ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୯ ସେପ୍ଟେମ୍ବର 2023 ରେ ନୂଆଦିଲ୍ଲୀ ଠାରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଜାପାନର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଫୁମିଓ କିଶିଦାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ ।
ଏହି ବୈଠକରେ ନେତାମାନେ ନିଜ ନିଜ ଜି-୨୦ ଏବଂ ଜି-୭ ସଭାପତିତ୍ବ ପାଇଁ ପ୍ରାଥମିକତା ଉପରେ ବିଶେଷ କରି ଦକ୍ଷିଣ ବିଶ୍ବର ଚିନ୍ତା ଏବଂ ଆକାଂକ୍ଷାକୁ ସାମ୍ନାକୁ ଆଣିବାରେ ଗଠନମୂଳକ ଆଲୋଚନାକୁ ସ୍ୱୀକାର କରିଥିଲେ ।
ଭିତ୍ତିଭୂମି ବିକାଶ, ବୈଷୟିକ ସହଯୋଗ, ପୁଞ୍ଜିନିବେଶ ଏବଂ ଶକ୍ତି ସମେତ ଭାରତ-ଜାପାନ ଦ୍ୱିପାକ୍ଷିକ ଭାଗିଦାରୀର ବିଭିନ୍ନ ଦିଗ ଉପରେ ଉଭୟ ନେତା ଆଲୋଚନା କରିଥିଲେ।
ଉଭୟ ନେତା ଭାରତ-ଜାପାନ ସ୍ୱତନ୍ତ୍ର ରଣନୈତିକ ଏବଂ ବୈଶ୍ୱିକ ଭାଗିଦାରୀକୁ ଆହୁରି ଗଭୀର କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ ।
Held productive talks with PM @kishida230. We took stock of India-Japan bilateral ties and the ground covered during India's G20 Presidency and Japan's G7 Presidency. We are eager to enhance cooperation in connectivity, commerce and other sectors. pic.twitter.com/kSiGi4CBrj
— Narendra Modi (@narendramodi) September 9, 2023