗର୍ବିତ ହୋଇଥିବା ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ । ଏହା ତାଙ୍କ ଜୀବନକୁ ବଦଳାଇ ଦେଇଥିଲା ବୋଲି ସେ ସୂଚନା ଦେଇଥିଲେ। ନିଜ ଯାତ୍ରା ବିଷୟରେ ବର୍ଣ୍ଣନା କରି ସେ ଭାବପ୍ରବଣ ହୋଇପଡ଼ିଥିଲେ। ‘‘ଏହି ଗାଡ଼ି ମୋତେ ଶକ୍ତି ଦେଇଛି ଏବଂ ସମାଜ ମୋତେ ନୂଆକରି ସମ୍ମାନ ଦେବା ଆରମ୍ଭ କରିଛି । ଏସବୁ ଆପଣଙ୍କ ପଦକ୍ଷେପ ଯୋଗୁଁ ହୋଇଛି ବୋଲି ସେ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ । ପ୍ରଧାନମନ୍ତ୍ରୀ ପଚାରିବାରୁ ସେ ତାଙ୍କ ପିଲାଙ୍କ ପାଠପଢ଼ା ବିଷୟରେ ଅବଗତ କରାଇଥିଲେ ଏବଂ ଡ୍ରାଇଭିଂ ଶିଖି ସେମାନଙ୍କ ଜୀବନକୁ ବଦଳାଉଛନ୍ତି ବୋଲି କହିଥିଲେ। ସେ ଏବଂ ତାଙ୍କ ପରିବାର ଲାଭ କରୁଥିବା ସମସ୍ତ କଲ୍ୟାଣକାରୀ ଯୋଜନା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ପ୍ରିୟ କ୍ଷେତ୍ର ଅର୍ଥାତ୍ ସ୍ୱଚ୍ଛତାକୁ ଆଗକୁ ନେବା ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ କହିଥିଲେ ଯେ ନାଗରିକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ସରକାର ଗତ ୧୦ ବର୍ଷ ଧରି କାର୍ଯ୍ୟ କରୁଛନ୍ତି । ‘‘ମହିଳାଙ୍କ ସମ୍ମାନ ଏବଂ ସମୃଦ୍ଧି ଆମ ସଂକଳ୍ପର ମୁଖ୍ୟ ଅଂଶ’’, ପ୍ରଧାନମନ୍ତ୍ରୀ କହିଥିଲେ । 

 

|

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ୪୭୦ଟି ଜିଲ୍ଲାର ପ୍ରାୟ ୩ ଲକ୍ଷ ଲୋକଙ୍କ ଆଭାସୀ ଉପସ୍ଥିତିକୁ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ। ଦଳିତ, ପଛୁଆ ଓ ବଞ୍ଚିତ ବର୍ଗଙ୍କ କଲ୍ୟାଣ ଦିଗରେ ଦେଶ ଆଉ ଏକ ବଡ଼ ସମ୍ଭାବନା ଦେଖୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ । ସେ କହିଥିଲେ ଯେ, ଆଜିର ଏହି ଅବସର ଗରିବ ଲୋକଙ୍କୁ ପ୍ରାଥମିକତା ଦେବା ପାଇଁ ସରକାରଙ୍କ ପ୍ରତିବଦ୍ଧତାର ଝଲକ ପ୍ରଦାନ କରୁଛି। ଭାରତର ୫୦୦ଟି ଜିଲ୍ଲାର ଅବହେଳିତ ବର୍ଗର ୧ ଲକ୍ଷ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୭୨୦ କୋଟି ଟଙ୍କାର  ଆର୍ଥିକ ସହାୟତା ଟ୍ରାନ୍ସଫର କରିବା ବିଷୟରେ ଉଲ୍ଲେଖ କରି ସେ କହିଥିଲେ, ‘‘ପୂର୍ବ ସରକାରମାନଙ୍କ ସମୟରେ ଡିବିଟିର ଏଭଳି ବ୍ୟବସ୍ଥା ଅକଳ୍ପନୀୟ ଥିଲା। ସୁରଜ ପୋର୍ଟାଲର ଶୁଭାରମ୍ଭ କରିବା ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ, ଏହା ସମାଜର ଅବହେଳିତ ବର୍ଗଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବ। ଏହା ଅନ୍ୟ ସରକାରୀ ଯୋଜନା ଭଳି ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର, ଦଲାଲ, କମିଶନ ଏବଂ ସୁପାରିସରୁ ମୁକ୍ତ ସୁବିଧା ଯୋଗାଇ ଦେବ । ନର୍ଦ୍ଦମା ଏବଂ ସେପ୍ଟିକ୍ ଟାଙ୍କିରେ ନିୟୋଜିତ ସଫେଇ ମିତ୍ରମାନଙ୍କୁ ଆୟୁଷ୍ମାନ ଭାରତ କାର୍ଡ ଏବଂ ପିପିଇ କିଟ୍ ବଣ୍ଟନ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଅନୁସୂଚିତ ଜାତି, ଜନଜାତି ଓ ଓବିସିଙ୍କ ସମେତ ବଞ୍ଚିତ ବର୍ଗଙ୍କ କଲ୍ୟାଣ ଅଭିଯାନର ଏକ ଅଂଶ ବିଶେଷ ଭାବେ ବିଭିନ୍ନ ସେବାର ବିସ୍ତାର କରାଯାଇଛି ବୋଲି ସେ କହିଥିଲେ ଏବଂ ଆଜିର ଯୋଜନା ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।  

ହିତାଧିକାରୀମାନଙ୍କ ସହ ତାଙ୍କର ବାର୍ତ୍ତାଳାପ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଦଳିତ, ବଞ୍ଚିତ ଏବଂ ପଛୁଆ ସଂପ୍ରଦାୟର ଲୋକଙ୍କ ପାଖରେ ଯେପରି କଲ୍ୟାଣକାରୀ ଯୋଜନା ପହଞ୍ଚୁଛି ସେଥିରେ ସନ୍ତୋଷ ବ୍ୟକ୍ତ କରିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ ଏହା ତାଙ୍କୁ ଭାବପ୍ରବଣ କରିଥାଏ କାରଣ ସେ ଏମାନଙ୍କ ଠାରୁ ଅଲଗା ନୁହଁନ୍ତି ଏବଂ ଏମାନଙ୍କ ମଧ୍ୟରେ ତାଙ୍କ ପରିବାରକୁ ଦେଖନ୍ତି । 

୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ବିଷୟରେ ଆଲୋକପାତ କରି ବଞ୍ଚିତ ବର୍ଗଙ୍କ ବିକାଶ ବିନା ଏହି ଲକ୍ଷ୍ୟ ହାସଲ ହୋଇପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ ସେ ଅତୀତର ମାନସିକତାକୁ ଭୁଲ୍‌ ପ୍ରମାଣିତ କରିଛନ୍ତି ଏବଂ ଦଳିତ, ପଛୁଆ, ବଞ୍ଚିତ ଓ ଆଦିବାସୀଙ୍କ ପାଇଁ ଗ୍ୟାସ ସଂଯୋଗ, ବ୍ୟାଙ୍କ ଆକାଉଣ୍ଟ, ଶୌଚାଳୟ ଆଦି ସୁବିଧା ଉପଲବ୍ଧ ହେଉଛି। 

ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ କେବଳ ମୌଳିକ ସୁବିଧାର ବ୍ୟବସ୍ଥା କରିବାରେ ବଞ୍ଚିତ ବର୍ଗର ଅନେକ ପିଢ଼ି ନଷ୍ଟ ହୋଇଯାଇଥିଲା। ଶ୍ରୀ ମୋଦୀ କହିଥିଲେ, ‘‘୨୦୧୪ ପରେ ସରକାର ସେହି ବର୍ଗ ନିକଟରେ ପହଞ୍ଚିଥିଲେ ଯେଉଁମାନେ ସମ୍ପୂର୍ଣ୍ଣ ଭାବେ ଆଶା ହରାଇଥିଲେ । ସେମାନଙ୍କୁ ଦେଶର ବିକାଶରେ ଅଂଶୀଦାର କରିଥିଲେ।’’ ପ୍ରଧାନମନ୍ତ୍ରୀ  କହିଥିଲେ ଯେ ମାଗଣା ରାସନ, ମାଗଣା ଚିକିତ୍ସା, ପକ୍କା ଘର, ଶୌଚାଳୟ ଏବଂ ଉଜ୍ଜ୍ୱଳା ଗ୍ୟାସ ସଂଯୋଗ ଭଳି ଯୋଜନାର ସବୁଠାରୁ ବଡ଼ ହିତାଧିକାରୀ ହେଉଛନ୍ତି ପଛୁଆ, ବଞ୍ଚିତ ବର୍ଗର ଲୋକ । ସେ ଆହୁରି କହିଥିଲେ, ‘‘ବର୍ତ୍ତମାନ ଆମେ ଏହି ଯୋଜନାଗୁଡ଼ିକରେ ଶତପ୍ରତିଶତ ସମ୍ପୂର୍ଣ୍ଣତା ଲକ୍ଷ୍ୟ ନେଇ କାମ କରୁଛୁ । 

 

|

ପ୍ରଧାନମନ୍ତ୍ରୀ ଯାଯାବର ଏବଂ ଅର୍ଦ୍ଧ-ଯାଯାବର ସମ୍ପ୍ରଦାୟ ପାଇଁ ଯୋଜନା ଏବଂ ସଫେଇ କର୍ମଚାରୀଙ୍କ ପାଇଁ ‘ନମସ୍ତେ’ ଯୋଜନା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ହାତରେ ମଇଳା କାଢ଼ିବା ଭଳି ଅମାନବୀୟ ପ୍ରଥାର ଉଚ୍ଛେଦ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ୬୦,୦୦୦ ପୀଡ଼ିତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ଯାହାଦ୍ୱାରା ସେମାନେ ସମ୍ମାନଜନକ ଜୀବନ ଯାପନ କରିପାରିବେ । 

‘‘ଏସସି, ଏସଟି ଏବଂ ଓବିସି ସମ୍ପ୍ରଦାୟକୁ ସଶକ୍ତ କରିବା ପାଇଁ ସରକାର ଯଥାସମ୍ଭବ ପ୍ରୟାସ କରୁଛନ୍ତି’’, ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ସେମାନଙ୍କୁ ପ୍ରଦାନ କରାଯାଉଥିବା ସହାୟତା ଦ୍ୱିଗୁଣିତ ହୋଇଛି । କେବଳ ଚଳିତ ବର୍ଷ ଅନୁସୂଚିତ ଜାତି ସମ୍ପ୍ରଦାୟର କଲ୍ୟାଣ ପାଇଁ ସରକାର ପ୍ରାୟ ୧ ଲକ୍ଷ ୬୦ ହଜାର କୋଟି ଟଙ୍କା ପ୍ରଦାନ କରିଥିବା ସେ ସୂଚନା ଦେଇଥିଲେ। ପୂର୍ବ ସରକାର ସମୟରେ ଲକ୍ଷ ଲକ୍ଷ ଟଙ୍କା କେବଳ ଦୁର୍ନୀତି ସହ ଜଡ଼ିତ ଥିଲା ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ଏହି ଅର୍ଥକୁ ଦଳିତ ଓ  ବଞ୍ଚିତଙ୍କ କଲ୍ୟାଣ ଏବଂ ଦେଶର ବିକାଶ ପାଇଁ ଖର୍ଚ୍ଚ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଅନୁସୂଚିତ ଜାତି, ଜନଜାତି ଓ ଓବିସି ଯୁବକମାନଙ୍କ ପାଇଁ ବୃତ୍ତି ବୃଦ୍ଧି, ସର୍ବଭାରତୀୟ ମେଡିକାଲ ସିଟ୍ କୋଟାରେ ଓବିସି ପାଇଁ ୨୭ ପ୍ରତିଶତ ସିଟ୍ ସଂରକ୍ଷଣ, ନିଟ୍ ପରୀକ୍ଷାରେ ଓବିସି ଛାତ୍ରଛାତ୍ରୀଙ୍କ ପାଇଁ ପ୍ରବେଶ ସୁବିଧା, ଗରିବ ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କୁ ବିଦେଶରେ ସ୍ନାତକୋତ୍ତର ଓ ପିଏଚ୍‌ଡି ଡିଗ୍ରୀ ହାସଲ ପାଇଁ ଜାତୀୟ ବିଦେଶ ବୃତ୍ତି ସହାୟତା ପ୍ରଦାନ କରିବାକୁ ସେ ଉଲ୍ଲେଖ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ବିଜ୍ଞାନ ସମ୍ବନ୍ଧୀୟ ବିଷୟରେ ପିଏଚଡି କରିବାରେ ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବା ପାଇଁ ଜାତୀୟ ଫେଲୋସିପ୍ ରାଶି ମଧ୍ୟ ବୃଦ୍ଧି କରାଯାଇଛି। ଜାତୀୟ ପଛୁଆ ବର୍ଗ ଆୟୋଗକୁ ସାମ୍ବିଧାନିକ ମାନ୍ୟତା ମିଳିଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ । ବାବାସାହେବ ଆମ୍ବେଦକରଙ୍କ ଜୀବନ ସହ ଜଡ଼ିତ ପଞ୍ଚ ତୀର୍ଥର ବିକାଶ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ।

 

|

ଅନୁସୂଚିତ ଜାତି, ଜନଜାତି ଓ ଓବିସି ସମ୍ପ୍ରଦାୟର ଗରିବଙ୍କୁ ପ୍ରାୟ ୩୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିବା ମୁଦ୍ରା ଯୋଜନା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, ‘‘ସରକାର ବଞ୍ଚିତ ବର୍ଗର ଯୁବକମାନଙ୍କ ନିଯୁକ୍ତି ଏବଂ ଆତ୍ମନିଯୁକ୍ତିକୁ ମଧ୍ୟ ପ୍ରାଥମିକତା ଦେଉଛନ୍ତି।’’ ସେ ଷ୍ଟାଣ୍ଡଅପ୍ ଇଣ୍ଡିଆ ଯୋଜନା ଏବଂ ଭେଞ୍ଚର କ୍ୟାପିଟାଲ ଫଣ୍ଡ ସ୍କିମ୍ ବିଷୟରେ ମଧ୍ୟ ଆଲୋକପାତ କରିଥିଲେ ଯାହା ଏସସି ଓ ଏସଟି ବର୍ଗରେ ଉଦ୍ୟୋଗକୁ ପ୍ରୋତ୍ସାହିତ କରିଥାଏ । ଦଳିତମାନଙ୍କ ମଧ୍ୟରେ ଉଦ୍ୟୋଗକୁ ଦୃଷ୍ଟିରେ ରଖି ତାଙ୍କ ସରକାର ଆମ୍ବେଦକର ସାମାଜିକ ଅଭିନବତା ଏବଂ ଇନକ୍ୟୁବେସନ୍ ମିଶନ ମଧ୍ୟ ଆରମ୍ଭ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ । 

ଦଳିତ ଏବଂ ବଞ୍ଚିତ ସମୁଦାୟର କଲ୍ୟାଣ ପାଇଁ ନୀତି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ‘‘ଏହା ଗରିବ ଲୋକଙ୍କୁ ସମ୍ମାନ ଏବଂ ନ୍ୟାୟ ପ୍ରଦାନ କରିବା ପାଇଁ ଆମର ପ୍ରତିବଦ୍ଧତାର ପ୍ରମାଣ। ମୋଦୀ ଆପଣଙ୍କୁ ଏହି ଗ୍ୟାରେଣ୍ଟି ଦିଅନ୍ତି, ଆଗାମୀ ୫ ବର୍ଷରେ ବିକାଶ ଓ ବଞ୍ଚିତ ବର୍ଗଙ୍କ ପ୍ରତି ସମ୍ମାନର ଏହି ଅଭିଯାନ ତ୍ୱରାନ୍ୱିତ ହେବ । ଆପଣଙ୍କ ବିକାଶ ଦ୍ୱାରା ଆମେ ବିକଶିତ ଭାରତର ସ୍ୱପ୍ନ ପୂରଣ କରିବୁ।

ପୃଷ୍ଠଭୂମି

ଅବହେଳିତ ବର୍ଗଙ୍କୁ ଋଣ ସହାୟତା ପାଇଁ ପିଏମ-ସୁରଜ ଜାତୀୟ ପୋର୍ଟାଲ ଗରିବ ଲୋକଙ୍କୁ ପ୍ରାଥମିକତା ଦେବା (ବଞ୍ଚିତୋଁ କୋ ବରିୟତା) ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ଏହା ଏକ ରୂପାନ୍ତରକାରୀ ପଦକ୍ଷେପ, ଯାହାର ଉଦ୍ଦେଶ୍ୟ ହେଉଛି ସମାଜର ସବୁଠାରୁ ଅବହେଳିତ ବର୍ଗର ଉନ୍ନତି । ସମଗ୍ର ଦେଶରେ ଯୋଗ୍ୟ ବ୍ୟକ୍ତିମାନଙ୍କୁ ଏହି ଋଣ ସହାୟତା ପ୍ରଦାନ କରାଯିବ ଏବଂ ବ୍ୟାଙ୍କ, ଏନବିଏଫସି-ଏମଏଫଆଇ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ମାଧ୍ୟମରେ ସୁବିଧା ଯୋଗାଇ ଦିଆଯିବ ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନେସନାଲ ଆକ୍ସନ ଫର ମେକାନିକାଲ୍ ସେନ୍ସିମେଣ୍ଟ ଇକୋସିଷ୍ଟମ (ନମସ୍ତେ) ଅଧୀନରେ ସଫେଇ ମିତ୍ର (ନର୍ଦ୍ଦମା ଓ ସେପ୍ଟିକ୍ ଟାଙ୍କି କର୍ମଚାରୀ)ଙ୍କୁ ଆୟୁଷ୍ମାନ ସ୍ୱାସ୍ଥ୍ୟ କାର୍ଡ ଏବଂ ପିପିଇ କିଟ୍ ବଣ୍ଟନ କରିଥିଲେ। ଆହ୍ୱାନପୂର୍ଣ୍ଣ ପରିସ୍ଥିତିରେ ସେବା କରୁଥିବା ଛାମୁଆଁ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଏବଂ ନିରାପତ୍ତାକୁ ସୁରକ୍ଷିତ ରଖିବା ଦିଗରେ ଏହି ପଦକ୍ଷେପ ଆଉ ଏକ ପଦକ୍ଷେପ ।

ଏହି କାର୍ଯ୍ୟକ୍ରମରେ ଦେଶର ୫୦୦ରୁ ଅଧିକ ଜିଲ୍ଲାରୁ ବିଭିନ୍ନ ସରକାରୀ ଯୋଜନାର ପ୍ରାୟ ୩ ଲକ୍ଷ ପଛୁଆ ବର୍ଗର ହିତାଧିକାରୀ ଅଂଶଗ୍ରହଣ କରିଥିଲେ

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

  • Dukshabhanjan Satpati 9732009592 August 13, 2024

    bharat mata ki joy 🙏🙏🙏🙏🙏
  • Dukshabhanjan Satpati 9732009592 August 13, 2024

    BHARAT MATA KI JOY 🙏🙏🙏🙏🙏JOY SHREE RAM 🙏🙏🙏🙏🙏BJP JINDABAD. MODIJI JINDABAD 🙏🙏🙏🙏🙏
  • Dukshabhanjan Satpati 9732009592 August 13, 2024

    ভারত মাতা কি জয় 🙏🙏🙏🙏জয় শ্রীরাম 🙏🙏🙏🙏বিজেপি জিন্দাবাদ। মোদীকে জিন্দাবাদ 🙏🙏🙏🙏। নমস্কার 🙏🙏🙏🙏।
  • Dukshabhanjan Satpati 9732009592 August 13, 2024

    BHARAT MATA KI JOY 🙏🙏🙏🙏🙏JOY SHREE RAM 🙏🙏🙏🙏🙏BJP JINDABAD. MODIJI JINDABAD 🙏🙏🙏🙏🙏.
  • Jitender Kumar Haryana BJP State President July 09, 2024

    🇮🇳
  • Jitender Kumar Haryana BJP State President July 09, 2024

    🇮🇳
  • Jitender Kumar Haryana BJP State President July 09, 2024

    🇮🇳
  • Ujjwal Shukla June 11, 2024

    वन्देमातरम जय श्री राम 🚩
  • Deepak Choudhary May 28, 2024

    जय हिंद, जय भारत
  • Jayanta Kumar Bhadra May 23, 2024

    Ram namaste
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
‘India slashed GHG emissions by 7.93% in 2020’

Media Coverage

‘India slashed GHG emissions by 7.93% in 2020’
NM on the go

Nm on the go

Always be the first to hear from the PM. Get the App Now!
...
India is driving global growth today: PM Modi at Republic Plenary Summit
March 06, 2025
QuoteIndia's achievements and successes have sparked a new wave of hope across the globe: PM
QuoteIndia is driving global growth today: PM
QuoteToday's India thinks big, sets ambitious targets and delivers remarkable results: PM
QuoteWe launched the SVAMITVA Scheme to grant property rights to rural households in India: PM
QuoteYouth is the X-Factor of today's India, where X stands for Experimentation, Excellence, and Expansion: PM
QuoteIn the past decade, we have transformed impact-less administration into impactful governance: PM
QuoteEarlier, construction of houses was government-driven, but we have transformed it into an owner-driven approach: PM

नमस्कार!

आप लोग सब थक गए होंगे, अर्णब की ऊंची आवाज से कान तो जरूर थक गए होंगे, बैठिये अर्णब, अभी चुनाव का मौसम नहीं है। सबसे पहले तो मैं रिपब्लिक टीवी को उसके इस अभिनव प्रयोग के लिए बहुत बधाई देता हूं। आप लोग युवाओं को ग्रासरूट लेवल पर इन्वॉल्व करके, इतना बड़ा कंपटीशन कराकर यहां लाए हैं। जब देश का युवा नेशनल डिस्कोर्स में इन्वॉल्व होता है, तो विचारों में नवीनता आती है, वो पूरे वातावरण में एक नई ऊर्जा भर देता है और यही ऊर्जा इस समय हम यहां महसूस भी कर रहे हैं। एक तरह से युवाओं के इन्वॉल्वमेंट से हम हर बंधन को तोड़ पाते हैं, सीमाओं के परे जा पाते हैं, फिर भी कोई भी लक्ष्य ऐसा नहीं रहता, जिसे पाया ना जा सके। कोई मंजिल ऐसी नहीं रहती जिस तक पहुंचा ना जा सके। रिपब्लिक टीवी ने इस समिट के लिए एक नए कॉन्सेप्ट पर काम किया है। मैं इस समिट की सफलता के लिए आप सभी को बहुत-बहुत बधाई देता हूं, आपका अभिनंदन करता हूं। अच्छा मेरा भी इसमें थोड़ा स्वार्थ है, एक तो मैं पिछले दिनों से लगा हूं, कि मुझे एक लाख नौजवानों को राजनीति में लाना है और वो एक लाख ऐसे, जो उनकी फैमिली में फर्स्ट टाइमर हो, तो एक प्रकार से ऐसे इवेंट मेरा जो यह मेरा मकसद है उसका ग्राउंड बना रहे हैं। दूसरा मेरा व्यक्तिगत लाभ है, व्यक्तिगत लाभ यह है कि 2029 में जो वोट करने जाएंगे उनको पता ही नहीं है कि 2014 के पहले अखबारों की हेडलाइन क्या हुआ करती थी, उसे पता नहीं है, 10-10, 12-12 लाख करोड़ के घोटाले होते थे, उसे पता नहीं है और वो जब 2029 में वोट करने जाएगा, तो उसके सामने कंपैरिजन के लिए कुछ नहीं होगा और इसलिए मुझे उस कसौटी से पार होना है और मुझे पक्का विश्वास है, यह जो ग्राउंड बन रहा है ना, वो उस काम को पक्का कर देगा।

साथियों,

आज पूरी दुनिया कह रही है कि ये भारत की सदी है, ये आपने नहीं सुना है। भारत की उपलब्धियों ने, भारत की सफलताओं ने पूरे विश्व में एक नई उम्मीद जगाई है। जिस भारत के बारे में कहा जाता था, ये खुद भी डूबेगा और हमें भी ले डूबेगा, वो भारत आज दुनिया की ग्रोथ को ड्राइव कर रहा है। मैं भारत के फ्यूचर की दिशा क्या है, ये हमें आज के हमारे काम और सिद्धियों से पता चलता है। आज़ादी के 65 साल बाद भी भारत दुनिया की ग्यारहवें नंबर की इकॉनॉमी था। बीते दशक में हम दुनिया की पांचवें नंबर की इकॉनॉमी बने, और अब उतनी ही तेजी से दुनिया की तीसरी सबसे बड़ी अर्थव्यवस्था बनने जा रहे हैं।

|

साथियों,

मैं आपको 18 साल पहले की भी बात याद दिलाता हूं। ये 18 साल का खास कारण है, क्योंकि जो लोग 18 साल की उम्र के हुए हैं, जो पहली बार वोटर बन रहे हैं, उनको 18 साल के पहले का पता नहीं है, इसलिए मैंने वो आंकड़ा लिया है। 18 साल पहले यानि 2007 में भारत की annual GDP, एक लाख करोड़ डॉलर तक पहुंची थी। यानि आसान शब्दों में कहें तो ये वो समय था, जब एक साल में भारत में एक लाख करोड़ डॉलर की इकॉनॉमिक एक्टिविटी होती थी। अब आज देखिए क्या हो रहा है? अब एक क्वार्टर में ही लगभग एक लाख करोड़ डॉलर की इकॉनॉमिक एक्टिविटी हो रही है। इसका क्या मतलब हुआ? 18 साल पहले के भारत में साल भर में जितनी इकॉनॉमिक एक्टिविटी हो रही थी, उतनी अब सिर्फ तीन महीने में होने लगी है। ये दिखाता है कि आज का भारत कितनी तेजी से आगे बढ़ रहा है। मैं आपको कुछ उदाहरण दूंगा, जो दिखाते हैं कि बीते एक दशक में कैसे बड़े बदलाव भी आए और नतीजे भी आए। बीते 10 सालों में, हम 25 करोड़ लोगों को गरीबी से बाहर निकालने में सफल हुए हैं। ये संख्या कई देशों की कुल जनसंख्या से भी ज्यादा है। आप वो दौर भी याद करिए, जब सरकार खुद स्वीकार करती थी, प्रधानमंत्री खुद कहते थे, कि एक रूपया भेजते थे, तो 15 पैसा गरीब तक पहुंचता था, वो 85 पैसा कौन पंजा खा जाता था और एक आज का दौर है। बीते दशक में गरीबों के खाते में, DBT के जरिए, Direct Benefit Transfer, DBT के जरिए 42 लाख करोड़ रुपए से ज्यादा ट्रांसफर किए गए हैं, 42 लाख करोड़ रुपए। अगर आप वो हिसाब लगा दें, रुपये में से 15 पैसे वाला, तो 42 लाख करोड़ का क्या हिसाब निकलेगा? साथियों, आज दिल्ली से एक रुपया निकलता है, तो 100 पैसे आखिरी जगह तक पहुंचते हैं।

साथियों,

10 साल पहले सोलर एनर्जी के मामले में भारत दुनिया में कहीं गिनती नहीं होती थी। लेकिन आज भारत सोलर एनर्जी कैपेसिटी के मामले में दुनिया के टॉप-5 countries में से है। हमने सोलर एनर्जी कैपेसिटी को 30 गुना बढ़ाया है। Solar module manufacturing में भी 30 गुना वृद्धि हुई है। 10 साल पहले तो हम होली की पिचकारी भी, बच्चों के खिलौने भी विदेशों से मंगाते थे। आज हमारे Toys Exports तीन गुना हो चुके हैं। 10 साल पहले तक हम अपनी सेना के लिए राइफल तक विदेशों से इंपोर्ट करते थे और बीते 10 वर्षों में हमारा डिफेंस एक्सपोर्ट 20 गुना बढ़ गया है।

|

साथियों,

इन 10 वर्षों में, हम दुनिया के दूसरे सबसे बड़े स्टील प्रोड्यूसर हैं, दुनिया के दूसरे सबसे बड़े मोबाइल फोन मैन्युफैक्चरर हैं और दुनिया का तीसरा सबसे बड़ा स्टार्टअप इकोसिस्टम बने हैं। इन्हीं 10 सालों में हमने इंफ्रास्ट्रक्चर पर अपने Capital Expenditure को, पांच गुना बढ़ाया है। देश में एयरपोर्ट्स की संख्या दोगुनी हो गई है। इन दस सालों में ही, देश में ऑपरेशनल एम्स की संख्या तीन गुना हो गई है। और इन्हीं 10 सालों में मेडिकल कॉलेजों और मेडिकल सीट्स की संख्या भी करीब-करीब दोगुनी हो गई है।

साथियों,

आज के भारत का मिजाज़ कुछ और ही है। आज का भारत बड़ा सोचता है, बड़े टार्गेट तय करता है और आज का भारत बड़े नतीजे लाकर के दिखाता है। और ये इसलिए हो रहा है, क्योंकि देश की सोच बदल गई है, भारत बड़ी Aspirations के साथ आगे बढ़ रहा है। पहले हमारी सोच ये बन गई थी, चलता है, होता है, अरे चलने दो यार, जो करेगा करेगा, अपन अपना चला लो। पहले सोच कितनी छोटी हो गई थी, मैं इसका एक उदाहरण देता हूं। एक समय था, अगर कहीं सूखा हो जाए, सूखाग्रस्त इलाका हो, तो लोग उस समय कांग्रेस का शासन हुआ करता था, तो मेमोरेंडम देते थे गांव के लोग और क्या मांग करते थे, कि साहब अकाल होता रहता है, तो इस समय अकाल के समय अकाल के राहत के काम रिलीफ के वर्क शुरू हो जाए, गड्ढे खोदेंगे, मिट्टी उठाएंगे, दूसरे गड्डे में भर देंगे, यही मांग किया करते थे लोग, कोई कहता था क्या मांग करता था, कि साहब मेरे इलाके में एक हैंड पंप लगवा दो ना, पानी के लिए हैंड पंप की मांग करते थे, कभी कभी सांसद क्या मांग करते थे, गैस सिलेंडर इसको जरा जल्दी देना, सांसद ये काम करते थे, उनको 25 कूपन मिला करती थी और उस 25 कूपन को पार्लियामेंट का मेंबर अपने पूरे क्षेत्र में गैस सिलेंडर के लिए oblige करने के लिए उपयोग करता था। एक साल में एक एमपी 25 सिलेंडर और यह सारा 2014 तक था। एमपी क्या मांग करते थे, साहब ये जो ट्रेन जा रही है ना, मेरे इलाके में एक स्टॉपेज दे देना, स्टॉपेज की मांग हो रही थी। यह सारी बातें मैं 2014 के पहले की कर रहा हूं, बहुत पुरानी नहीं कर रहा हूं। कांग्रेस ने देश के लोगों की Aspirations को कुचल दिया था। इसलिए देश के लोगों ने उम्मीद लगानी भी छोड़ दी थी, मान लिया था यार इनसे कुछ होना नहीं है, क्या कर रहा है।। लोग कहते थे कि भई ठीक है तुम इतना ही कर सकते हो तो इतना ही कर दो। और आज आप देखिए, हालात और सोच कितनी तेजी से बदल रही है। अब लोग जानते हैं कि कौन काम कर सकता है, कौन नतीजे ला सकता है, और यह सामान्य नागरिक नहीं, आप सदन के भाषण सुनोगे, तो विपक्ष भी यही भाषण करता है, मोदी जी ये क्यों नहीं कर रहे हो, इसका मतलब उनको लगता है कि यही करेगा।

|

साथियों,

आज जो एस्पिरेशन है, उसका प्रतिबिंब उनकी बातों में झलकता है, कहने का तरीका बदल गया , अब लोगों की डिमांड क्या आती है? लोग पहले स्टॉपेज मांगते थे, अब आकर के कहते जी, मेरे यहां भी तो एक वंदे भारत शुरू कर दो। अभी मैं कुछ समय पहले कुवैत गया था, तो मैं वहां लेबर कैंप में नॉर्मली मैं बाहर जाता हूं तो अपने देशवासी जहां काम करते हैं तो उनके पास जाने का प्रयास करता हूं। तो मैं वहां लेबर कॉलोनी में गया था, तो हमारे जो श्रमिक भाई बहन हैं, जो वहां कुवैत में काम करते हैं, उनसे कोई 10 साल से कोई 15 साल से काम, मैं उनसे बात कर रहा था, अब देखिए एक श्रमिक बिहार के गांव का जो 9 साल से कुवैत में काम कर रहा है, बीच-बीच में आता है, मैं जब उससे बातें कर रहा था, तो उसने कहा साहब मुझे एक सवाल पूछना है, मैंने कहा पूछिए, उसने कहा साहब मेरे गांव के पास डिस्ट्रिक्ट हेड क्वार्टर पर इंटरनेशनल एयरपोर्ट बना दीजिए ना, जी मैं इतना प्रसन्न हो गया, कि मेरे देश के बिहार के गांव का श्रमिक जो 9 साल से कुवैत में मजदूरी करता है, वह भी सोचता है, अब मेरे डिस्ट्रिक्ट में इंटरनेशनल एयरपोर्ट बनेगा। ये है, आज भारत के एक सामान्य नागरिक की एस्पिरेशन, जो विकसित भारत के लक्ष्य की ओर पूरे देश को ड्राइव कर रही है।

साथियों,

किसी भी समाज की, राष्ट्र की ताकत तभी बढ़ती है, जब उसके नागरिकों के सामने से बंदिशें हटती हैं, बाधाएं हटती हैं, रुकावटों की दीवारें गिरती है। तभी उस देश के नागरिकों का सामर्थ्य बढ़ता है, आसमान की ऊंचाई भी उनके लिए छोटी पड़ जाती है। इसलिए, हम निरंतर उन रुकावटों को हटा रहे हैं, जो पहले की सरकारों ने नागरिकों के सामने लगा रखी थी। अब मैं उदाहरण देता हूं स्पेस सेक्टर। स्पेस सेक्टर में पहले सबकुछ ISRO के ही जिम्मे था। ISRO ने निश्चित तौर पर शानदार काम किया, लेकिन स्पेस साइंस और आंत्रप्रन्योरशिप को लेकर देश में जो बाकी सामर्थ्य था, उसका उपयोग नहीं हो पा रहा था, सब कुछ इसरो में सिमट गया था। हमने हिम्मत करके स्पेस सेक्टर को युवा इनोवेटर्स के लिए खोल दिया। और जब मैंने निर्णय किया था, किसी अखबार की हेडलाइन नहीं बना था, क्योंकि समझ भी नहीं है। रिपब्लिक टीवी के दर्शकों को जानकर खुशी होगी, कि आज ढाई सौ से ज्यादा स्पेस स्टार्टअप्स देश में बन गए हैं, ये मेरे देश के युवाओं का कमाल है। यही स्टार्टअप्स आज, विक्रम-एस और अग्निबाण जैसे रॉकेट्स बना रहे हैं। ऐसे ही mapping के सेक्टर में हुआ, इतने बंधन थे, आप एक एटलस नहीं बना सकते थे, टेक्नॉलाजी बदल चुकी है। पहले अगर भारत में कोई मैप बनाना होता था, तो उसके लिए सरकारी दरवाजों पर सालों तक आपको चक्कर काटने पड़ते थे। हमने इस बंदिश को भी हटाया। आज Geo-spatial mapping से जुडा डेटा, नए स्टार्टअप्स का रास्ता बना रहा है।

|

साथियों,

न्यूक्लियर एनर्जी, न्यूक्लियर एनर्जी से जुड़े सेक्टर को भी पहले सरकारी कंट्रोल में रखा गया था। बंदिशें थीं, बंधन थे, दीवारें खड़ी कर दी गई थीं। अब इस साल के बजट में सरकार ने इसको भी प्राइवेट सेक्टर के लिए ओपन करने की घोषणा की है। और इससे 2047 तक 100 गीगावॉट न्यूक्लियर एनर्जी कैपेसिटी जोड़ने का रास्ता मजबूत हुआ है।

साथियों,

आप हैरान रह जाएंगे, कि हमारे गांवों में 100 लाख करोड़ रुपए, Hundred lakh crore rupees, उससे भी ज्यादा untapped आर्थिक सामर्थ्य पड़ा हुआ है। मैं आपके सामने फिर ये आंकड़ा दोहरा रहा हूं- 100 लाख करोड़ रुपए, ये छोटा आंकड़ा नहीं है, ये आर्थिक सामर्थ्य, गांव में जो घर होते हैं, उनके रूप में उपस्थित है। मैं आपको और आसान तरीके से समझाता हूं। अब जैसे यहां दिल्ली जैसे शहर में आपके घर 50 लाख, एक करोड़, 2 करोड़ के होते हैं, आपकी प्रॉपर्टी की वैल्यू पर आपको बैंक लोन भी मिल जाता है। अगर आपका दिल्ली में घर है, तो आप बैंक से करोड़ों रुपये का लोन ले सकते हैं। अब सवाल यह है, कि घर दिल्ली में थोड़े है, गांव में भी तो घर है, वहां भी तो घरों का मालिक है, वहां ऐसा क्यों नहीं होता? गांवों में घरों पर लोन इसलिए नहीं मिलता, क्योंकि भारत में गांव के घरों के लीगल डॉक्यूमेंट्स नहीं होते थे, प्रॉपर मैपिंग ही नहीं हो पाई थी। इसलिए गांव की इस ताकत का उचित लाभ देश को, देशवासियों को नहीं मिल पाया। और ये सिर्फ भारत की समस्या है ऐसा नहीं है, दुनिया के बड़े-बड़े देशों में लोगों के पास प्रॉपर्टी के राइट्स नहीं हैं। बड़ी-बड़ी अंतरराष्ट्रीय संस्थाएं कहती हैं, कि जो देश अपने यहां लोगों को प्रॉपर्टी राइट्स देता है, वहां की GDP में उछाल आ जाता है।

|

साथियों,

भारत में गांव के घरों के प्रॉपर्टी राइट्स देने के लिए हमने एक स्वामित्व स्कीम शुरु की। इसके लिए हम गांव-गांव में ड्रोन से सर्वे करा रहे हैं, गांव के एक-एक घर की मैपिंग करा रहे हैं। आज देशभर में गांव के घरों के प्रॉपर्टी कार्ड लोगों को दिए जा रहे हैं। दो करोड़ से अधिक प्रॉपर्टी कार्ड सरकार ने बांटे हैं और ये काम लगातार चल रहा है। प्रॉपर्टी कार्ड ना होने के कारण पहले गांवों में बहुत सारे विवाद भी होते थे, लोगों को अदालतों के चक्कर लगाने पड़ते थे, ये सब भी अब खत्म हुआ है। इन प्रॉपर्टी कार्ड्स पर अब गांव के लोगों को बैंकों से लोन मिल रहे हैं, इससे गांव के लोग अपना व्यवसाय शुरू कर रहे हैं, स्वरोजगार कर रहे हैं। अभी मैं एक दिन ये स्वामित्व योजना के तहत वीडियो कॉन्फ्रेंस पर उसके लाभार्थियों से बात कर रहा था, मुझे राजस्थान की एक बहन मिली, उसने कहा कि मैंने मेरा प्रॉपर्टी कार्ड मिलने के बाद मैंने 9 लाख रुपये का लोन लिया गांव में और बोली मैंने बिजनेस शुरू किया और मैं आधा लोन वापस कर चुकी हूं और अब मुझे पूरा लोन वापस करने में समय नहीं लगेगा और मुझे अधिक लोन की संभावना बन गई है कितना कॉन्फिडेंस लेवल है।

साथियों,

ये जितने भी उदाहरण मैंने दिए हैं, इनका सबसे बड़ा बेनिफिशरी मेरे देश का नौजवान है। वो यूथ, जो विकसित भारत का सबसे बड़ा स्टेकहोल्डर है। जो यूथ, आज के भारत का X-Factor है। इस X का अर्थ है, Experimentation Excellence और Expansion, Experimentation यानि हमारे युवाओं ने पुराने तौर तरीकों से आगे बढ़कर नए रास्ते बनाए हैं। Excellence यानी नौजवानों ने Global Benchmark सेट किए हैं। और Expansion यानी इनोवेशन को हमारे य़ुवाओं ने 140 करोड़ देशवासियों के लिए स्केल-अप किया है। हमारा यूथ, देश की बड़ी समस्याओं का समाधान दे सकता है, लेकिन इस सामर्थ्य का सदुपयोग भी पहले नहीं किया गया। हैकाथॉन के ज़रिए युवा, देश की समस्याओं का समाधान भी दे सकते हैं, इसको लेकर पहले सरकारों ने सोचा तक नहीं। आज हम हर वर्ष स्मार्ट इंडिया हैकाथॉन आयोजित करते हैं। अभी तक 10 लाख युवा इसका हिस्सा बन चुके हैं, सरकार की अनेकों मिनिस्ट्रीज और डिपार्टमेंट ने गवर्नेंस से जुड़े कई प्रॉब्लम और उनके सामने रखें, समस्याएं बताई कि भई बताइये आप खोजिये क्या सॉल्यूशन हो सकता है। हैकाथॉन में हमारे युवाओं ने लगभग ढाई हज़ार सोल्यूशन डेवलप करके देश को दिए हैं। मुझे खुशी है कि आपने भी हैकाथॉन के इस कल्चर को आगे बढ़ाया है। और जिन नौजवानों ने विजय प्राप्त की है, मैं उन नौजवानों को बधाई देता हूं और मुझे खुशी है कि मुझे उन नौजवानों से मिलने का मौका मिला।

|

साथियों,

बीते 10 वर्षों में देश ने एक new age governance को फील किया है। बीते दशक में हमने, impact less administration को Impactful Governance में बदला है। आप जब फील्ड में जाते हैं, तो अक्सर लोग कहते हैं, कि हमें फलां सरकारी स्कीम का बेनिफिट पहली बार मिला। ऐसा नहीं है कि वो सरकारी स्कीम्स पहले नहीं थीं। स्कीम्स पहले भी थीं, लेकिन इस लेवल की last mile delivery पहली बार सुनिश्चित हो रही है। आप अक्सर पीएम आवास स्कीम के बेनिफिशरीज़ के इंटरव्यूज़ चलाते हैं। पहले कागज़ पर गरीबों के मकान सेंक्शन होते थे। आज हम जमीन पर गरीबों के घर बनाते हैं। पहले मकान बनाने की पूरी प्रक्रिया, govt driven होती थी। कैसा मकान बनेगा, कौन सा सामान लगेगा, ये सरकार ही तय करती थी। हमने इसको owner driven बनाया। सरकार, लाभार्थी के अकाउंट में पैसा डालती है, बाकी कैसा घर बनेगा, ये लाभार्थी खुद डिसाइड करता है। और घर के डिजाइन के लिए भी हमने देशभर में कंपीटिशन किया, घरों के मॉडल सामने रखे, डिजाइन के लिए भी लोगों को जोड़ा, जनभागीदारी से चीज़ें तय कीं। इससे घरों की क्वालिटी भी अच्छी हुई है और घर तेज़ गति से कंप्लीट भी होने लगे हैं। पहले ईंट-पत्थर जोड़कर आधे-अधूरे मकान बनाकर दिए जाते थे, हमने गरीब को उसके सपनों का घर बनाकर दिया है। इन घरों में नल से जल आता है, उज्ज्वला योजना का गैस कनेक्शन होता है, सौभाग्य योजना का बिजली कनेक्शन होता है, हमने सिर्फ चार दीवारें खड़ी नहीं कीं है, हमने उन घरों में ज़िंदगी खड़ी की है।

साथियों,

किसी भी देश के विकास के लिए बहुत जरूरी पक्ष है उस देश की सुरक्षा, नेशनल सिक्योरिटी। बीते दशक में हमने सिक्योरिटी पर भी बहुत अधिक काम किया है। आप याद करिए, पहले टीवी पर अक्सर, सीरियल बम ब्लास्ट की ब्रेकिंग न्यूज चला करती थी, स्लीपर सेल्स के नेटवर्क पर स्पेशल प्रोग्राम हुआ करते थे। आज ये सब, टीवी स्क्रीन और भारत की ज़मीन दोनों जगह से गायब हो चुका है। वरना पहले आप ट्रेन में जाते थे, हवाई अड्डे पर जाते थे, लावारिस कोई बैग पड़ा है तो छूना मत ऐसी सूचनाएं आती थी, आज वो जो 18-20 साल के नौजवान हैं, उन्होंने वो सूचना सुनी नहीं होगी। आज देश में नक्सलवाद भी अंतिम सांसें गिन रहा है। पहले जहां सौ से अधिक जिले, नक्सलवाद की चपेट में थे, आज ये दो दर्जन से भी कम जिलों में ही सीमित रह गया है। ये तभी संभव हुआ, जब हमने nation first की भावना से काम किया। हमने इन क्षेत्रों में Governance को Grassroot Level तक पहुंचाया। देखते ही देखते इन जिलों मे हज़ारों किलोमीटर लंबी सड़कें बनीं, स्कूल-अस्पताल बने, 4G मोबाइल नेटवर्क पहुंचा और परिणाम आज देश देख रहा है।

साथियों,

सरकार के निर्णायक फैसलों से आज नक्सलवाद जंगल से तो साफ हो रहा है, लेकिन अब वो Urban सेंटर्स में पैर पसार रहा है। Urban नक्सलियों ने अपना जाल इतनी तेज़ी से फैलाया है कि जो राजनीतिक दल, अर्बन नक्सल के विरोधी थे, जिनकी विचारधारा कभी गांधी जी से प्रेरित थी, जो भारत की ज़ड़ों से जुड़ी थी, ऐसे राजनीतिक दलों में आज Urban नक्सल पैठ जमा चुके हैं। आज वहां Urban नक्सलियों की आवाज, उनकी ही भाषा सुनाई देती है। इसी से हम समझ सकते हैं कि इनकी जड़ें कितनी गहरी हैं। हमें याद रखना है कि Urban नक्सली, भारत के विकास और हमारी विरासत, इन दोनों के घोर विरोधी हैं। वैसे अर्नब ने भी Urban नक्सलियों को एक्सपोज करने का जिम्मा उठाया हुआ है। विकसित भारत के लिए विकास भी ज़रूरी है और विरासत को मज़बूत करना भी आवश्यक है। और इसलिए हमें Urban नक्सलियों से सावधान रहना है।

साथियों,

आज का भारत, हर चुनौती से टकराते हुए नई ऊंचाइयों को छू रहा है। मुझे भरोसा है कि रिपब्लिक टीवी नेटवर्क के आप सभी लोग हमेशा नेशन फर्स्ट के भाव से पत्रकारिता को नया आयाम देते रहेंगे। आप विकसित भारत की एस्पिरेशन को अपनी पत्रकारिता से catalyse करते रहें, इसी विश्वास के साथ, आप सभी का बहुत-बहुत आभार, बहुत-बहुत शुभकामनाएं।

धन्यवाद!