ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ଯୋଧପୁରରେ ଘଟିଥିବା ମର୍ମନ୍ତୁଦ ସିଲିଣ୍ଡର ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ୨ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦,୦୦୦ ଟଙ୍କା କରି ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟ୍ କରିଛି;
“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ଯୋଧପୁରରେ ଘଟିଥିବା ମର୍ମନ୍ତୁଦ ସିଲିଣ୍ଡର ଦୁର୍ଘଟଣାରେ ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ପିଏମଏନଆରଏଫ୍ ରୁ ୨ ଲକ୍ଷ ଟଙ୍କା ପ୍ରଦାନ ଲାଗି ଘୋଷଣା କରିଛନ୍ତି । ଆହତମାନଙ୍କୁ ୫୦,୦୦୦ ଟଙ୍କା କରି ଦିଆଯିବ ।”
PM @narendramodi has announced an ex-gratia of Rs. 2 lakh from PMNRF for the next of kin of each deceased in the tragic cylinder mishap in Jodhpur, Rajasthan. The injured would be given Rs. 50,000 each.
— PMO India (@PMOIndia) December 16, 2022