QuoteThe cooperation between India and the US is based on shared democratic values: PM Modi
QuoteIndia-US will step up efforts to hold the supporters of terror responsible: PM Modi
QuoteThe most important foundation of this special friendship between India and the US is our people to people relations: PM Modi

ମୋର ମିତ୍ର ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ,

ଆମେରିକୀୟ ପ୍ରତିନିଧି ଦଳର ସମ୍ମାନିତ ସଦସ୍ୟଗଣ,

ଭାଇ ଓ ଭଉଣୀମାନେ,

ନମସ୍କାର

ରାଷ୍ଟ୍ରପତି ଟ୍ରମ୍ପ ଏବଂ ତାଙ୍କ ସହିତ ଆସିଥିବା ପ୍ରତିନିଧି ଦଳକୁ ଭାରତରେ  ପୁଣିଥରେ ସ୍ୱାଗତ । ଏହି ଗସ୍ତରେ ସେ ନିଜ ପରିବାର ସହ ଆସିଥିବାରୁ ମୁଁ ଆନନ୍ଦିତ । ଗତ ଆଠ ମାସ ମଧ୍ୟରେ ରାଷ୍ଟ୍ରପତି ଟ୍ରମ୍ପ ଏବଂ ମୋ ମଧ୍ୟରେ ଏହା ପଞ୍ଚମ ସାକ୍ଷାତ ।

ଗତକାଲି ମୋଟେରାରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଅଭୂତପୂର୍ବ ଏବଂ ଐତିହାସିକ ସ୍ୱାଗତ ସବୁଦିନ ପାଇଁ ମନେ ରଖାଯିବ । ଗତକାଲି ପୁଣିଥରେ ଏହା ସ୍ପଷ୍ଟ ହେଲା ଯେ ଆମେରିକା ଏବଂ ଭାରତ ମଧ୍ୟରେ ସମ୍ପର୍କ କେବଳ ଦୁଇଟି ସରକାରଙ୍କ ମଧ୍ୟରେ ନୁହେଁ, ବରଂ ଜନଗଣଙ୍କ ଦ୍ୱାରା ପରିଚାଳିତ ତଥା ଜନକୈନ୍ଦ୍ରିକ । ଏହି ସମ୍ପର୍କ, ଏକବିଂଶ ଶତାବ୍ଦୀର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ମଧ୍ୟରୁ ଅନ୍ୟତମ । ତେଣୁ ସେଥିପାଇଁ ଆଜି ରାଷ୍ଟ୍ରପତି ଟ୍ରମ୍ପ ଏବଂ ମୁଁ ଆମ ସମ୍ପର୍କକୁ ବିସ୍ତୃତ ବୈଶ୍ୱିକ ରଣନୈତିକ ଭାଗିଦାରୀ ସ୍ତରକୁ ନେଇଯିବା ଲାଗି ନିଷ୍ପତ୍ତି ନେଇଛୁ । ସମ୍ପର୍କକୁ ଏହି ସୋପାନ ପର୍ଯ୍ୟନ୍ତ ଆଣିବାରେ ରାଷ୍ଟ୍ରପତି ଟ୍ରମ୍ପଙ୍କର ଅମୂଲ୍ୟ ଯୋଗଦାନ ରହିଛି ।

ବନ୍ଧୁଗଣ,

ଆଜି ଆମର ଆଲୋଚନାରେ ଆମେ ଏହି ଭାଗିଦାରୀର ପ୍ରତ୍ୟେକ ଦିଗ ଉପରେ ସକାରାତ୍ମକ ବିଚାର ବିନିମୟ କଲୁ- ତାହା ପ୍ରତିରକ୍ଷା ଓ ସୁରକ୍ଷା ହେଉ, ଶକ୍ତି କ୍ଷେତ୍ରରେ ରଣନୈତିକ ଭାଗିଦାରୀ ହେଉ, ପ୍ରଯୁକ୍ତି ସହଯୋଗ ହେଉ, ବୈଶ୍ୱିକ ଯୋଗାଯୋଗା ହେଉ, ବାଣିଜ୍ୟ ସମ୍ପର୍କ ହେଉ କିମ୍ବା ନାଗରିକ ସମ୍ପର୍କ । ଭାରତ ଏବଂ ଆମେରିକା ମଧ୍ୟରେ ବୃଦ୍ଧି ପାଉଥିବା ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ ଆମ ରଣନୈତିକ ଭାଗିଦାରୀର ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ । ଅତ୍ୟାଧୁନିକ ପ୍ରତିରକ୍ଷା ଉପକରଣ ତଥା ମଞ୍ଚରେ ସହଯୋଗ ଫଳରେ ଭାରତର ପ୍ରତିରକ୍ଷା କ୍ଷମତା ବୃଦ୍ଧି ପାଇଛି । ଆମର ପ୍ରତିରକ୍ଷା ନିର୍ମାତାମାନେ ପରସ୍ପର ଯୋଗାଣ ଶୃଙ୍ଖଳାର ଅଂଶବିଶେଷ ପାଲଟୁଛନ୍ତି । ଭାରତୀୟ ସେନାବାହିନୀ ଆଜି ସବୁଠୁ ଅଧିକ ସମରାଭ୍ୟାସ ଆମେରିକା ସେନା ସହିତ କରୁଛି । ଗତ କିଛି ବର୍ଷ ମଧ୍ୟରେ, ଆମ ସେନା ମଧ୍ୟରେ ଆନ୍ତଃପରିଚାଳନାରେ ଅଭୂତପୂର୍ବ ବୃଦ୍ଧି ହୋଇଛି ।

ବନ୍ଧୁଗଣ,

ସେହିପରି ଆମେ ଆମ ଦେଶର ସୁରକ୍ଷା ଏବଂ ଅନ୍ତର୍ଜାତୀୟ ଅପରାଧ ସହ ମୁକାବିଲା ଲାଗି ମଧ୍ୟ ସହଯୋଗ ବୃଦ୍ଧି କରୁଛୁ । ଆଜି ଦେଶର ଅନ୍ତରୀଣ ସୁରକ୍ଷା କ୍ଷେତ୍ରରେ ନିଆଯାଇଥିବା ନିର୍ଣ୍ଣୟ ଫଳରେ ଏହି ସହଯୋଗ ଆହୁରି ବୃଦ୍ଧି ପାଇବ । ଆତଙ୍କବାଦର ସମର୍ଥନକାରୀମାନଙ୍କୁ ଉତ୍ତରଦାୟୀ କରିବା ଲାଗି ଆଜି ଆମେ ଆମ ପ୍ରୟାସକୁ ଆହୁରି ବୃଦ୍ଧି କରିବା ଲାଗି ନିଷ୍ପତ୍ତି ନେଇଛୁ ।

ଡ୍ରଗ୍ସ ଏବଂ ଅଫିମ କାରବାର ବିରୋଧରେ ଲଢ଼େଇକୁ ରାଷ୍ଟ୍ରପତି ଟ୍ରମ୍ପ ପ୍ରାଥମିକତା ଦେଇଛନ୍ତି । ଆଜି ଆମ ମଧ୍ୟରେ ନିଶାଦ୍ରବ୍ୟ କାରବାର, ନାର୍କୋ-ଟେରୋରିଜିମ (ନିଶାଔଷଧ ଆତଙ୍କବାଦ) ଏବଂ ସଂଗଠିତ ଅପରାଧ ଭଳି ଗମ୍ଭୀର ସମସ୍ୟା ବିଷୟରେ ଏକ ନୂତନ ବ୍ୟବସ୍ଥା ଉପରେ ମଧ୍ୟ ସହମତି ହୋଇଛି ।

ବନ୍ଧୁଗଣ,

କିଛିଦିନ ପୂର୍ବରୁ ପ୍ରତିଷ୍ଠିତ ଆମର ରଣନୈତିକ ଭାଗିଦାରୀ ସୁଦୃଢ଼ ହୋଇଚାଲିଛି । ଆହୁରି ଏହି କ୍ଷେତ୍ରରେ ଆପୋସ ନିବେଶ ବୃଦ୍ଧି ପାଇଛି । ତୈଳ ଏବଂ ଗ୍ୟାସ ଲାଗି ଆମେରିକା ଭାରତର ବହୁତ ବଡ଼ ଉତ୍ସରେ ପରିଣତ ହୋଇଛି । ଗତ ଚାରି ବର୍ଷ ମଧ୍ୟରେ ଆମର ମୋଟ ଶକ୍ତି କାରବାର ପାଖାପାଖି 20 ବିଲିୟନ ଡଲାର ରହିଥିଲା । ଅକ୍ଷୟଶକ୍ତି ହେଉ କିମ୍ବା ପରମାଣୁ ଶକ୍ତି, ଆମର ସହଯୋଗକୁ ନୂତନ ଇନ୍ଧନ ମିଳୁଛି ।

ବନ୍ଧୁଗଣ,

ସେହିପରି, ଇଣ୍ଡଷ୍ଟ୍ରୀ 4.0 ଏବଂ ଏକବିଂଶ ଶତାବ୍ଦୀର ଅନ୍ୟ ଉଦୀୟମାନ ପ୍ରଯୁକ୍ତି କ୍ଷେତ୍ରରେ ମଧ୍ୟ ଭାରତ-ଆମେରିକା ଭାଗିଦାରୀ, ନବୋନ୍ମେଷ ଏବଂ ଉଦ୍ୟମିତାର ନୂତନ ସୋପାନରେ ପହଁଚିଛି । ଭାରତୀୟ ପେସାଦାରଙ୍କ ପ୍ରତିଭା ଆମେରିକୀୟ କମ୍ପାନୀର ପ୍ରଯୁକ୍ତି ନେତୃତ୍ୱକୁ ସୁଦୃଢ଼ କରିଛି ।

ବନ୍ଧୁଗଣ,

ଭାରତ ଓ ଆମେରିକା ଆର୍ଥିକ କ୍ଷେତ୍ରରେ ଖୋଲାପଣ ଏବଂ ସ୍ୱଚ୍ଛ ଓ ସନ୍ତୁଳିତ ବାଣିଜ୍ୟ ଲାଗି ପ୍ରତିବଦ୍ଧ ଅଟନ୍ତି । ଗତ ତିନି ବର୍ଷ ମଧ୍ୟରେ ଆମର ଦ୍ୱିପାକ୍ଷିକ କାରବାରରେ ଦୁଇସଂଖ୍ୟା ବିଶିଷ୍ଟ ଅଭିବୃଦ୍ଧି ଦେଖିବାକୁ ମିଳିଛି, ଏହା ଏବେ ଆହୁରି ଅଧିକ ସନ୍ତୁଳିତ ମଧ୍ୟ ହୋଇଛି । ଯଦି ଶକ୍ତି, ବେସାମରିକ ବିମାନ, ପ୍ରତିରକ୍ଷା ଏବଂ ଉଚ୍ଚ ଶିକ୍ଷା କ୍ଷେତ୍ରକୁ ଦେଖିବା ତ ଗତ ଚାରି ପାଞ୍ଚ ବର୍ଷ ମଧ୍ୟରେ କେବଳ ଏହି ଚାରିଟି କ୍ଷେତ୍ର ହିଁ ଭାରତ-ଆମେରିକା ଆର୍ଥିକ ସମ୍ପର୍କରେ 70 ବିଲିୟନ ଡଲାରର ଯୋଗଦାନ ଦେଇଛନ୍ତି । ଏଥିମଧ୍ୟରୁ ଅନେକ କିଛି ରାଷ୍ଟ୍ରପତି ଟ୍ରମ୍ପଙ୍କ ନୀତି ଏବଂ ନିଷ୍ପତ୍ତି କାରଣରୁ ସମ୍ଭବ ହୋଇପାରିଛି । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଯେ ଆଗାମୀ ଦିନରେ ଏହି ତଥା ଯଥେଷ୍ଟ ବୃଦ୍ଧି ପାଇବ । ଦ୍ୱିପାକ୍ଷିକ ବାଣିଜ୍ୟ କ୍ଷେତ୍ରରେ ଆମର ବାଣିଜ୍ୟ ମନ୍ତ୍ରୀଙ୍କ ମଧ୍ୟରେ ସକାରାତ୍ମକ ଆଲୋଚନା ହୋଇଛି । ରାଷ୍ଟ୍ରପତି ଟ୍ରମ୍ପ ଏବଂ ମୁଁ ସହମତ ଯେ ଆମର ବାଣିଜ୍ୟ ମନ୍ତ୍ରୀଙ୍କ ମଧ୍ୟରେ ଯେଉଁ ବୁଝାମଣା ସୃଷ୍ଟି ହୋଇଛି ତା’କୁ ଆମର ଟିମ ଆଇନଗତ ରୂପ ଦେଉ । ଆମେ ଏକ ବଡ଼ ବାଣିଜ୍ୟ ଚୁକ୍ତି ଲାଗି ଆଲୋଚନା ଆରମ୍ଭ କରିବା ଲାଗି ସହମତ ହୋଇଛୁ । ଆମର ଆଶା ଯେ ଆପୋସ ହିତରେ ଏହାର ଉତ୍ତମ ପରିଣାମ ମିଳିବ ।

ବନ୍ଧୁଗଣ,

ବିଶ୍ୱସ୍ତରରେ ଭାରତ ଏବଂ ଆମେରିକାର ସହଯୋଗ ଆମର ସମାନ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଉଦ୍ଦେଶ୍ୟ ଉପରେ ଆଧାରିତ । ବିଶେଷ କରି ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ବିଶ୍ୱ ପରିଦୃଶ୍ୟରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଲାଗି ଏହି ସହଯୋଗ ବିଶେଷ ଗୁରୁତ୍ୱପୂର୍ଣ୍ଣ । ଆମର ଦୁଇ ଦେଶ ଯୋଗାଯୋଗ ଭିତ୍ତିଭୂମି ବିକାଶରେ ସ୍ଥାୟୀ ଏବଂ ପାରଦର୍ଶୀ ପାଣ୍ଠି ଯୋଗାଣର ମହତ୍ୱ ଉପରେ ସହମତ ହୋଇଛୁ । ଆମର ଏହି ଆପୋସ ତାଳମେଳ କେବଳ ପରସ୍ପର ପାଇଁ ନୁହେଁ, ବରଂ ବିଶ୍ୱ ପାଇଁ ମଧ୍ୟ କଲ୍ୟାଣକାରୀ ।

ବନ୍ଧୁଗଣ,

ଭାରତ ଏବଂ ଆମେରିକାର ଏହି ସ୍ୱତନ୍ତ୍ର ବନ୍ଧୁତାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମୂଳଦୁଆ ହେଉଛି ଆମ ନାଗରିକମାନଙ୍କ ମଧ୍ୟରେ ସମ୍ପର୍କ । ପେସାଦାର ହୁଅନ୍ତୁ ଅବା ଛାତ୍ରଛାତ୍ରୀ, ଆମେରିକାରେ ପ୍ରବାସୀ ଭାରତୀୟଙ୍କ ଏ ଦିଗରେ ସବୁଠୁ ବଡ଼ ଯୋଗଦାନ ରହିଛି । ଭାରତର ଏହି ରାଷ୍ଟ୍ରଦୂତମାନେ କେବଳ ନିଜ ପ୍ରତିଭା ଏବଂ ପରିଶ୍ରମ ବଳରେ ଆମେରିକାର ଅର୍ଥବ୍ୟବସ୍ଥାରେ ଯୋଗଦାନ ଦେଉନାହାନ୍ତି, ବରଂ ନିଜ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ସମୃଦ୍ଧ ସଂସ୍କୃତି ଦ୍ୱାରା ଆମେରିକୀୟ ସମାଜକୁ ମଧ୍ୟ ସମୃଦ୍ଧ କରୁଛନ୍ତି । ମୁଁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଅନୁରୋଧ କରିଛି ଯେ ଆମର ପେସାଦାରଙ୍କ ସାମାଜିକ-ସୁରକ୍ଷା ଯୋଗାଦାନର ଟୋଟାଲାଇଜେସନ ରାଜିନାମା ଉପରେ ଆଲୋଚନାକୁ ଉଭୟ ପକ୍ଷ ଆଗକୁ ନିଅନ୍ତୁ । ଏହା ପରସ୍ପର ପାଇଁ ଲାଭଦାୟକ ହେବ ।

ବନ୍ଧୁଗଣ,

ଏ ସମସ୍ତ ଦିଗରେ ଆମର ସମ୍ପର୍କକୁ ଆହୁରି ସୁଦୃଢ଼ କରିବାରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଗସ୍ତ ଐତିହାସିକ ଭୂମିକା ତୁଲାଇଛି । ମୁଁ ପୁଣିଥରେ, ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭାରତ ଆସିବା ଲାଗି, ଏବଂ ଭାରତ-ଆମେରିକା ସମ୍ପର୍କକୁ ନୂତନ ଉଚ୍ଚତାରେ ପହଁଚାଇବା ଲାଗି ହାର୍ଦ୍ଦିକ ଧନ୍ୟବାଦ ଜଣାଉଛି ।

 

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Job opportunities for women surge by 48% in 2025: Report

Media Coverage

Job opportunities for women surge by 48% in 2025: Report
NM on the go

Nm on the go

Always be the first to hear from the PM. Get the App Now!
...
Japan-India Business Cooperation Committee delegation calls on Prime Minister Modi
March 05, 2025
QuoteJapanese delegation includes leaders from Corporate Houses from key sectors like manufacturing, banking, airlines, pharma sector, engineering and logistics
QuotePrime Minister Modi appreciates Japan’s strong commitment to ‘Make in India, Make for the World

A delegation from the Japan-India Business Cooperation Committee (JIBCC) comprising 17 members and led by its Chairman, Mr. Tatsuo Yasunaga called on Prime Minister Narendra Modi today. The delegation included senior leaders from leading Japanese corporate houses across key sectors such as manufacturing, banking, airlines, pharma sector, plant engineering and logistics.

Mr Yasunaga briefed the Prime Minister on the upcoming 48th Joint meeting of Japan-India Business Cooperation Committee with its Indian counterpart, the India-Japan Business Cooperation Committee which is scheduled to be held on 06 March 2025 in New Delhi. The discussions covered key areas, including high-quality, low-cost manufacturing in India, expanding manufacturing for global markets with a special focus on Africa, and enhancing human resource development and exchanges.

Prime Minister expressed his appreciation for Japanese businesses’ expansion plans in India and their steadfast commitment to ‘Make in India, Make for the World’. Prime Minister also highlighted the importance of enhanced cooperation in skill development, which remains a key pillar of India-Japan bilateral ties.