ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାଂଲାଦେଶ ଗସ୍ତରେ ଯାଇ ଆଜି ଢାକା ଠାରେ ପହଞ୍ଚିଛନ୍ତି । ମୁଜିବ ବର୍ଷୋ-ଶେଖ ମୁଜିବୁର ରହମାନଙ୍କ ଜନ୍ମଶତବାର୍ଷିକୀ; ଭାରତ- ବାଂଲାଦେଶ କୂଟନୈତିକ ସମ୍ପର୍କର 50 ବର୍ଷ ପୂର୍ତ୍ତି ଏବଂ ବାଂଲାଦେଶ ମୁକ୍ତି ଯୁଦ୍ଧର 50 ବର୍ଷ ପୂର୍ତ୍ତି ଉପଲକ୍ଷେ ଏହା ହେଉଛି ଏକ ଐତିହାସିକ ଗସ୍ତ ।
ଏକ ସ୍ୱତନ୍ତ୍ର ଆତିଥେୟ ସ୍ୱରୂପ, ପ୍ରଧାନମନ୍ତ୍ରୀ ଶେଖ ହାସିନା ଏବଂ ତାଙ୍କ କ୍ୟାବିନେଟର ମନ୍ତ୍ରୀମାନେ ହଜରତ ଶାହାଜଲାଲ ଅନ୍ତର୍ଜାତୀୟ ବିମାନ ବନ୍ଦର ଠାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଥିଲେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ 19ଟି ତୋପ ସଲାମୀ ସହ ସ୍ୱତନ୍ତ୍ର ରାଜକୀୟ ସମ୍ମାନ ପ୍ରଦାନ କରାଯାଇଥିଲା ।
A special visit begins with a special gesture.
— PMO India (@PMOIndia) March 26, 2021
PM Sheikh Hasina welcomes PM @narendramodi at Dhaka airport. pic.twitter.com/5zyKWpIepv