ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୃଷି କ୍ଷେତ୍ର ଉପରେ କେନ୍ଦ୍ର ବଜେଟ ୨୦୨୨ର ସକାରାତ୍ମକ ପ୍ରଭାବ ଉପରେ ଏକ ୱେବିନାରକୁ ସମ୍ବୋଧିତ କରିଛନ୍ତି । କୃଷି କ୍ଷେତ୍ରକୁ ସୁଦୃଢ଼ କରିବା କ୍ଷେତ୍ରରେ ବଜେଟ କେଉଁ ମାର୍ଗରେ ଯୋଗଦାନ କରିପାରିବ ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ଏହି ୱେବିନାରରେ ‘ସ୍ମାର୍ଟ କୃଷି’ – କାର୍ଯ୍ୟକାରିତା ରଣନୀତି ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସମ୍ପୃକ୍ତ କେନ୍ଦ୍ର ମନ୍ତ୍ରୀ ଗଣ, ରାଜ୍ୟ ସରକାରଙ୍କ ପ୍ରତିନିଧି, ଉଦ୍ୟୋଗ ଜଗତ ପ୍ରତିନିଧି, ଶିକ୍ଷାବିତ ଏବଂ କୃଷକମାନେ ବିଭିନ୍ନ କୃଷି ବିଜ୍ଞାନ କେନ୍ଦ୍ର ଜରିଆରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
ପ୍ରାରମ୍ଭରେ, ପ୍ରଧାନମନ୍ତ୍ରୀ, ପିଏମ କିଷାନ ସମ୍ମାନ ନିଧି ଯୋଜନାର ତିନି ବର୍ଷ ପୂର୍ତ୍ତି ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ, ଦେଶର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଏହି ଯୋଜନା ଏକ ଦୃଢ଼ ସହାୟତା ପ୍ରଦାନ କରିଛି । ଏହି ଯୋଜନା ଅଧୀନରେ, ୧୧ କୋଟି ଚାଷୀଙ୍କୁ ୧.୭୫ ଲକ୍ଷ କୋଟି ଟଙ୍କା ଯୋଗାଇ ଦିଆସରିଥିବା ପ୍ରଧାନମନ୍ତ୍ରୀ କହିଥିଲେ । ବିହନ ଠାରୁ ବଜାର ପର୍ଯ୍ୟନ୍ତ ବ୍ୟାପିଥିବା ଅନେକ ନୂଆ ବ୍ୟବସ୍ଥା ଏବଂ କୃଷି କ୍ଷେତ୍ରରେ ପୁରୁଣା ବ୍ୟବସ୍ଥାରେ ଅଣାଯାଇଥିବା ସଂସ୍କାର ବିଷୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ‘‘ମାତ୍ର ୬ ବର୍ଷ ମଧ୍ୟରେ କୃଷି ବଜେଟ୍ ବହୁଗୁଣ ବୃଦ୍ଧି ପାଇଛି । ଗତ ସାତ ବର୍ଷ ମଧ୍ୟରେ ଚାଷୀଙ୍କ ପାଇଁ କୃଷି ଋଣ ପରିମାଣ ମଧ୍ୟ ଅଢ଼େଇ ଗୁଣ ବଢ଼ିଛି ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମହାମାରୀର ସଙ୍କଟପୂର୍ଣ୍ଣ ସମୟରେ, ଏକ ବିଶେଷ ଅଭିଯାନର ଅଂଶବିଶେଷ ଭାବେ ୩ କୋଟି ଚାଷୀମାନଙ୍କୁ କିଷାନ କ୍ରେଡିଟ୍ କାର୍ଡ (କେସିସି) ଯୋଗାଇ ଦିଆଯାଇଛି । କିସାନ କ୍ରେଡିଟ୍ କାର୍ଡର ଲାଭ ଏବେ ପଶୁ ପାଳନ ଏବଂ ମତ୍ସ୍ୟଚାଷ କ୍ଷେତ୍ର ସହ ସମ୍ପୃକ୍ତ ରହିଥିବା ଚାଷୀମାନଙ୍କୁ ମଧ୍ୟ ମିଳିପାରୁଛି। କ୍ଷୁଦ୍ର ଜଳସେଚନ ନେଟୱର୍କ ମଧ୍ୟ ସୁଦୃଢ଼ କରାଯାଇଛି ଯାହାକି କ୍ଷୁଦ୍ର ଚାଷୀମାନଙ୍କୁ ବ୍ୟାପକ ଭାବେ ସହାୟତା ପ୍ରଦାନ କରିଥିବା ସେ କହିଛନ୍ତି ।
ସେ କହିଥିଲେ ଯେ, ଏହିସବୁ ପ୍ରୟାସ କାରଣରୁ ଚାଷୀମାନେ ରେକର୍ଡ ଫସଲ ଉତ୍ପାଦନ କରିବାରେ ସଫଳ ହୋଇଛନ୍ତି । ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଜରିଆରେ କ୍ରୟ ମଧ୍ୟ ନୂଆ ରେକର୍ଡ ଅତିକ୍ରମ କରିଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏବେ ଜୈବିକ କୃଷିକୁ ପ୍ରୋତ୍ସାହନ ଦିଆଯାଉଛି । ଫଳରେ ଜୈବିକ କୃଷିଜାତ ଉତ୍ପାଦ କାରବାର ୧୧ ହଜାର କୋଟି ଟଙ୍କାରେ ପହଞ୍ଚିଛି । ଜୈବିକ କୃଷି ଉତ୍ପାଦ ରପ୍ତାନି ପରିମାଣ ୭ହଜାର କୋଟି ଟଙ୍କାରେ ପହଞ୍ଚିଛି ଯାହାକି ୬ ବର୍ଷ ପୂର୍ବରୁ ୨୦୦୦ କୋଟି ଟଙ୍କା ଥିଲା।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସାତଟି ମାର୍ଗରେ କୃଷି କ୍ଷେତ୍ରକୁ ଆଧୁନିକ ଏବଂ ସ୍ମାର୍ଟ କରିବା ଲାଗି ବଜେଟରେ ପ୍ରସ୍ତାବ ରହିଛି । ପ୍ରଥମତଃ, ଗଙ୍ଗା ନଦୀର ଉଭୟ ତଟରେ ୫ କିଲୋମିଟର ପରିଧି ମଧ୍ୟରେ ପ୍ରାକୃତିକ କୃଷିକୁ ମିଶନ ମୋଡରେ କାର୍ଯ୍ୟକାରୀ କରିବା ଲାଗି ଲକ୍ଷ୍ୟ ରଖାଯାଇଛି । ଦ୍ୱିତୀୟତଃ, କୃଷକମାନଙ୍କ ପାଇଁ କୃଷି ଏବଂ ଉଦ୍ୟାନ କୃଷିରେ ଆଧୁନିକ ଜ୍ଞାନକୌଶଳ ଉପଲବ୍ଧ ହେବ। ତୃତୀୟତଃ ଖାଇବା ତେଲ ଆମଦାନୀ ଉପରେ ନିର୍ଭରଶୀଳତା ହାସଲ କରିବା ଲାଗି ମିଶନ ଅଏଲ ପାମ୍କୁ ସୁଦୃଢ଼ କରିବା ଉପରେ ଜୋର ଦିଆଯାଇଛି । ଚତୁର୍ଥତଃ, କୃଷିଜାତ ଉତ୍ପାଦ ପରିବହନ ଲାଗି ପିଏମ ଗତିଶକ୍ତି ମାଷ୍ଟର ପ୍ଲାନ୍ ଜରିଆରେ ନୂଆ ଲଜିଷ୍ଟିକ୍ସ ବ୍ୟବସ୍ଥା କରାଯିବ । ଏହି ବଜେଟରେ ଥିବା ପଞ୍ଚମ ସମାଧାନ ହେଉଛି କୃଷିଜାତ ବର୍ଜ୍ୟବସ୍ତୁର ଉନ୍ନତ ପରିଚାଳନା ଏବଂ ବର୍ଜ୍ୟବସ୍ତୁରୁ ଇନ୍ଧନ ଉତ୍ପାଦନ ସମାଧାନ ଜରିଆରେ ଚାଷୀଙ୍କ ଆୟ ବୃଦ୍ଧି। ଷଷ୍ଠରେ, ଦେଢ଼ ଲକ୍ଷ ପୋଷ୍ଟ ଅଫିସ ନିୟମିତ ବ୍ୟାଙ୍କ ସେବା ଯୋଗାଇ ଦେବେ ଯାହାଫଳରେ ଚାଷୀମାନେ ସମସ୍ୟାରେ ପଡ଼ିବେ ନାହିଁ । ସପ୍ତମରେ, କୃଷି ଗବେଷଣା ଏବଂ ଶିକ୍ଷା ପାଠ୍ୟକ୍ରମକୁ ଆଧୁନିକ ସମୟର ଚାହିଦା ଆଧାରରେ ପରିବର୍ତ୍ତନ କରାଯିବ । ଏଥିରେ କୌଶଳ ବିକାଶ ଏବଂ ମାନବ ସମ୍ବଳ ବିକାଶ ଉପରେ ଗୁରୁତ୍ୱାରୋପ କରାଯାଇଛି ।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ୨୦୨୩କୁ ଅନ୍ତର୍ଜାତୀୟ ମୋଟାଶସ୍ୟ (ମିଲେଟ୍) ବର୍ଷ ଭାବେ ମାନ୍ୟତା ଦିଆଯାଇଛି । ଭାରତୀୟ ମୋଟା ଶସ୍ୟର ବ୍ରାଣ୍ଡିଂ ଏବଂ ପ୍ରୋତ୍ସାହନ ପାଇଁ କର୍ପୋରେଟ୍ ଜଗତ ଆଗେଇ ଆସିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ । ଭାରତୀୟ ମୋଟା ଶସ୍ୟର ଗୁଣବତ୍ତା ଓ ଲାଭକୁ ଲୋକପ୍ରିୟ କରିବା ଲାଗି ସେମିନାର ଓ ଅନ୍ୟ ପ୍ରୋତ୍ସାହନ କାର୍ଯ୍ୟକଳାପ ଆୟୋଜନ କରିବା ଲାଗି ସେ ମଧ୍ୟ ପ୍ରମୁଖ ଭାରତୀୟ ମିଶନମାନଙ୍କୁ ଅନୁରୋଧ କରିଥିଲେ । ପରିବେଶ ଅନୁକୂଳ ଜୀବନଶୈଳୀ ପାଇଁ ସଚେତନତା ବଢ଼ାଇବା ଏବଂ ପ୍ରାକୃତିକ ଓ ଜୈବିକ ଉତ୍ପାଦ ପାଇଁ ବଜାର ସୃଷ୍ଟି କରିବା ଲାଗି ମଧ୍ୟ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ଜୈବିକ କୃଷିର ପ୍ରୋତ୍ସାହନ ପାଇଁ ଗୋଟିଏ ଲେଖାଏଁ ଗ୍ରାମକୁ ପୋଷ୍ୟ ଭାବେ ଗ୍ରହଣ କରି ପ୍ରାକୃତିକ କୃଷି ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ପ୍ରଧାନମନ୍ତ୍ରୀ କୃଷି ବିଜ୍ଞାନ କେନ୍ଦ୍ରମାନଙ୍କୁ କହିଥିଲେ ।
ଭାରତରେ ମୃତ୍ତିକା ପରୀକ୍ଷଣ ସଂସ୍କୃତି ବଢ଼ାଇବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ମୋଦୀ ଜୋର ଦେଇଥିଲେ । ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଉପରେ ସରକାର ଗୁରୁତ୍ୱାରୋପ କରୁଥିବା ବିଷୟରେ ଉଲ୍ଲେଖ କରି ସେ କହିଥିଲେ ଯେ ନିୟମିତ ମୃତ୍ତିକା ପରୀକ୍ଷାର ପ୍ରଚଳନ ପାଇଁ ବ୍ୟବସ୍ଥା କରିବା ନିମନ୍ତେ ଷ୍ଟାର୍ଟଅପମାନେ ଆଗେଇ ଆସିବା ଦରକାର ।
ଜଳସେଚନ କ୍ଷେତ୍ରରେ ଅଭିନବ ଉପାୟ ଅବଲମ୍ବନ କରାଯିବା ଉପରେ ଜୋର ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ‘ପ୍ରତି ବୁନ୍ଦା, ଅଧିକ ଫସଲ’ (ପର ଡ୍ରପ୍, ମୋର୍ କ୍ରପ୍) ପ୍ରତି ଧ୍ୟାନ ଦେଉଛନ୍ତି । ସେ କହିଥିଲେ ଯେ, କର୍ପୋରେଟ୍ ଜଗତ ପାଇଁ ମଧ୍ୟ ଏହି କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଛି । ବୁନ୍ଦେଲଖଣ୍ଡ ଅଞ୍ଚଳରେ କେନ୍-ବେତୱା ପରିଯୋଜନା ପ୍ରକଳ୍ପ କିଭଳି ପରିବର୍ତ୍ତନ ଆଣିପାରିବ ସେ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ । ଅସମ୍ପୂର୍ଣ୍ଣ ହୋଇ ପଡ଼ି ରହିଥିବା ଜଳସେଚନ ପ୍ରକଳ୍ପଗୁଡ଼ିକୁ ଦ୍ରୁତ ଗତିରେ ସମ୍ପୂର୍ଣ୍ଣ କରାଯିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ମୋଦୀ ଦୋହରାଇଥିଲେ।
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (କୃତ୍ରିମ ବୁଦ୍ଧିମତା) ଏକବିଂଶ ଶତାବ୍ଦୀରେ କୃଷି ଏବଂ ଚାଷ ସଂକ୍ରାନ୍ତ ଧାରାକୁ ସମ୍ପୂର୍ଣ୍ଣ ବଦଳାଇ ଦେବ ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ। କୃଷି କ୍ଷେତ୍ରରେ ଡ୍ରୋନ ଜ୍ଞାନକୌଶଳର ବର୍ଦ୍ଧିତ ଉପଯୋଗ ଏହି ପରିବର୍ତ୍ତନର ଏକ ଅଂଶବିଶେଷ। ଆମେ କୃଷି କ୍ଷେତ୍ରରେ ଷ୍ଟାର୍ଟଅପମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଲେ ବ୍ୟାପକ ମାତ୍ରାରେ ଡ୍ରୋନ ପ୍ରଯୁକ୍ତି ଉପଲବ୍ଧ ହୋଇପାରିବ। ବିଗତ ୩-୪ବର୍ଷ ମଧ୍ୟରେ ଦେଶରେ ୭୦୦ରୁ ଅଧିକ କୃଷି ଷ୍ଟାର୍ଟଅପ୍ ପ୍ରତିଷ୍ଠା ହୋଇଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।
ଫସଲ ଅମଳ ପରବର୍ତ୍ତୀ ପରିଚାଳନା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଖାଦ୍ୟ ପ୍ରକ୍ରିୟାକରଣର ପରିସର ବଢ଼ାଇବା ଏବଂ ଗୁଣବତ୍ତା କ୍ଷେତ୍ରରେ ଅନ୍ତର୍ଜାତୀୟ ମାନକ ସୁନିଶ୍ଚିତ କରିବା ପାଇଁ ଚେଷ୍ଟା କରି ଆସୁଛନ୍ତି। ଏ କ୍ଷେତ୍ରରେ, କିଷାନ ସମ୍ପଦା ଯୋଜନା ସହିତ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନା ବିଶେଷ ଗୁରୁତ୍ୱପୂର୍ଣ୍ଣ । ଏ କ୍ଷେତ୍ରରେ ମୂଲ୍ୟ ଶୃଙ୍ଖଳା ମଧ୍ୟ ଏକ ବଡ଼ ଭୂମିକା ନିର୍ବାହ କରିଥାଏ। ସେଥିପାଇଁ ୧ ଲକ୍ଷ କୋଟି ଟଙ୍କାର ଏକ ବିଶେଷ କୃଷି ଭିତ୍ତିଭୂମି ପାଣ୍ଠି ତିଆରି କରାଯାଇଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ।
ପ୍ରଧାନମନ୍ତ୍ରୀ ଫସଲ ଅବଶେଷ (ପାରାଲି)ର ସୁପରିଚାଳନା ଉପରେ ଜୋର ଦେଇଥିଲେ । ‘‘ଏଥିପାଇଁ, ଏହି ବଜେଟରେ କେତେକ ନୂଆ ବ୍ୟବସ୍ଥା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି କାରଣରୁ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇବ ଏବଂ ଚାଷୀମାନଙ୍କର ଆୟ ମଧ୍ୟ ବୃଦ୍ଧି ପାଇବ ବୋଲି ସେ କହିଥିଲେ। ପ୍ୟାକେଜିଂ ପାଇଁ କୃଷି ବର୍ଜ୍ୟବସ୍ତୁର ଉପଯୋଗ କରିବା ଲାଗି ବିଭିନ୍ନ ମାର୍ଗ ସନ୍ଧାନ କରିବା ଲାଗି ସେ ପରାମର୍ଶ ଦେଇଥିଲେ।
ପ୍ରଧାନମନ୍ତ୍ରୀ ମଧ୍ୟ ଇଥାନଲ କ୍ଷେତ୍ରରେ ରହିଥିବା ସମ୍ଭାବନା ଉପରେ ଆଲୋକପାତ କରିଥିଲେ, ଯେଉଁଠି ସରକାର ୨୦ ପ୍ରତିଶତ ମିଶ୍ରଣ ଦିଗରେ ଆଗକୁ ବଢ଼ୁଛନ୍ତି । ସେ ସୂଚନା ଦେଇଥିଲେ ଯେ ଏହି ମିଶ୍ରଣ ୨୦୧୪ରେ ମାତ୍ର ୧-୨ ପ୍ରତିଶତ ତୁଳନାରେ ବର୍ତ୍ତମାନ ୮ ପ୍ରତିଶତକୁ ବୃଦ୍ଧି ପାଇଛି ।
ସମବାୟ କ୍ଷେତ୍ରର ଭୂମିକା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ଭାରତର ସମବାୟ କ୍ଷେତ୍ର ଅତ୍ୟନ୍ତ ସକ୍ରିୟ । ତାହା ଚିନି କଳ ହେଉ କିମ୍ବା ସାର କାରଖାନା, ଦୁଗ୍ଧଜାତ ଦ୍ରବ୍ୟ ଉତ୍ପାଦନ ହେଉ କିମ୍ବା ଋଣ ବ୍ୟବସ୍ଥା, ପୁଣି ଖାଦ୍ୟଶସ୍ୟ କ୍ରୟ, ପ୍ରତ୍ୟେକ କ୍ଷେତ୍ରରେ ସମୟ କ୍ଷେତ୍ରର ବ୍ୟାପକ ଗ୍ରହଣ ରହିଛି । ଆମ ସରକାର ଏହି କ୍ଷେତ୍ର ପାଇଁ ଏକ ନୂତନ ମନ୍ତ୍ରଣାଳୟ ଗଠନ କରିଛନ୍ତି । ସମବାୟ ସଂସ୍ଥାଗୁଡ଼ିକୁ କିପରି ଏକ ସଫଳ ବ୍ୟବସାୟିକ ଉଦ୍ୟମରେ ପରିଣତ କରାଯାଇ ପାରିବ ଆପଣମାନେ ସେହି ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରିବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
3 साल पहले आज के ही दिन पीएम किसान सम्मान निधि की शुरुआत की गई थी।
— PMO India (@PMOIndia) February 24, 2022
ये योजना आज देश के छोटे किसानों का बहुत बड़ा संबल बनी है।
इसके तहत देश के 11 करोड़ किसानों को लगभग पौने 2 लाख करोड़ रुपए दिए जा चुके हैं: PM @narendramodi
बीते 7 सालों में हमने बीज से बाज़ार तक ऐसी ही अनेक नई व्यवस्थाएं तैयार की हैं, पुरानी व्यवस्थाओं में सुधार किया है।
— PMO India (@PMOIndia) February 24, 2022
सिर्फ 6 सालों में कृषि बजट कई गुणा बढ़ा है।
किसानों के लिए कृषि लोन में भी 7 सालों में ढाई गुणा की बढ़ोतरी की गई है: PM @narendramodi
सातवां ये कि एग्री रिसर्च और एजुकेशन से जुड़े सिलेबस में skill development, human resource development में आज के आधुनिक समय के अनुसार बदलाव किया जाएगा: PM @narendramodi
— PMO India (@PMOIndia) February 24, 2022
बजट में पांचवां समाधान दिया गया है कि एग्री-वेस्ट मेनेजमेंट को अधिक organize किया जाएगा, वेस्ट टू एनर्जी के उपायों से किसानों की आय बढ़ाई जाएगी।
— PMO India (@PMOIndia) February 24, 2022
छठा सॉल्यूशन है कि देश के डेढ़ लाख से भी ज्यादा पोस्ट ऑफिस में रेगुलर बैंकों जैसी सुविधाएं मिलेंगी, ताकि किसानों को परेशानी ना हो: PM
बजट में कृषि को आधुनिक और स्मार्ट बनाने के लिए मुख्य रूप से सात रास्ते सुझाए गए हैं।
— PMO India (@PMOIndia) February 24, 2022
पहला- गंगा के दोनों किनारों पर 5 कि.मी. के दायरे में नेचुरल फार्मिंग को मिशन मोड पर कराने का लक्ष्य है।
दूसरा- एग्रीकल्चर और हॉर्टीकल्चर में आधुनिक टेक्नॉलॉजी किसानों को उपलब्ध कराई जाएगी: PM
साल 2023 International Year of Millets है। इसमें भी हमारा कॉरपोरेट जगत आगे आए, भारत के Millets की ब्रैंडिंग करे, प्रचार करे।
— PMO India (@PMOIndia) February 24, 2022
हमारे दूसरे देशों में जो बड़े मिशन्स हैं वो भी अपने देशों में बड़े-बड़े सेमीनार करे, वहां के लोगों को जागरूक करे कि भारत के Millets कितने उत्तम है: PM
Per Drop More Crop पर सरकार का बहुत जोर है और ये समय की मांग भी है। इसमें भी व्यापार जगत के लिए बहुत संभावनाएं हैं।
— PMO India (@PMOIndia) February 24, 2022
केन-बेतवा लिंक परियोजना से बुंदेलखंड में क्या परिवर्तन आएंगे, ये आप सभी भलीभांति जानते हैं: PM @narendramodi
आर्टिफिशियल इंटेलीजेंस 21वीं सदी में खेती और खेती से जुड़े ट्रेड को बिल्कुल बदलने वाली है।
— PMO India (@PMOIndia) February 24, 2022
किसान ड्रोन्स का देश की खेती में अधिक से अधिक उपयोग, इसी बदलाव का हिस्सा है।
ड्रोन टेक्नॉलॉजी, एक स्केल पर तभी उपलब्ध हो पाएगी, जब हम एग्री स्टार्टअप्स को प्रमोट करेंगे: PM
Agri-Residue जिसे पराली भी कहते हैं, उसका Management किया जाना भी उतना ही जरूरी है।
— PMO India (@PMOIndia) February 24, 2022
इसके लिए इस बजट में कुछ नए उपाय किए गए हैं, जिससे कार्बन एमीशन भी कम होगा और किसानों को इनकम भी होगी: PM @narendramodi
भारत का कॉपरेटिव सेक्टर काफी vibrant है।
— PMO India (@PMOIndia) February 24, 2022
चाहे वो चीनी मिलें हों, खाद कारखाने हों, डेयरी हो, ऋण की व्यवस्था हो, अनाज की खरीद हो, कॉपरेटिव सेक्टर की भागीदारी बहुत बड़ी है।
हमारी सरकार ने इससे जुड़ा नया मंत्रालय भी बनाया है: PM @narendramodi