ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ରାମୀଣ ବିକାଶରେ କେନ୍ଦ୍ରୀୟ ବଜେଟର ସକାରାତ୍ମକ ପ୍ରଭାବ ସମ୍ପର୍କୀତ ୱେବିନାରରେ ଅଭିଭାଷଣ ପ୍ରଦାନ କରିଛନ୍ତି । ଧାରାବାହିକ ଭାବେ ଏହା ହେଉଛି ଦ୍ୱିତୀୟ ୱେବିନାର । ସମ୍ପୃକ୍ତ କେନ୍ଦ୍ରମନ୍ତ୍ରୀ, ରାଜ୍ୟ ସରକାରଙ୍କ ପ୍ରତିନିଧି ଓ ଅନ୍ୟାନ୍ୟ ତୃତୀୟ ପକ୍ଷ ଅଂଶୀଦାରମାନେ ଏହି ଅବସରରେ ଉପସ୍ଥିତ ଥିଲେ ।
ପ୍ରଧାନମନ୍ତ୍ରୀ ସରକାରଙ୍କ ପ୍ରତ୍ୟେକ କାର୍ଯ୍ୟ ଓ ନୀତି ପଛରେ ସବ୍କା ସାଥ, ସବକା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ମନ୍ତ୍ରର ଉତ୍ସାହ ଅଛି ବୋଲି କହି ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ । ପ୍ରତ୍ୟେକ ବ୍ୟକ୍ତିର ଉଦ୍ୟମ ଯୋଗୁଁ ପ୍ରତ୍ୟେକ ଶ୍ରେଣୀ ଓ ଅଞ୍ଚଳ ବିକାଶର ସମ୍ପୂର୍ଣ୍ଣ ଲାଭ ପାଇଲେ ଯାଇ ଆମର ଆଜାଦୀ କା ଅମ୍ରିତ କାଳର ଶପଥ ସମ୍ପୂର୍ଣ୍ଣ ହେବ” ବୋଲି ଶ୍ରୀ ମୋଦୀ ଗୁରୁତ୍ୱ ଆରୋପ କରି କହିଥିଲେ ।
ସେ କହିଥିଲେ ଯେ ସରକାରଙ୍କ ବିକାଶମୂଳକ ଯୋଜନାରେ ସୁଫଳ ଓ ମୌଳିକ ସୁବିଧା ସୁଯୋଗ କିପରି ଶତପ୍ରତିଶତ ଜନସାଧାରଣଙ୍କ ନିକଟରେ ପହଞ୍ଚିବ ଓ ସମ୍ପୂର୍ଣ୍ଣ ବିକାଶ ସାଧିତ ହେବ ଏହାର ସ୍ପଷ୍ଟ ଚିତ୍ର ବଜେଟ୍ରେ ନିହିତ ବୋଲି ସେ କହିଥିଲେ । “ବଜେଟ୍ରେ ପିଏମ ଆବାସ ଯୋଜନା, ଗ୍ରାମୀଣ ସଡକ ଯୋଜନା, ଜଳ ଜୀବନ ମିଶନ, ଉତ୍ତର-ପୂର୍ବାଞ୍ଚଳ ସଂଯୋଗୀକରଣ, ଗ୍ରାମାଞ୍ଚଳରେ ବ୍ରଡବ୍ୟାଣ୍ଡ ଭଳି ଆବଶ୍ୟକ ଯୋଜନାରେ ବଜେଟରେ ବ୍ୟୟବରାଦ ହୋଇଛି” ବୋଲି ସେ କହିଥିଲେ ।” ସେହିପରି ସୀମାବର୍ତ୍ତୀ ଗ୍ରାମାଞ୍ଚଳ ନିମନ୍ତେ ବଜେଟ୍ରେ ଘୋଷିତ ଚଳଚଂଚଳ ଗ୍ରାମୀଣ କାର୍ଯ୍ୟକ୍ରମ ମଧ୍ୟ ଖୁବ୍ ଗୁରୁତ୍ୱପୂର୍ଣ୍ଣ” ବୋଲି ସେ କହିଥିଲେ ।
ଉତ୍ତର ପୂର୍ବାଞ୍ଚଳ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ବିକାଶ ପଦକ୍ଷେପ ((PM-Dev INE))ଯୋଗୁଁ ଉତ୍ତରପୂର୍ବାଂଚଳରେ ମୌଳିକ ଆବଶ୍ୟକତା ପହଞ୍ଚାଇବାକୁ ସୁନିଶ୍ଚିତ କରାଯିବ ବୋଲି ସେ କହିଥିଲେ । ସ୍ୱାମୀତ୍ୱ ଯୋଜନା ଗ୍ରାମାଞ୍ଚଳରେ ଘରବାଡି, ଜମିଜମାର ଯଥାର୍ଥ ବିଭାଜନ ପ୍ରକ୍ରିୟା ସୁଗମ କରିବା ଯୋଗୁଁ ୪୦ଲକ୍ଷ ସମ୍ପତ୍ତି କାର୍ଡ ଜାରି କରାଯାଇଛି । ଏକ ଜମି ଚିହ୍ନଟୀକରଣ ପିନ୍ ଫଳରେ ଗ୍ରାମବାସୀଙ୍କୁ ରାଜସ୍ୱ କର୍ମଚାରୀଙ୍କ ଉପରେ ନିର୍ଭରଶୀଳତା ହ୍ରାସ ପାଇବ । ଜମିଜମା କାଗଜପତ୍ର ଓ ମାପଚୁପ ଅତ୍ୟାଧୁନିକ ପ୍ରଯୁକ୍ତିଜଜ୍ଞାନ ଦ୍ୱାରା କରାଇବାକୁ ସେ ରାଜ୍ୟଗୁଡିକୁ ପରାମର୍ଶ ଦେଇଥିଲେ । “ବିଭିନ୍ନ ଯୋଜନାର ଶତପ ପ୍ରତିଶତ ସଫଳତା ନିମନ୍ତେ ଆମକୁ ନୂତନ ପ୍ରଯୁ୍କ୍ତିଜ୍ଞାନ ଉପରେ ଦୃଷ୍ଟି ଦେବାକୁ ହେବ ଯାହାଫଳରେ ପ୍ରକଳ୍ପଗୁଡିକ ଶୀଘ୍ର ଶେଷ ହେବା ସହ ଗୁଣାତ୍ମକ ମାନରେ ମଧ୍ୟ କୌଣସି ସାଲିସ କରାଯିବ ନାହିଁ ବୋଲି ସେ କହିଥିଲେ ।
ଜଳଜୀବନ ମିଶନ ଅଧୀନରେ ଚାରି କୋଟି ଜଳ ସଂଯୋଗ ଦେବା ପାଇଁ ଉଦ୍ୟମ ଜୋ ଦାର କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ପ୍ରସ୍ତାବିତ ଜଳ ଯୋଗାଣ ବ୍ୟବସ୍ଥାରେ ଯେପରି ପାଇପ ଓ ଜଳର ଗୁଣାତ୍ମକ ମାନ ଭଲ ରହେ ତାହା ସୁନିଶ୍ଚିତ କରିବାକୁ ସେ ପ୍ରତ୍ୟେକ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ।” ଏହି ଯୋଜନାର ପ୍ରମୁଖ ବୈଶିଷ୍ଟ୍ୟ ହେଉଛି ଗ୍ରାମୀଣସ୍ତରରେ ଏକ ମାଲିକାନା ଜ୍ଞାନ ପ୍ରସାର କରି ଜଳଯୋଗାଣ ପ୍ରଶାସନିକ ବ୍ୟବସ୍ଥାକୁ ସଶକ୍ତ କରିବା । ଏହାକୁ ନଜର ରଖି ଆମେ ୨୦୨୪ ସୁଦ୍ଧା ଦେଶର ପ୍ରତ୍ୟେକ ପରିବାରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇପାରିବ ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗ୍ରାମୀଣ ଡିଜିଟାଲ ସଂଯୋଗ ଆଉ କେବଳ ମାତ୍ର ଏକ ଆକାଂକ୍ଷା ହୋଇ ରହିନାହିଁ, ଏହା ଆବଶ୍ୟକତା ହୋଇଯାଇଛି । “ବ୍ରଡବ୍ୟାଣ୍ଡ କେବଳ ଗ୍ରାମକୁ ସୁବିଧା ସୁଯୋଗ ଦେବ ନାହିଁ, ବରଂ ଗ୍ରାମାଞ୍ଚଳରେ ଏକ ବିଶାଳ କୁଶଳୀ ଯୁଗଗୋଷ୍ଠୀ ସୃଷ୍ଟିରେ ସହାୟକ ହେବ’ ବୋଲି ସେ କହିଥିଲେ । ଦେଶରେ ସେବା କ୍ଷେତ୍ରରେ ସାମର୍ଥ୍ୟ ବୃଦ୍ଧି କରିବାରେ ବ୍ରଡବ୍ୟାଣ୍ଡ ସହାୟକ ହେବ । ଯେଉଁ ସ୍ଥାନରେ କାର୍ଯ୍ୟ ସମ୍ପନ୍ନ ହୋଇଛି ସେସବୁ ସ୍ଥାନରେ ବ୍ରଡବ୍ୟାଣ୍ଡ ସାମର୍ଥ୍ୟର ଯଥାର୍ଥ ଉପଯୋଗ ଉପରେ ସଚେତନତା ସୃଷ୍ଟି ପାଇଁ ସେ ଗୁରୁତ୍ୱା ଆରୋପ କରିଥିଲେ ।
ପ୍ରଧାନମନ୍ତ୍ରୀ ମହିଳା ଶକ୍ତି ଓ ଗ୍ରାମ୍ୟ ଅର୍ଥନୈତିକ ମୂଳପିଣ୍ଡ ବୋଲି କହିଥିଲେ । “ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଯୋଗୁଁ ପରିବାରର ଆର୍ଥିକ ନିଷ୍ପତ୍ତିରେ ମହିଳାଙ୍କ ଅଂଶଗ୍ରହଣ ସୁନିଶ୍ଚିତ ହୋଇପାରିଛି । ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଏହି ସହଯୋଗ ବୃଦ୍ଧି କରିବାକୁ ହେବ” ବୋଲି ସେ ଗୁରୁତ୍ୱ ଆରୋପ କରିଥିଲେ ।
ଶେଷରେ ପ୍ରଧାନମନ୍ତ୍ରୀ ନିଜସ୍ୱ ଅଭିଜ୍ଞତାରୁ ଗ୍ରାମୀଣ ବିକାଶ ଦିଗରେ ଅନେକ ପ୍ରସ୍ତାବମାନ ଦେଇଥିଲେ । ଗ୍ରାମାଞ୍ଚଳ ସମସ୍ୟା ନେଇ ସଂଶ୍ଳିଷ୍ଟ ସମସ୍ତ ସଂସ୍ଥା ଏକାଠି ବସି ସମାଧାନ ପନ୍ଥା ବାହାର କରିବାକୁ ସେ ପରାମର୍ଶ ଦେଇଥିଲେ । “ଅର୍ଥର ଉପଲବ୍ଧତା ଠାରୁ ସମନ୍ୱୟ ଆଭାବ ଏହାର ସବୁଠାରୁ ବଡ ସମସ୍ୟା” ବୋଲି କହିଥିଲେ। ସୀମାନ୍ତ ଅଞ୍ଚଳରେ ଅଭିନବ ଉପାୟରେ ଅବସରପ୍ରାପ୍ତ ସରକାରୀ ଅଧିକାରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତାର ବିଭିନ୍ନ ପ୍ରସ୍ତାବ ସେ ଦେଇଥିଲେ । ଗ୍ରାମର ଜନ୍ମଦିନ ପାଳନ କରି ଗ୍ରାମ ସମସ୍ୟାଗୁଡିକ ସମାଧାନ ପାଇଁ ସେହିଦିନ ପ୍ରସ୍ତାବ ବା ପଦକ୍ଷେପ ନେଇ ଗ୍ରାମାବାସୀ ମଧ୍ୟରେ ନିଜ ଗ୍ରାମ ସହ ଏକାତ୍ମକ ଭାବ ବଢିବା ସହ ଏହା ଗ୍ରାମ୍ୟ ଜୀବନକୁ ମଧ୍ୟ ସମୃଦ୍ଧ କରିବ । କୃଷି ବିଜ୍ଞାନ କେନ୍ଦ୍ରଗୁଡିକ ଦ୍ୱାରା କୃଷକ ଗୋଷ୍ଠୀକୁ ଜୈବିକ କୃଷି ପାଇଁ ପ୍ରୋତ୍ସାହିତ କରିବା ତଥା ପୁଷ୍ଟିହୀନତା ସମସ୍ୟା ସମାଧାନ ଓ ଶିକ୍ଷାନୁଷ୍ଠାନରୁ ଅଧା ପାଠ ଛାଡୁଥିବା ବିଦ୍ୟାର୍ଥୀମାନଙ୍କ ସମସ୍ୟାର ସମାଧାନ ଦ୍ୱାରା ଗ୍ରାମାଞ୍ଚଳ ବିକାଶ ସାଥିତ ହୋଇପାରିବ ବୋଲି ସେ କହିଥିଲେ।
सबका साथ, सबका विकास, सबका विश्वास और सबका प्रयास हमारी सरकार की पॉलिसी और एक्शन का प्रेरणा सूत्र है: PM @narendramodi
— PMO India (@PMOIndia) February 23, 2022
इस बजट में सरकार द्वारा, सैचुरेशन के इस बड़े लक्ष्य को हासिल करने के लिए एक स्पष्ट रोडमैप दिया गया है।
— PMO India (@PMOIndia) February 23, 2022
बजट में पीएम आवास योजना,
ग्रामीण सड़क योजना,
जल जीवन मिशन,
नॉर्थ ईस्ट की कनेक्टिविटी,
गांवों की ब्रॉडबैंड कनेक्टिविटी,
ऐसी हर योजना के लिए जरूरी प्रावधान किया गया है: PM
बजट में जो वाइब्रेंट विलेज प्रोग्राम घोषित किया गया है, वो हमारे सीमावर्ती गांवों के विकास के लिए बहुत अहम है: PM @narendramodi
— PMO India (@PMOIndia) February 23, 2022
जल जीवन मिशन के तहत लगभग 4 करोड़ कनेक्शन देने का टारगेट हमने रखा है।
— PMO India (@PMOIndia) February 23, 2022
इस टारगेट को हासिल करने के लिए आपको अपनी मेहनत और बढ़ानी होगी।
मेरा हर राज्य सरकार से ये भी आग्रह है कि जो पाइपलाइन बिछ रही हैं, जो पानी आ रहा है, उसकी क्वालिटी पर भी हमें बहुत ध्यान देने की ज़रूरत है: PM
गांवों की डिजिटल कनेक्टिविटी अब एक aspiration भर नहीं है, बल्कि आज की ज़रूरत है।
— PMO India (@PMOIndia) February 23, 2022
ब्रॉडबैंड कनेक्टिविटी से गांवों में सुविधाएं ही नहीं मिलेंगी, बल्कि ये गांवों में स्किल्ड युवाओं का एक बड़ा पूल तैयार करने में भी मदद करेगा: PM @narendramodi
ग्रामीण अर्थव्यवस्था का एक बड़ा आधार हमारी महिला शक्ति है।
— PMO India (@PMOIndia) February 23, 2022
फाइनेंशियल इंक्लुज़न ने परिवारों में महिलाओं की आर्थिक फैसलों में अधिक भागीदारी सुनिश्चित की है।
सेल्फ हेल्प ग्रुप्स के माध्यम से महिलाओं की इस भागीदारी को और ज्यादा विस्तार दिए जाने की जरूरत है: PM