ମାନ୍ୟବର ପ୍ରଧାନମନ୍ତ୍ରୀ ମେଲୋନି, 

ଉଭୟ ଦେଶର ପ୍ରତିନିଧି ମଣ୍ଡଳୀ,

ଗଣମାଧ୍ୟମର ବନ୍ଧୁଗଣ,

ନମସ୍କାର!

ଇଟାଲୀର ପ୍ରଧାନମନ୍ତ୍ରୀ ମେଲୋନିଙ୍କର ପ୍ରଥମ ଭାରତ ଗସ୍ତ ଅବସରରେ , ମୁଁ ତାଙ୍କୁ ଏବଂ ତାଙ୍କ ପ୍ରତିନିଧି ମଣ୍ଡଳୀକୁ ସ୍ୱାଗତ ଜଣାଉଛି । ଗତ ବର୍ଷ ସେଠାରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ଇଟାଲୀର ନାଗରିକମାନେ ତାଙ୍କୁ ପ୍ରଥମ ମହିଳା ଏବଂ ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ ଭାବରେ ମନୋନୀତ କରିଥିଲେ । ଏହି ଐତିହାସିକ ସଫଳତା ପାଇଁ , ସମସ୍ତ ଭାରତୀୟଙ୍କ ପକ୍ଷରୁ ମୁଁ ତାଙ୍କୁ ବହୁତ ବହୁତ ଶୁଭେଚ୍ଛା ପ୍ରଦାନ କରୁଛି ଏବଂ ଅଭିନନ୍ଦନ ଜଣାଉଛି । ସେ କାର୍ଯ୍ୟଭାର ଗ୍ରହଣ କରିବାର କିଛି ଦିନ ପରେ ବାଲି ଠାରେ ଅନୁଷ୍ଠିତ ଜି -୨୦ ସମ୍ମିଳନୀରେ ଆମର ପ୍ରଥମ ସାକ୍ଷାତ ହୋଇଥିଲା ।

ବନ୍ଧୁଗଣ,

ଆଜି ଆମର ଆଲୋଚନା ଅତ୍ୟନ୍ତ ଉପଯୋଗୀ ଏବଂ ଅତ୍ୟନ୍ତ ଅର୍ଥପୂର୍ଣ୍ଣ ଥିଲା । ଚଳିତ ବର୍ଷ ଉଭୟ ଭାରତ ଏବଂ ଇଟାଲୀ ଦ୍ୱିପାକ୍ଷିକ ସମ୍ପର୍କର ୭୫ ତମ ବାର୍ଷିକୀ ପାଳନ କରୁଛନ୍ତି । ଏବଂ ଏହି ଅବସରରେ ଆମେ ଭାରତ - ଇଟାଲୀ ମଧ୍ୟରେ ସହଭାଗୀତାକୁ ରଣନୀତିପୂର୍ଣ୍ଣ ଭାଗୀଦାରୀତାର ମାନ୍ୟତା ଦେବା ନିମନ୍ତେ ନିଷ୍ପତ୍ତି ନେଇଛୁ । ଆମେ ଆମର ଅର୍ଥନୈତିକ ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ ଆମେ ଗୁରୁତ୍ୱାରୋପ କରିଛୁ । ଆମର “ମେକ୍ ଇନ୍ ଇଣ୍ଡିଆ” ଏବଂ “ଆତ୍ମନିର୍ଭର ଭାରତ” ଅଭିଯାନ ଭାରତରେ ବୃହତ୍ ପରିମାଣରେ ନିବେଶ ନିମନ୍ତେ ସୁଯୋଗକୁ ଉନ୍ମୁକ୍ତ କରୁଛି । ନବୀକରଣ ଯୋଗ୍ୟ ଶକ୍ତି, ସବୁଜ ଉଦ୍‌ଜାନ, ଆଇଟି, ସେମିକଣ୍ଡକ୍ଟର, ଟେଲିକମ୍ ଏବଂ ମହାକାଶ ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ଆମେ ବିଶେଷ ଗୁରୁତ୍ୱ ପ୍ରଦାନ କରିଛୁ । ଆଜି ଆମେ ଭାରତ ଏବଂ ଇଟାଲୀ ମଧ୍ୟରେ ଏକ ଷ୍ଟାର୍ଟଅପ୍ ବ୍ରିଜ୍ ପ୍ରତିଷ୍ଠା କରିବାକୁ ଘୋଷଣା କରୁଛୁ ଏବଂ ଏହି ନିଷ୍ପତ୍ତିକୁ ଆମେ ସ୍ୱାଗତ କରୁଛୁ ।

ବନ୍ଧୁଗଣ,

ଏମିତି ଆଉ ଏକ କ୍ଷେତ୍ର ଅଛି, ଯେଉଁଥିରେ ଉଭୟ ଦେଶ ଏକ ନୂତନ ଅଧ୍ୟାୟ ଆରମ୍ଭ କରୁଛନ୍ତି ଏବଂ ତାହା ହେଉଛି ପ୍ରତିରକ୍ଷା ସହଯୋଗର କ୍ଷେତ୍ର । ଭାରତରେ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ସହ - ଉତ୍ପାଦନ ଏବଂ ସହ - ବିକାଶ ପାଇଁ ସୁଯୋଗ ସୃଷ୍ଟି ହେଉଛି, ଯାହା ଉଭୟ ଦେଶ ପାଇଁ ଲାଭଦାୟକ ହୋଇପାରେ । ଆମେ ମଧ୍ୟ ଉଭୟ ଦେଶର ସେନା ବାହିନୀ ମଧ୍ୟରେ ନିୟମିତ ଭାବରେ ମିଳିତ କାର୍ଯ୍ୟକ୍ରମ ଏବଂ ତାଲିମ ପାଠ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛୁ । ଆତଙ୍କବାଦ ଏବଂ ବିଚ୍ଛିନ୍ନତାବାଦ ବିରୋଧରେ ଲଢ଼େଇରେ ଭାରତ ଏବଂ ଇଟାଲୀ କାନ୍ଧରେ କାନ୍ଧ ମିଶାଇ କାର୍ଯ୍ୟ କରୁଛନ୍ତି । ଏହି ସହଯୋଗକୁ କିପରି ଅଧିକ ମଜବୁତ କରାଯିବ ସେ ବିଷୟରେ ଆମେ ବିସ୍ତୃତ ଭାବରେ ଆଲୋଚନା କରିଛୁ । 

ବନ୍ଧୁଗଣ,

ଭାରତ ଏବଂ ଇଟାଲୀ ମଧ୍ୟରେ ଶହ ଶହ ବର୍ଷ ପୁରୁଣା ସାଂସ୍କୃତିକ ସମ୍ପର୍କ ଏବଂ ଲୋକ ମାନଙ୍କ ମଧ୍ୟରେ ସମ୍ପର୍କ ରହିଛି । ବର୍ତ୍ତମାନ ସମୟର ଆବଶ୍ୟକତା ଅନୁଯାୟୀ , ଏହି ସମ୍ପର୍କ ଗୁଡିକୁ ଏକ ନୂତନ ଆକାର ଏବଂ ନୂତନ ଶକ୍ତି ଦେବା ଉପରେ ଆମ ଭିତରେ ଏକ ବିଚାର ବିମର୍ଶ ହୋଇଥିଲା । ପ୍ରବାସ ଏବଂ ଗତିଶୀଳ ଭାଗୀଦାରୀତା ଚୁକ୍ତି ଉପରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଆଲୋଚନା ବିଶେଷ ଭାବରେ ଗୁରୁତ୍ୱପୂର୍ଣ୍ଣ । ଏହି ଚୁକ୍ତିନାମାର ପ୍ରାରମ୍ଭିକ ସିଦ୍ଧାନ୍ତ ଆମର ଲୋକ - ଲୋକଙ୍କ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ । ଆମେ ମଧ୍ୟ ଦୁଇ ଦେଶର ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଗୁଡିକ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରିଛୁ । ଭାରତ ଏବଂ ଇଟାଲୀ ମଧ୍ୟରେ ସମ୍ପର୍କର ୭୫ ତମ ବାର୍ଷିକୀ ପାଳନ କରିବା ନିମନ୍ତେ ଆମେ ଏକ କାର୍ଯ୍ୟ ଯୋଜନା କରିବାକୁ ନିଷ୍ପତ୍ତି ନେଇଛୁ । ଏହା ମାଧ୍ୟମରେ ଉଭୟ ଦେଶର ବିବିଧତା, ଇତିହାସ, ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା, ନବସୃଜନ, କ୍ରୀଡା ଏବଂ ଉଭୟ ଦେଶର ସଫଳତାକୁ ଏକ ବିଶ୍ୱ ସ୍ତରୀୟ ମଂଚରେ ପ୍ରଦର୍ଶନ କରିବା ନିମନ୍ତେ ସମର୍ଥ ହୋଇ ପାରିବ । 

ବନ୍ଧୁଗଣ,

କୋଭିଡ ମହାମାରୀ ଏବଂ ୟୁକ୍ରେନ ବିବାଦ ଯୋଗୁଁ ସୃଷ୍ଟି ହୋଇଥିବା ଖାଦ୍ୟ, ଇନ୍ଧନ ଏବଂ ସାର ସଙ୍କଟ ଫଳରେ ସମସ୍ତ ଦେଶ ପ୍ରଭାବିତ ହୋଇଛନ୍ତି । ବିକାଶଶୀଳ ଦେଶ ମାନଙ୍କ ଉପରେ ଏସବୁର ବିଶେଷ ରୂପରେ ନକାରାତ୍ମକ ପ୍ରଭାବ ପଡିଛି । ଆମେ ଏହି ବିଷୟରେ ଆମର ସହଭାଗୀ ଚିନ୍ତା ପ୍ରକଟ କରିଛୁ । ଏହି ସମସ୍ୟାର ସମାଧାନ ପାଇଁ ମିଳିତ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଛୁ । ଭାରତର ଜି ୨୦ ଅଧ୍ୟକ୍ଷତା ସମୟରେ ଆମେ ମଧ୍ୟ ଏହି ବିଷୟ ଉପରେ ପ୍ରାଥମିକତା ଦେଉଛୁ । 

ୟୁକ୍ରେନ ବିବାଦର ଆରମ୍ଭରୁ ଭାରତ ସ୍ପଷ୍ଟ କରିଛି ଯେ , ଏହି ବିବାଦ କେବଳ କଥାବାର୍ତ୍ତା ଏବଂ କୂଟନୈତିକ ଆଲୋଚନା ମାଧ୍ୟମରେ ସମାଧାନ ହୋଇ ପାରିବ । ଏବଂ ଭାରତ କୌଣସି ଶାନ୍ତି ପ୍ରକ୍ରିୟାରେ ସହଯୋଗ କରିବାକୁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ । ଭାରତ - ପ୍ରଶାନ୍ତ ମହାସାଗରୀୟ ପଦକ୍ଷେପରେ ଇଟାଲୀର ସକ୍ରିୟ ଅଂଶଗ୍ରହଣକୁ ମଧ୍ୟ ଆମେ ସ୍ୱାଗତ କରୁଛୁ । ଏହା ଅତ୍ୟନ୍ତ ଆନନ୍ଦଦାୟକ ବିଷୟ ଯେ , ଇଟାଲୀ ଭାରତ - ପ୍ରଶାନ୍ତ ମହାସାଗରୀୟ ପଦକ୍ଷେପରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛି । ଏହା ଦ୍ୱାରା ଆମେ ଭାରତ - ପ୍ରଶାନ୍ତ ମହାସାଗରୀୟ ପଦକ୍ଷେପରେ ଆମର ସହଯୋଗ ବୃଦ୍ଧି କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡିକୁ ଚିହ୍ନଟ କରି ପାରିବା । ବୈଶ୍ୱିକ ବାସ୍ତବିକତା ଗୁଡିକୁ ଉନ୍ନତ ଉପାୟରେ ପ୍ରଦର୍ଶିତ କରିବା ନିମନ୍ତେ ବହୁପକ୍ଷୀୟ ସଂସ୍ଥାନରେ ପରିବର୍ତ୍ତନର ଆବଶ୍ୟକତା ରହିଛି । ଆମେ ଏହି ବିଷୟ ଉପରେ ମଧ୍ୟ ବିଚାର ବିମର୍ଶ କରିଥିଲୁ । 

ଆଜି ସନ୍ଧ୍ୟାରେ ଆପଣ ମୁଖ୍ୟ ଅତିଥି ଭାବରେ ରାଇସିନା ସଂଳାପରେ ଯୋଗ ଦେବେ । ଆମେ ସମସ୍ତେ ସେଠାରେ ଆପଣଙ୍କ ବକ୍ତବ୍ୟ ଶୁଣିବା ପାଇଁ ବହୁତ ଉତ୍ସୁକ । ଆପଣଙ୍କର ଏହି ଭାରତ ଗସ୍ତ ପାଇଁ ଏବଂ ଆମର ଉପଯୋଗୀ ଆଲୋଚନା ନିମନ୍ତେ ଆପଣଙ୍କୁ ଏବଂ ଆପଣଙ୍କ ପ୍ରତିନିଧି ମାନଙ୍କୁ ଅନେକ ଅନେକ ଧନ୍ୟବାଦ ।

ସ୍ୱୀକରଣ - ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟର ଆନୁମାନିକ ଅନୁବାଦ । ମୂଳ ଟିପ୍ପଣୀ ହିନ୍ଦୀରେ ପ୍ରଦାନ କରା ଯାଇଥିଲା ।

 

 

 

 

 

 

  • Reena chaurasia August 30, 2024

    भाजपा
  • Reena chaurasia August 30, 2024

    बीजेपी
  • हरेराम सिंह September 10, 2023

    जय भारत
  • Krishnan Raman Devendra March 06, 2023

    Har har mahadev 🙏🏻🚩🚩🚩🚩
  • Anil Mishra Shyam March 06, 2023

    Ram 🙏
  • Tribhuwan Kumar Tiwari March 04, 2023

    वंदेमातरम जय श्री शनि देव प्रणाम सर
  • Kuldeep Yadav March 04, 2023

    આદરણીય પ્રધામંત્રીશ્રી નરેન્દ્ર મોદીજી ને મારા નમસ્કાર મારુ નામ કુલદીપ અરવિંદભાઈ યાદવ છે. મારી ઉંમર ૨૪ વર્ષ ની છે. એક યુવા તરીકે તમને થોડી નાની બાબત વિશે જણાવવા માંગુ છું. ઓબીસી કેટેગરી માંથી આવતા કડીયા કુંભાર જ્ઞાતિના આગેવાન અરવિંદભાઈ બી. યાદવ વિશે. અમારી જ્ઞાતિ પ્યોર બીજેપી છે. છતાં અમારી જ્ઞાતિ ના કાર્યકર્તાને પાર્ટીમાં સ્થાન નથી મળતું. એવા એક કાર્યકર્તા વિશે જણાવું. ગુજરાત રાજ્ય ના અમરેલી જિલ્લામાં આવેલ સાવરકુંડલા શહેર ના દેવળાના ગેઈટે રહેતા અરવિંદભાઈ યાદવ(એ.બી.યાદવ). જન સંઘ વખત ના કાર્યકર્તા છેલ્લાં ૪૦ વર્ષ થી સંગઠનની જવાબદારી સંભાળતા હતા. ગઈ ૩ ટર્મ થી શહેર ભાજપના મહામંત્રી તરીકે જવાબદારી કરેલી. ૪૦ વર્ષ માં ૧ પણ રૂપિયાનો ભ્રષ્ટાચાર નથી કરેલો અને જે કરતા હોય એનો વિરોધ પણ કરેલો. આવા પાયાના કાર્યકર્તાને અહીંના ભ્રષ્ટાચારી નેતાઓ એ ઘરે બેસાડી દીધા છે. કોઈ પણ પાર્ટીના કાર્યકમ હોય કે મિટિંગ એમાં જાણ પણ કરવામાં નથી આવતી. એવા ભ્રષ્ટાચારી નેતા ને શું ખબર હોય કે નરેન્દ્રભાઇ મોદી દિલ્હી સુધી આમ નમ નથી પોચિયા એની પાછળ આવા બિન ભ્રષ્ટાચારી કાર્યકર્તાઓ નો હાથ છે. આવા પાયાના કાર્યકર્તા જો પાર્ટી માંથી નીકળતા જાશે તો ભવિષ્યમાં કોંગ્રેસ જેવો હાલ ભાજપ નો થાશે જ. કારણ કે જો નીચે થી સાચા પાયા ના કાર્યકર્તા નીકળતા જાશે તો ભવિષ્યમાં ભાજપને મત મળવા બોવ મુશ્કેલ છે. આવા ભ્રષ્ટાચારી નેતાને લીધે પાર્ટીને ભવિષ્યમાં બોવ મોટું નુકશાન વેઠવું પડશે. એટલે પ્રધામંત્રીશ્રી નરેન્દ્ર મોદીજી ને મારી નમ્ર અપીલ છે કે આવા પાયા ના અને બિન ભ્રષ્ટાચારી કાર્યકર્તા ને આગળ મૂકો બાકી ભવિષ્યમાં ભાજપ પાર્ટી નો નાશ થઈ જાશે. એક યુવા તરીકે તમને મારી નમ્ર અપીલ છે. આવા કાર્યકર્તાને દિલ્હી સુધી પોચડો. આવા કાર્યકર્તા કોઈ દિવસ ભ્રષ્ટાચાર નઈ કરે અને લોકો ના કામો કરશે. સાથે અતિયારે અમરેલી જિલ્લામાં બેફામ ભ્રષ્ટાચાર થઈ રહીયો છે. રોડ રસ્તા ના કામો સાવ નબળા થઈ રહિયા છે. પ્રજાના પરસેવાના પૈસા પાણીમાં જાય છે. એટલા માટે આવા બિન ભ્રષ્ટાચારી કાર્યકર્તા ને આગળ લાવો. અમરેલી જિલ્લામાં નમો એપ માં સોવ થી વધારે પોઇન્ટ અરવિંદભાઈ બી. યાદવ(એ. બી.યાદવ) ના છે. ૭૩ હજાર પોઇન્ટ સાથે અમરેલી જિલ્લામાં પ્રથમ છે. એટલા એક્ટિવ હોવા છતાં પાર્ટીના નેતાઓ એ અતિયારે ઝીરો કરી દીધા છે. આવા કાર્યકર્તા ને દિલ્હી સુધી લાવો અને પાર્ટીમાં થતો ભ્રષ્ટાચારને અટકાવો. જો ખાલી ભ્રષ્ટાચાર માટે ૩૦ વર્ષ નું બિન ભ્રષ્ટાચારી રાજકારણ મૂકી દેતા હોય તો જો મોકો મળે તો દેશ માટે શું નો કરી શકે એ વિચારી ને મારી નમ્ર અપીલ છે કે રાજ્ય સભા માં આવા નેતા ને મોકો આપવા વિનંતી છે એક યુવા તરીકે. બાકી થોડા જ વર્ષો માં ભાજપ પાર્ટી નું વર્ચસ્વ ભાજપ ના જ ભ્રષ્ટ નેતા ને લીધે ઓછું થતું જાશે. - અરવિંદ બી. યાદવ (એ.બી યાદવ) પૂર્વ શહેર ભાજપ મહામંત્રી જય હિન્દ જય ભારત જય જય ગરવી ગુજરાત આપનો યુવા મિત્ર લી. કુલદીપ અરવિંદભાઈ યાદવ
  • Keka Chatterjee March 04, 2023

    jai hind.jai Bharot
  • Jagmohan Sarao March 04, 2023

    great PM India modhi ji ki jai ho modi New india wellcome 🙏
  • Atul Kumar Mishra March 04, 2023

    नमो
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
In Mann Ki Baat, PM Stresses On Obesity, Urges People To Cut Oil Consumption

Media Coverage

In Mann Ki Baat, PM Stresses On Obesity, Urges People To Cut Oil Consumption
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାର 24, 2025
February 24, 2025

6 Years of PM Kisan Empowering Annadatas for Success

Citizens Appreciate PM Modi’s Effort to Ensure Viksit Bharat Driven by Technology, Innovation and Research