ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୪.୦୩.୨୦୨୨) ନିରନ୍ତର ଅଭିବୃଦ୍ଧି ଶକ୍ତି ଶୀର୍ଷକ ଏକ ୱେବିନାରରେ ନିଜର ଅଭିଭାଷଣ ରଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସମ୍ବୋଧିତ ବଜେଟ୍ ପରର ଏହା ହେଉଛି ନବମ ୱେବିନାର ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ‘ନିରନ୍ତର ଅଭିବୃଦ୍ଧି ନିମନ୍ତେ ଶକ୍ତି’ କେବଳ ଭାରତୀୟ ପରମ୍ପରରରେ ଅନୁରଣିତ ହୁଏ ନାହିଁ, ଏହା ଆମର ଭବିଷ୍ୟତ ଆବଶ୍ୟକତା ଓ ଆକାଂକ୍ଷା ପୂରଣ ପାଇଁ ଏକ ବାଟ । ନିରନ୍ତର ବିକାଶ କେବଳ ନିରନ୍ତର ଶକ୍ତି ଉତ୍ସ ବଳରେ ହିଁ ସମ୍ଭବ ବୋଲି ସେ କହିଥିଲେ । ୨୦୭୦ ମସିହା ସୁଦ୍ଧା ନେଟ ଜିରୋରେ ପହଂଚିବା ପାଇଁ ଗ୍ଲାସଗୋଠାରେ କରିଥିବା ଅଙ୍ଗୀକାରବଦ୍ଧତା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ । ସେ ମଧ୍ୟ ଜୀବନର ଦୃଷ୍ଟିକୋଣ ପରିବେଶ ଦୃଷ୍ଟିରୁ ନିରନ୍ତର ଜୀବନଧାରଣ ପ୍ରକ୍ରିୟା ଉପରେ ପର୍ଯ୍ୟବେସିତ ହେବା ଉଚିତ ବୋଲି କହିଥିଲେ । ଆନ୍ତର୍ଜାତିକ ସୌରଚୁକ୍ତି ଭଳି ପ୍ରସଙ୍ଗରେ ଭାରତ ବିଶ୍ୱରେ ନେତୃତ୍ୱ ନେଇଛି । ସେ ମଧ୍ୟ ୫୦୦ଜିଗାୱାଟ ଅଣ ଜୀବାଶ୍ମ ଶକ୍ତି ସାମର୍ଥ୍ୟ ପାଇଁ ଲକ୍ଷ୍ୟଥିବା ତଥା ୨୦୩୦ ମସିହା ସୁଦ୍ଧା ମୋଟ ସାମର୍ଥ୍ୟର ଶତକଡା ୫୦ଭାଗ ଅଣ ଜୀବାଶ୍ମ ଶକ୍ତି ହାସଲ କରିବା ବିଷୟରେ କହିଥିଲେ । “ଭାରତ ଯେକୌଣସି ଲକ୍ଷ୍ୟଧାର୍ଯ୍ୟ କରେ, ମୁଁ ତାହାକୁ ଏକ ଆହ୍ୱାନ ନୁହଁ ବରଂ ସୁଯୋଗଭାବେ ବିବେଚନା କରେ” ବୋଲି ସେ କହିଥିଲେ ।
ଭାରତ ଏହି ଦୃଷ୍ଟିକୋଣ ନେଇ ଗତ କିଛିବର୍ଷ ହେଲା ଚାଲି ଆସୁଛି ଓ ଏହି ନୀତି ଚଳିତବର୍ଷ ବଜେଟରେ ବେଶ ପ୍ରତିଫଳିତ ହୋଇଛି ବୋଲି ସେ କହିଥିଲେ । ଏହି ବଜେଟରେ ୧୯.୫ ହଜାର କୋଟି ଟଙ୍କାର ଉଚ୍ଚକ୍ଷମତା ସମ୍ପନ୍ନ ସୌର ପରିମାପକ ପାଇଁ ବ୍ୟୟବରାଦ ରହିଛି ଓ ଏହା ଭାରତକୁ ଏକ୍ଷେତ୍ରର ଗବେଷଣା ଓ ବିକାଶ ଦିଗରେ ଏକ ମୁଖ୍ୟ ସ୍ଥାନ ଭାବେ ଗଢି ତୋଳିବ ।
ନିକଟରେ ଘୋଷିତ ଜାତୀୟ ଉଦ୍ଯାନ ମିଶନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଥିରେ ଥିବା ଅକ୍ଷୟଶକ୍ତି ଯୋଗୁଁ ଭାରତ ସବୁଜ ଉଦ୍ଯାନର ଏକ ପେଣ୍ଠସ୍ଥଳ ହୋଇପାରିବ । ସେ ଏ କ୍ଷେତ୍ରରେ ଘରୋଇ ଭାଗିଦାରିତା ପାଇଁ ଆହ୍ୱାନ ଜଣାଇଥିଲେ ।
ଶ୍ରୀ ମୋଦୀ ମଧ୍ୟ ଶକ୍ତି ଭଣ୍ଡାରଣର ଆହ୍ୱାନ ଉପରେ ଆଲୋକପାତ କରିବା ସହ ବଜେଟ୍ରେ ଏହା ଉପରେ ବିଶେଷ ଧ୍ୟାନ ଦିଆ ହୋଇଛି ବୋଲି କହିଥିଲେ । “ଚଳିତ ବଜେଟ୍ରେ ବ୍ୟାଟେରୀ ବିନିମୟ ନୀତି ଓ ଆନ୍ତଃ ଚଳନକ୍ଷମ ମାନ ଉପରେ ଧ୍ୟାନ ଦିଆଯାଇଛି । ଦେଶରେ ବୈଦ୍ୟୁତିକ ଯାନବାହନ ଚଳାଚଳ ସମସ୍ୟା ଏହା ଦ୍ୱାରା ହ୍ରାସ ପାଇବ” ବୋଲି ସେ କହିଥିଲେ ।
ଶକ୍ତି ଉତ୍ପାଦନ ସାଙ୍ଗକୁ ଶକ୍ତି ସଞ୍ଚୟ ମଧ୍ୟ ସମଭାବରେ ନିରନ୍ତରତା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ମୋଦୀ କହିଥିଲେ । କମ୍ ଶକ୍ତି ଚାଳିତ ଏ.ସି., ଦକ୍ଷତାଯୁକ୍ତ ହିଟର, ଗୀଜର ଓ ବିଦ୍ୟୁତ ଚୁଲା ଆମ ଦେଶରେ ତିଆରି କରିବା ଉପର ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରିଥିଲେ ।
କମ୍ ଶକ୍ତି ଉପଯୋଗ ଉପରେ ପ୍ରାଧାନ୍ୟ ଦେଇ ପ୍ରଧାନମନ୍ତ୍ରୀ ବହୁଳଭାବେ ବ୍ୟବହୃତ ଏଲଇଡି ବଲ୍ବର ଉଦାହରଣ ଦେଇଥିଲେ । ସେ କହିଥିଲେ ଯେ ସରକାର ପ୍ରଥମେ ଏଲଇଡି ବଲ୍ବ ଦରହ୍ରାସ କରି ତା’ ପରେ ଉତ୍ପାଦନ ବୃଦ୍ଧି କଲେ । ପରେ ଉଜ୍ଜଳା ଯୋଜନା ଅଧୀନରେ ୩୭କୋଟି ବଲ ବଣ୍ଟାଗଲା । ଏହା ଫଳରେ ଦେଶରେ ୪୮ହଜାର ନିୟୁତ କିଲୋୱାଟ ଘଣ୍ଟା ବିଦୁତ୍ୟଶକ୍ତି ବଞ୍ଚାଯିବା ସହ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀ ଗ୍ରାହକଙ୍କ ୨୦ହଜାର କୋଟି ଟଙ୍କା ବିଦ୍ୟୁତବିଲ ବାବଦକୁ ବଞ୍ଚାଯାଇ ପାରିଲା । ଏହାଛଡା ବାର୍ଷିକ ଚାରିକୋଟି ଟନ୍ ଅଙ୍ଗାରକାମ୍ଳ ଉଦ୍ଗୀରଣ ମଧ୍ୟ ହ୍ରାସ ପାଇଲା । ରାସ୍ତା ଆଲୋକ ପାଇଁ ଏଲଇଡି ବଲ୍ବ ବ୍ୟବହାର ଯୋଗୁଁ ପୌର ସଂସ୍ଥାମାନେ ମଧ୍ୟ ବାର୍ଷିକ ଛଅହଜାର କୋଟି ଟଙ୍କା ବଞ୍ଚାଇ ପାରିଛନ୍ତି ବୋଲି ସେ କହିଥିଲେ । ଗ୍ୟାସୀୟ କୋଇଲା କୋଇଲାର ଏକ ସ୍ୱଚ୍ଛ ବିକଳ୍ପ । ଏହି ବର୍ଷ ବଜେଟରେ ଗ୍ୟାସୀୟ କୋଇଲା ନିମନ୍ତେ ଚାରିଟି ବୃହତ ପ୍ରକଳ୍ପ ଘୋଷଣା କରାଯାଇଛି । ବଜେଟ ବ୍ୟୟ ବରାଦ ଯୋଗୁଁ ଏହାର ଆର୍ଥିକ ଓ ବୈଷୟିକ ଦିଗର କାର୍ଯ୍ୟକାରିତା ନେଇ କୌଣସି ପ୍ରଭାବ ପଡିବ ନାହିଁ । ସେହିପରି ସରକାର ମଧ୍ୟ ନିରବଚ୍ଛିନ୍ନ ଭାବେ ଇଥାନେଲ ମିଶ୍ରଣ ଉପରେ ଧ୍ୟାନ ଦେଉଛନ୍ତି । ପ୍ରଧାନମନ୍ତ୍ରୀ ସମବେତ ବ୍ୟକ୍ତିଗଣଙ୍କୁ ମିଶ୍ରଣ ରହିତ ପେଟ୍ରୋଲର ଅତିରିକ୍ତ ଅବକାରୀ ଶୁଳ୍କ ଉପରେ ମଧ୍ୟ ଜଣାଇଥିଲେ । ନିକଟରେ ଇନ୍ଦୋରରେ ଉଦ୍ଘାଟିତ ଗୋବର୍ଦ୍ଧନ ପ୍ଳାଣ୍ଟ ସମ୍ପର୍କରେ ସ୍ମରଣ କରି ଆଗାମୀ ଦୁଇବର୍ଷରେ ଦେଶବ୍ୟାପୀ ଘରୋଇ କ୍ଷେତ୍ର ୫୦୦ରୁ ୧୦୦୦ ପର୍ଯ୍ୟନ୍ତ ଏହି ପ୍ଳାଣ୍ଟ ସ୍ଥାପନ କରିପାରିବେ ବୋଲି କହିଥିଲେ ।
ପ୍ରଧାନମନ୍ତ୍ରୀ ଭବିଷ୍ୟତରେ ଶକ୍ତିର ଅଧିକ ଆବଶ୍ୟକତା ଉପରେ ଆଲୋକପାତ କରି ଅକ୍ଷୟ ଶକ୍ତିର ବ୍ୟବହାର ଉପରୋ ଗୁରୁତ୍ୱଆରୋପ କରିଥିଲେ । ଏହି ଅବସରରେ ସେ ଦେଶରେ ୨୪-୨୫କୋଟି ଘରେ ସ୍ୱଚ୍ଛ ରୋଷେଇ, କେନାଲ କଡରେ ସୋଲାର ପ୍ୟାନେଲ , ଘରୋଇ ଉଦ୍ୟାନରେ ସୌରବୃକ୍ଷ ଓ ଘର ପାଇଁ ସୌର ବୃକ୍ଷରୁ ଶତକଡା ୧୫ଭାଗ ପର୍ଯ୍ୟନ୍ତ ଶକ୍ତି ମିଳିପାରିବ ବୋଲି ସେ କହିଥିଲେ । ବିଦ୍ୟୁତ ଶକ୍ତି ଉତ୍ପାଦନ ବୃଦ୍ଧି ନିମନ୍ତେ ସେ ମଧ୍ୟ ଅଣୁ ଜଳବିଦ୍ୟୁତ ପ୍ରକଳ୍ପ ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଥିଲେ । ବିଶ୍ୱରେ ପ୍ରତିଟି ପ୍ରାକୃତିକ ସମ୍ପଦ ବିଲୟ ଅଭିମୁଖେ ଆଗଉଛି । ଏପରି ପରିସ୍ଥିତିରେ ଚକ୍ରୀୟ ଅର୍ଥନୀତି ହିଁ ଏକମାତ୍ର ପନ୍ଥା ଓ ଏହାକୁ ଆମ ଜୀବନର ଅଭିନ୍ନ ଅଂଶଭାବେ ବିଚେଚନା କରିବାକୁ ହେବ ବୋଲି ସେ କହିଥିଲେ ।