ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘର ମହାସଚିବ ଆଣ୍ଟେନିଓ ଗୁଟେରସ୍ଙ୍କ ସହ ଯୋଗର ଗୁରୁତ୍ୱ ଉପରେ ସହମତି ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ଇଚ୍ଛା ପ୍ରକଟ କରିଛନ୍ତି ଯେ ଯୋଗ ଦିବସ ଆମ ସମସ୍ତଙ୍କୁ ନିକଟତର କରି ଆମ ପୃଥିବୀର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବ ।
ଜାତିସଂଘର ମହା ସଚିବ ଏକ ଟୁଇଟ୍ କରି କହିଛନ୍ତି ଯେ ଏକ ବିଭାଜିତ ଦୁନିଆରେ ଯୋଗ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ଏକତ୍ର କରିଥାଏ, ଯେଉଁମାନଙ୍କ ପାଇଁ ଏହା ଶକ୍ତି, ସୌହାର୍ଦ୍ଦ୍ୟ ଏବଂ ଶାନ୍ତିର ଉତ୍ସ ଅଟେ ।
ଜାତିସଂଘର ମହା ସଚିବଙ୍କ ଟୁଇଟର ଜବାବ ଦେଇ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଯୋଗର ମହତ୍ୱ ଉପରେ ଜାତିସଂଘ ମହା ସଚିବ ଆଣ୍ଟେନିଓ ଗୁଟେରସ୍ ସହିତ ସମ୍ପୂର୍ଣ୍ଣ ସହମତ । ଯୋଗ ଦିବସ ଆମ ସମସ୍ତଙ୍କୁ ନିକଟତର କରିବ ଏବଂ ଆମ ପୃଥିବୀର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବ ।”
Fully agree with @UN Secretary General @antonioguterres on the importance of Yoga. May Yoga Day bring us all closer and improve the health of our planet. https://t.co/enNyUJte32
— Narendra Modi (@narendramodi) June 21, 2023