ତୃଣମୂଳ ସ୍ତରରେ ଉଲ୍ଲେଖନୀୟ କାମ କରୁଥିବା ସତ୍ତ୍ୱେ ବିଶେଷ ପରିଚୟ ପାଇନଥିବା ବ୍ୟକ୍ତିଙ୍କୁ ପିପୁଲ୍ସ ପଦ୍ମ ପୁରସ୍କାର ପାଇଁ ମନୋନୀତ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ଜନତାଙ୍କୁ ଆହ୍ୱାନ ଦେଇଛନ୍ତି । ସେପ୍ଟେମ୍ବର ୧୫ ଯାଏଁ ଏହି ମନୋନୟନ ଦାଖଲ କରାଯାଇ ପାରିବ ।
ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି, “ଭାରତରେ ବହୁ ପ୍ରତିଭାବାନ ବ୍ୟକ୍ତି ଅଛନ୍ତି, ଯେଉଁମାନେ ତୃଣମୂଳ ସ୍ତରରେ ଉଲ୍ଲେଖନୀୟ କାମ କରୁଛନ୍ତି । ସାଧାରଣତଃ, ଆମେ ସେମାନଙ୍କ ସମ୍ପର୍କରେ ଦେଖି କିମ୍ବା ଶୁଣି ପାରନ୍ତି ନାହିଁ । ଆପଣ ଏମିତି କିଛି ପ୍ରେରଣାଦାୟୀ ବ୍ୟକ୍ତିଙ୍କୁ ଜାଣିଛନ୍ତି କି? #PeoplesPadma ପୁରସ୍କାର ପାଇଁ ଆପଣ ସେମାନଙ୍କୁ ମନୋନୀତ କରିପାରିବେ । ସେପ୍ଟେମ୍ବର ୧୫ ମଧ୍ୟରେ ମନୋନୟନ ପଠା ଯାଇପାରିବ ।”
India has many talented people, who are doing exceptional work at the grassroots. Often, we don’t see or hear much of them. Do you know such inspiring people? You can nominate them for the #PeoplesPadma. Nominations are open till 15th September. https://t.co/BpZG3xRsrZ
— Narendra Modi (@narendramodi) July 11, 2021