Quoteଏଆଇ ଏହି ଶତାବ୍ଦୀରେ ମାନବିକତା ପାଇଁ କୋଡ୍ ଲେଖୁଛି: ପ୍ରଧାନମନ୍ତ୍ରୀ
Quoteଆମର ମିଳିତ ମୂଲ୍ୟବୋଧକୁ ବଜାୟ ରଖିବା, ବିପଦ ଦୂର କରିବା ଏବଂ ବିଶ୍ୱାସ ସୃଷ୍ଟି କରିବା ପାଇଁ ପ୍ରଶାସନ ଏବଂ ମାନକ ପ୍ରତିଷ୍ଠା ପାଇଁ ବିଶ୍ୱସ୍ତରରେ ସାମୂହିକ ପ୍ରୟାସ ଆବଶ୍ୟକ: ପ୍ରଧାନମନ୍ତ୍ରୀ
Quoteସ୍ୱାସ୍ଥ୍ୟ, ଶିକ୍ଷା, କୃଷି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଉନ୍ନତି ଆଣି ଲକ୍ଷ ଲକ୍ଷ ଜୀବନରେ ପରିବର୍ତ୍ତନ ଆଣିବାରେ ଏଆଇ ସହାୟକ ହୋଇପାରିବ: ପ୍ରଧାନମନ୍ତ୍ରୀ
Quoteଏକ ଏଆଇ ଭିତ୍ତିକ ଭବିଷ୍ୟତ ପାଇଁ ଆମକୁ ଲୋକଙ୍କୁ ଦକ୍ଷ କରିବା ଏବଂ ପୁନଃ କୁଶଳୀ କରିବା ପାଇଁ ନିବେଶ କରିବାର ଆବଶ୍ୟକତା ରହିଛି: ପ୍ରଧାନମନ୍ତ୍ରୀ
Quoteଜନସ୍ୱାର୍ଥ ପାଇଁ ଆମେ ଏଆଇ ଆପ୍ଲିକେସନ୍ ବିକଶିତ କରୁଛୁ: ପ୍ରଧାନମନ୍ତ୍ରୀ
Quoteଏଆଇ ଭବିଷ୍ୟତ ମଙ୍ଗଳକାରୀ ଏବଂ ସମସ୍ତଙ୍କ ପାଇଁ ବୋଲି ସୁନିଶ୍ଚିତ କରିବା ପାଇଁ ଭାରତ ଏହାର ଅଭିଜ୍ଞତା ଏବଂ ଦକ୍ଷତା ବାଣ୍ଟିବାକୁ ପ୍ରସ୍ତୁତ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ୟାରିସଠାରେ ଫ୍ରାନ୍ସ ର ରାଷ୍ଟ୍ରପତି ଶ୍ରୀ ଇମାନୁଏଲ ମାକ୍ରୋନଙ୍କ ସହ ଏଆଇ ଆକ୍ସନ ଶିଖର ସମ୍ମିଳନୀର ସହ-ଅଧ୍ୟକ୍ଷତା କରିଥିଲେ । ଫେବ୍ରୁଆରି ୬ରୁ ୭ ତାରିଖ ପର୍ଯ୍ୟନ୍ତ ବିଜ୍ଞାନ ଦିବସରୁ ଆରମ୍ଭ ହୋଇଥିବା ସପ୍ତାହବ୍ୟାପୀ ଏହି ସମ୍ମିଳନୀ ପରେ ଫେବ୍ରୁଆରି ୮ରୁ ୯ ତାରିଖ ପର୍ଯ୍ୟନ୍ତ ସାଂସ୍କୃତିକ ସପ୍ତାହ ସହ ଶେଷ ହୋଇଥିଲା। ବିଶ୍ୱସ୍ତରୀୟ ନେତା, ନୀତି ନିର୍ମାତା ଏବଂ ଶିଳ୍ପ ବିଶେଷଜ୍ଞଙ୍କ ଉପସ୍ଥିତିରେ ଏକ ଉଚ୍ଚସ୍ତରୀୟ ବିଭାଗରେ ଏହା ଶେଷ ହୋଇଥିଲା।

 

|

ଫେବ୍ରୁଆରି ୧୦ ତାରିଖରେ ଏଲିସି ପ୍ୟାଲେସରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ଦ୍ୱାରା ଆୟୋଜିତ ରାତ୍ରୀ ଭୋଜନରେ ରାଷ୍ଟ୍ରମୁଖ୍ୟ ଓ ସରକାର ମୁଖ୍ୟ, ଅନ୍ତର୍ଜାତୀୟ ସଂଗଠନର ନେତା, ପ୍ରମୁଖ ଏଆଇ କମ୍ପାନୀର ସିଇଓ ଏବଂ ଅନ୍ୟାନ୍ୟ ବିଶିଷ୍ଟ ଅଂଶଗ୍ରହଣକାରୀ ଏକାଠି ହୋଇଥିଲେ ।

 

|

ଆଜିର ପୂର୍ଣ୍ଣାଙ୍ଗ ଅଧିବେଶନରେ ରାଷ୍ଟ୍ରପତି ମାକ୍ରୋନ୍ ଶିଖର ସମ୍ମିଳନୀର ସହ-ଅଧ୍ୟକ୍ଷ ଭାବେ ଉଦଘାଟନୀ ଭାଷଣ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିଥିଲେ ଯେ ବିଶ୍ୱ ଏଆଇ ଯୁଗର ପ୍ରାରମ୍ଭରେ ଥିଲା, ଯେଉଁଠାରେ ଏହି ଟେକ୍ନୋଲୋଜି ଦ୍ରୁତ ଗତିରେ ମାନବିକତା ପାଇଁ ଏକ କୋଡ୍ ଲେଖୁଛି ଏବଂ ଆମ ରାଜନୀତି, ଅର୍ଥନୀତି, ନିରାପତ୍ତା ଏବଂ ସମାଜକୁ ନୂଆ ରୂପ ଦେଉଛି । ପ୍ରଭାବ ଦୃଷ୍ଟିରୁ ଏଆଇ ମାନବ ଇତିହାସରେ ଅନ୍ୟ ବୈଷୟିକ ସ୍ଥାନଠାରୁ ବହୁତ ଭିନ୍ନ ବୋଲି ଗୁରୁତ୍ବାରୋପ କରି ସେ ଶାସନ ଏବଂ ମାନକ ପ୍ରତିଷ୍ଠା ପାଇଁ ସାମୂହିକ ବିଶ୍ୱସ୍ତରୀୟ ପ୍ରୟାସ ପାଇଁ ଆହ୍ୱାନ ଦେଇଥିଲେ । ଯାହା ସମାନ ମୂଲ୍ୟବୋଧକୁ ବଜାୟ ରଖିଥାଏ, ବିପଦର ସମାଧାନ କରିଥାଏ ଏବଂ ବିଶ୍ୱାସ ସୃଷ୍ଟି କରିଥାଏ । ସେ ଆହୁରି ମଧ୍ୟ କହିଥିଲେ ଯେ ଶାସନ କେବଳ ବିପଦ ପରିଚାଳନା କରିବା ନୁହେଁ ବରଂ ଅଭିନବତାକୁ ପ୍ରୋତ୍ସାହିତ କରିବା ଏବଂ ଏହାକୁ ବିଶ୍ୱର ମଙ୍ଗଳ ପାଇଁ ନିୟୋଜିତ କରିବା ବିଷୟରେ ମଧ୍ୟ ଅଟେ । ଏହି ପରିପ୍ରେକ୍ଷୀରେ ସମସ୍ତଙ୍କ ପାଇଁ, ବିଶେଷକରି ଗ୍ଲୋବାଲ ସାଉଥ୍ ପାଇଁ ଏଆଇର ଉପଲବ୍ଧତା ସୁନିଶ୍ଚିତ କରିବାକୁ ସେ ପରାମର୍ଶ ଦେଇଥିଲେ। ବୈଷୟିକ ଜ୍ଞାନକୌଶଳ ଏବଂ ଏହାର ଲୋକାଭିମୁଖୀ ପ୍ରୟୋଗକୁ ଗଣତାନ୍ତ୍ରିକ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ। ଯାହାଦ୍ୱାରା ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଏକ ବାସ୍ତବତାରେ ପରିଣତ ହୋଇପାରିବ । ଅନ୍ତର୍ଜାତୀୟ ସୌର ମେଣ୍ଟ ଭଳି ପଦକ୍ଷେପ ମାଧ୍ୟମରେ ଭାରତ-ଫ୍ରାନ୍ସ ଭାଗିଦାରୀର ସଫଳତା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ମାର୍ଟ ଏବଂ ଦାୟିତ୍ୱପୂର୍ଣ୍ଣ ଭବିଷ୍ୟତ ପାଇଁ ଏକ ଅଭିନବ ଭାଗିଦାରୀ ଗଠନ ପାଇଁ ଦୁଇ ଦେଶ ହାତ ମିଳାଇବା ସ୍ୱାଭାବିକ ।

 

|

ମୁକ୍ତ ଏବଂ ସୁଲଭ ଜ୍ଞାନକୌଶଳ ଉପରେ ଆଧାରିତ ୧.୪ ବିଲିୟନ ନାଗରିକଙ୍କ ପାଇଁ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ନିର୍ମାଣ ରେ ଭାରତର ସଫଳତା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଭାରତର ଏଆଇ ଅଭିଯାନ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଏହାର ବିବିଧତାକୁ ଦୃଷ୍ଟିରେ ରଖି ଏଆଇ ପାଇଁ ନିଜର ବୃହତ ଭାଷା ମଡେଲ ନିର୍ମାଣ କରୁଛି । ଏଆଇର ଲାଭ ଯେପରି ସମସ୍ତଙ୍କ ପାଖରେ ପହଞ୍ଚିପାରିବ ତାହା ସୁନିଶ୍ଚିତ କରିବା ପାଇଁ ଭାରତ ଏହାର ଅଭିଜ୍ଞତା ବାଣ୍ଟିବାକୁ ପ୍ରସ୍ତୁତ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଆଗାମୀ ଏଆଇ ଶିଖର ସମ୍ମିଳନୀରେ ଭାରତ ଆୟୋଜନ କରିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସମ୍ପୂର୍ଣ୍ଣ ଅଭିଭାଷଣ ଏଠାରେ ମିଳିପାରିବ । [ Opening Address ; Concluding Address ]

ନେତାମାନଙ୍କ ବିବୃତ୍ତିକୁ ଗ୍ରହଣ କରିବା ସହ ଶିଖର ସମ୍ମିଳନୀ ଶେଷ ହୋଇଥିଲା। ଏହି ଶିଖର ସମ୍ମିଳନୀରେ ଅନ୍ତର୍ଭୁକ୍ତିକରଣ ସୁନିଶ୍ଚିତ କରିବା ପାଇଁ ଏଆଇ ଭିତ୍ତିଭୂମିର ଅଧିକ ଉପଲବ୍ଧତା, ଜନସ୍ୱାର୍ଥ ପାଇଁ ଏଆଇ, ଏଆଇର ଦାୟିତ୍ୱପୂର୍ଣ୍ଣ ବ୍ୟବହାର, ଏଆଇକୁ ଅଧିକ ବିବିଧ ଏବଂ ସ୍ଥାୟୀ କରିବା ଏବଂ ଏଆଇର ସୁରକ୍ଷିତ ଏବଂ ବିଶ୍ୱସନୀୟ ପରିଚାଳନା ସୁନିଶ୍ଚିତ କରିବା ଉପରେ ଆଲୋଚନା ହୋଇଥିଲା ।

 

  • Prasanth reddi March 21, 2025

    జై బీజేపీ జై మోడీజీ 🪷🪷🙏
  • Jitendra Kumar March 21, 2025

    🙏🇮🇳
  • ABHAY March 15, 2025

    नमो सदैव
  • Vivek Kumar March 08, 2025

    namo
  • கார்த்திக் March 03, 2025

    Jai Shree Ram🚩Jai Shree Ram🚩Jai Shree Ram🚩Jai Shree Ram🚩Jai Shree Ram🚩Jai Shree Ram🚩Jai Shree Ram🚩Jai Shree Ram🚩Jai Shree Ram🚩Jai Shree Ram🚩Jai Shree Ram🚩Jai Shree Ram🙏🏻
  • अमित प्रेमजी | Amit Premji March 03, 2025

    nice👍
  • Vivek Kumar Gupta February 28, 2025

    नमो ..🙏🙏🙏🙏🙏
  • khaniya lal sharma February 27, 2025

    🇮🇳♥️🇮🇳♥️🇮🇳
  • ram Sagar pandey February 26, 2025

    🌹🌹🙏🙏🌹🌹🌹🙏🏻🌹जय श्रीराम🙏💐🌹🌹🌹🙏🙏🌹🌹जय माँ विन्ध्यवासिनी👏🌹💐ॐनमः शिवाय 🙏🌹🙏जय कामतानाथ की 🙏🌹🙏जय श्रीकृष्णा राधे राधे 🌹🙏🏻🌹🌹🌹🙏🙏🌹🌹जय माता दी 🚩🙏🙏🌹🌹🙏🙏🌹🌹🌹🙏🏻🌹जय श्रीराम🙏💐🌹
  • கார்த்திக் February 23, 2025

    Jai Shree Ram 🚩Jai Shree Ram 🌼Jai Shree Ram 🚩Jai Shree Ram 🚩Jai Shree Ram 🚩Jai Shree Ram 🚩Jai Shree Ram 🚩Jai Shree Ram 🚩Jai Shree Ram 🚩Jai Shree Ram 🚩Jai Shree Ram 🚩Jai Shree Ram 🌼
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
India Doubles GDP In 10 Years, Outpacing Major Economies: IMF Data

Media Coverage

India Doubles GDP In 10 Years, Outpacing Major Economies: IMF Data
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 23, 2025
March 23, 2025

Appreciation for PM Modi’s Effort in Driving Progressive Reforms towards Viksit Bharat