‘ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର ୱାର୍ଲ୍ଡ’ର ଦୃଷ୍ଟିକୋଣକୁ ଅନୁଭବ କରିଥିବାରୁ ଏବଂ ଏହା ପ୍ରତି ପ୍ରତିବଦ୍ଧତା ରକ୍ଷା କରିଥିବାରୁ ପ୍ରତିରକ୍ଷା କ୍ଷେତ୍ରର ପ୍ରମୁଖ ସଂସ୍ଥା ଲକହିଡ ମାର୍ଟିନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।
ଗୁରୁବାର ଦିନ ଲକହିଡ ମାର୍ଟିନର ସିଇଓ ଜିମ୍ ତାଇସଲେଟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସ ରେ ପୋଷ୍ଟ ହୋଇଛି;
“@LockheedMartin ର ସିଇଓ ଜିମ୍ ତାଇସଲେଟ୍ ପ୍ରଧାନମନ୍ତ୍ରୀ....ଙ୍କୁ ଭେଟିଛନ୍ତି । ଭାରତ-ଆମେରିକା ଏରୋସ୍ପେସ୍ ଓ ପ୍ରତିରକ୍ଷା ଔଦ୍ୟୋଗିକ ସହଯୋଗ କ୍ଷେତ୍ରରେ ଲକହିଡ ପାର୍ଟିନ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ । ‘ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର ୱାର୍ଲ୍ଡ’ର ଦୃଷ୍ଟିକୋଣକୁ ଅନୁଭବ କରୁଥିବାରୁ ଓ ଏହା ପ୍ରତି ପ୍ରତିବଦ୍ଧତା ରଖିଥିବାରୁ ଆମେ ତାହାକୁ ସ୍ୱାଗତ କରୁଛୁ” ।
CEO of @LockheedMartin, Jim Taiclet met Prime Minister @narendramodi. Lockheed Martin is a key partner in India-US Aerospace and Defence Industrial cooperation. We welcome it's commitment towards realising the vision of 'Make in India, Make for the World.' https://t.co/15PuZ7a8JG
— PMO India (@PMOIndia) July 19, 2024