Quoteପ୍ରଥମ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନାରୀଶକ୍ତି ବନ୍ଦନ ଅଧିନିୟମକୁ ଉପସ୍ଥାପନ କଲେ
Quote“ସଂକଳ୍ପକୁ ସିଦ୍ଧିରେ ପରିଣତ କରିବାର ଏହା ସମୟ, ଏହା ମଧ୍ୟ ନୂଆ ଉତ୍ସାହ ଓ ଶକ୍ତି ନେଇ ନୂତନ ଯାତ୍ରା ଆରମ୍ଭ କରିବାର କ୍ଷଣ”
Quote“ସେଙ୍ଗୋଲ ଆମକୁ ଆମ ଅତୀତର ଏକ ଅତି ଗୁରୁତ୍ୱପୂର୍ଣ୍ଣ ଅଂଶ ସହ ଯୋଡୁଛି”
Quote“ନୂଆ ସଂସଦ ଭବନର ଭବ୍ୟତା ଆଧୁନିକ ଭାରତକୁ ଗୌରବ ମଣ୍ଡିତ କରୁଛି, ଆମ ଇଞ୍ଜିନିୟର ଓ ଶ୍ରମିକମାନଙ୍କ ଝାଳ ଏଥିରେ ଲାଗିଛି”
Quote“ନାରୀ ଶକ୍ତି ବନ୍ଦନ ଅଧିନିୟମ ଆମ ଗଣତନ୍ତ୍ରକୁ ଆହୁରି ଅଧିକ ସୁଦୃଢ କରିବ” “ଭବନ ବଦଳିଛି, ଭାବ ବଦଳିବା ଉଚିତ”
Quote“ଆମେ ସମସ୍ତେ ସଂସଦୀୟ ପରମ୍ପରାର ଲକ୍ଷ୍ମଣ ରେଖାକୁ ପାଳନ କରିବା ଆବଶ୍ୟକ”
Quote“ସଂସଦରେ ମହିଳା ସଂରକ୍ଷଣ ବିଲ୍ ଉପସ୍ଥାପନ କରିବାକୁ କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ନିଷ୍ପତ୍ତି ନିଆଯାଇଛି; ୨୦୨୩ ସେପ୍ଟେମ୍ବର ୧୯ର ଏହି ଐତିହାସିକ ଦିବସ ଭାରତ ଇତିହାସରେ ଅମର ହୋଇ ରହିବ”
Quote“ମହିଳାଙ୍କ ନେତୃତ୍ୱାଧୀନ ବିକାଶକୁ ଆଗକୁ ବଢାଇବା ପାଇଁ ଆମ ସରକାର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସମ୍ବିଧାନ ସଂଶୋଧନ ବିଲ୍ ଉପସ୍ଥାପନ କରୁଛି । ଉଭୟ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ଅଂଶଗ୍ରହଣକୁ ସମ୍ପ୍ରସାରିତ କରିବା ଏହି ବିଲ୍‌ର ଉଦ୍ଦେଶ୍ୟ”
Quote“ଦେଶର ସବୁ ମା’, ଭଉଣୀ ଓ ଝିଅମାନଙ୍କୁ ମୁଁ ପ୍ରତିଶ୍ରୁତି ଦେଉଛି ଯେ ଏହି ବିଲ୍‌କୁ ଆଇନରେ ପରିଣତ କରିବାକୁ ଆମେ କୃତସଂକଳ୍ପ”
Quoteସେ ନୂଆ ସଂସଦ ଭବନରେ ପ୍ରଥମ ଅଧିବେଶନର ପ୍ରଥମ ଦିବସରେ ଗୃହକୁ ସାଂସଦମାନଙ୍କୁ ସ୍ୱାଗତ କରିବା ସହ ସର୍ବପ୍ରଥମେ ଉଦ୍‌ବୋଧନ ଦେବାକୁ ବାଚସ୍ପତି ସୁଯୋଗ ଦେଇଥିବାରୁ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଆଜିଠାରୁ ନୂତନ ସଂସଦ ଭବନରେ ସଂସଦୀୟ କାର୍ଯ୍ୟ ଆରମ୍ଭ ହୋଇଛି । ନୂଆ ଲୋକସଭାରେ ପ୍ରଧାନମନ୍ତ୍ରୀ ଗୃହର ସଦସ୍ୟମାନଙ୍କୁ ଉଦ୍‌ବୋଧନ ଦେଇଛନ୍ତି । ଏଥିସହିତ ପ୍ରଥମ କାର୍ଯ୍ୟକ୍ରମରେ ନାରୀଶକ୍ତି ବନ୍ଦନ ଅଧିନିୟମ ଉପସ୍ଥାପନ ହୋଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନୂଆ ସଂସଦ ଭବନର ଏହା ପ୍ରଥମ ଐତିହାସିକ ଅଧିବେଶନ । ସେଥି ପାଇଁ ପ୍ରତ୍ୟେକ ସାଂସଦ ଅଭିନନ୍ଦନର ପାତ୍ର । ସେ ନୂଆ ସଂସଦ ଭବନରେ ପ୍ରଥମ ଅଧିବେଶନର ପ୍ରଥମ ଦିବସରେ ଗୃହକୁ ସାଂସଦମାନଙ୍କୁ ସ୍ୱାଗତ କରିବା ସହ ସର୍ବପ୍ରଥମେ ଉଦ୍‌ବୋଧନ ଦେବାକୁ ବାଚସ୍ପତି ସୁଯୋଗ ଦେଇଥିବାରୁ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି । 

ଏହି ସ୍ୱତନ୍ତ୍ର ଅବସରର ବିଶେଷତ୍ୱ ସମ୍ପର୍କରେ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅମୃତକାଳର ପ୍ରାରମ୍ଭରେ ଭାରତ ନୂଆ ସାଂସଦଭବନରେ ପ୍ରବେଶ କରି ଭବିଷ୍ୟତ ନିମନ୍ତେ ଏକ ସଂକଳ୍ପ ନେଇ ଆଗକୁ ବଢୁଛି । ସମ୍ପ୍ରତି ଭାରତ ହାସଲ କରିଥିବା ସଫଳତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଚନ୍ଦ୍ରଯାନ-୩ର ସଫଳତା ଏବଂ ଜି-୨୦ର ସଫଳ ଆୟୋଜନ କରି ଭାରତ ବିଶ୍ୱ ସ୍ତରରେ ତାହାର ପ୍ରଭାବ ଓ ପ୍ରତିଷ୍ଠା ବଢାଇଛି। ଭାରତକୁ ଏଥି ସହିତ ଆଉ ଏକ ଅନୁପମ ସୁଯୋଗ ମିଳିଛି । ଆମେ ନୂଆ ସଂସଦ ଭବନକୁ ଆଜି ପ୍ରବେଶ କରିଛନ୍ତି । ନୂଆ ସଂସଦ ଭବନ କାର୍ଯ୍ୟକ୍ଷମ ହୋଇଛି । ଗଣେଶ ଚତୁର୍ଥୀର ଶୁଭ ଲଗ୍ନକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରଭୁ ଗଜାନନ ସମୃଦ୍ଧି, ଶୁଭ ବିଚାର ଓ ଜ୍ଞାନର ଦେବତା । ଅତଏବ ତାଙ୍କ୍ ଜନ୍ମ ଦିବସରେ ନୂଆ ଉତ୍ସାହ ଓ ଶକ୍ତି ନେଇ ସଂକଳ୍ପକୁ ସିଦ୍ଧିରେ ପରିଣତ କରିବାକୁ ଯାତ୍ରା ଆରମ୍ଭ କରିବାର ଏହା ଉପଯୁକ୍ତ ଦିନ । ନୂଆ ଆରମ୍ଭ ଓ ଗଣେଶ ଚତୁର୍ଥୀ ଅବସରରେ ଲୋକମାନ୍ୟ ତିଳକ ଗଣେଶ ଚତୁର୍ଥୀକୁ ଦେଶରେ ସ୍ୱରାଜର ଏକ ଆଲୋକ ବର୍ତ୍ତିକାରେ ପରିଣତ କରିବାକୁ ଏକ ମାଧ୍ୟମ ବା ମଂଚରେ ପରିଣତ କରିଥିଲେ । ଆଜି ମଧ୍ୟ ଆମେ ସମାନ ପ୍ରେରଣା ନେଇ ଆଗକୁ ବଢୁଛୁ । 

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଆଜି ମଧ୍ୟ ସମ୍ଭତ୍‌ସାରି ପର୍ବ ପାଳିତ ହେଉଛି । ଏହା କ୍ଷମା କରିବା ବା କ୍ଷମା ଦେବାର ଉତ୍ସବ । କେହି ଯଦି କାହା ପ୍ରତି ଉଦ୍ଦେଶ୍ୟମୂଳକ ବା ଅଣ ଉଦ୍ଦେଶ୍ୟମୂଳକ ଭାବେ କିଛି କାମ କରି କ୍ଷତି ସାଧନ କରିଥାଏ ତା’ ହେଲେ ସେଥିରୁ ମୁକ୍ତି ବା କ୍ଷମା ପାଇବା ପାଇଁ ଏହି ପର୍ବ ପାଳିତ ହୋଇଥାଏ । ଏହି ଉତ୍ସବର ମହତ୍ୱ ହେଲା ମିଚ୍ଛାମି ଦୁକ୍କଦମ ବା ସମସ୍ତଙ୍କୁ କ୍ଷମା କରି ଦେଇ ବା ନିଜ କୃତକର୍ମ ପାଇଁ କ୍ଷମା ଯାଚନା କରି ଅତୀତରେ ସବୁ ତିକ୍ତତାକୁ ଭୁଲି ଆଗକୁ ବଢିବା । 

ଲୋକସଭାରେ ସ୍ଥାପିତ ହୋଇଥିବା ପବିତ୍ର ସେଙ୍ଗଲ ବା ରାଜଦଣ୍ଡ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ନୂଆ ଓ ପୁରୁଣା ମଧ୍ୟରେ ଏକ ସଂଯୋଗ । ଏହି ରାଜଦଣ୍ଡ ସ୍ୱାଧୀନତାର ପ୍ରଥମ ଆଲୋକ । ଦେଶରେ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଏହି ପବିତ୍ର ସେଙ୍ଗଲକୁ ପ୍ରଥମେ ସ୍ପର୍ଶ କରିଥିଲେ । ତେଣୁ ସେଙ୍ଗଲ ଆମକୁ ଆମ ଇତିହାସର ଏକ ଅତି ଗୁରୁତ୍ୱପୂର୍ଣ୍ଣ ଅଂଶ ସହିତ ସଂଯୁକ୍ତ କରୁଛି ।

 ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୂଆ ସଂସଦ ଭବନର ଭବ୍ୟତା ଅମୃତକାଳକୁ ଅଭିଷିକ୍ତ କରୁଛି । ଏହା ମଧ୍ୟ ଏହି ଭବନ ନିର୍ମାଣେରେ ନିୟୋଜିତ ଇଞ୍ଜିନିୟର ଓ ଶ୍ରମିକମାନଙ୍କ ଶ୍ରମ ତଥା ଅବଦାନକୁ ସ୍ମରଣ କରାଉଛି । ମହାମାରୀ ସମୟରେ ମଧ୍ୟ ସେମାନେ ଏହାର ନିର୍ମାଣ କାର୍ଯ୍ୟରେ ଲାଗିଥିଲେ । 

ପ୍ରଧାନମନ୍ତ୍ରୀଙ୍କ ସହିତ ଗୃହର ସମସ୍ତ ସଦସ୍ୟ ଇ-ଇଞ୍ଜିନିୟର ଓ ଶ୍ରମିକମାନଙ୍କ ଅବଦାନର ଉଚ୍ଚ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ୩୦ହଜାରରୁ ଅଧିକ ଶ୍ରମିକ ସଂସଦ ଭବନ ନିର୍ମାଣରେ ନିୟୋଜିତ ଥିଲେ । ସଂସଦରେ ରହିଥିବା ଏକ ଡିଜିଟାଲ ବୁକ୍‌ରେ ସବୁ ଶ୍ରମିକଙ୍କ ନାମ, ଧାମ ଓ ଠିକଣା ସବିଶେଷ ଉଲ୍ଲେଖ ଅଛି ।ଏହି ଭବନ ନିର୍ମାଣରେ ଆମ ଇଞ୍ଜିନିୟର ଓ ଶ୍ରମିକମାନଙ୍କର ଝାଳ ଲାଗିଛି ।

ଆମ କ୍ରିୟା ପରେ ସୃଷ୍ଟି ହେଉଥିବା ପ୍ରଭାବ ଓ ଭାବପ୍ରବଣତା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମର ଆଜିକାର ଭାବନା ଆମ ବ୍ୟବହାରରେ ପ୍ରତିଫଳିତ ହେବ । ଭବନ ବଦଳିଛି ତେଣୁ ଭାବ ମଧ୍ୟ ବଦଳିବା ଆବଶ୍ୟକ । 

ସଂସଦ ଦେଶସେବାର ସର୍ବୋଚ୍ଚ ପୀଠ । ଏହା କୌଣସି ରାଜନୀତିକ ଦଳର ଲାଭ ପାଇଁ ଉଦ୍ଦିଷ୍ଟ ନୁହେଁ । ଏହା କେବଳ ଦେଶର ବିକାଶ ପାଇଁ ଅଭିପ୍ରେତ । ଏହି ଗୃହର ସଦସ୍ୟ ଭାବେ ଆମେ ସମ୍ବିଧାନର ମର୍ଯ୍ୟାଦା ଓ ଚେତନାକୁ ବଜାୟ ରଖିବା ଆବଶ୍ୟକ । ଏହା ଆମର କଥା, ବିଚାର ଓ କାର୍ଯ୍ୟରେ ପ୍ରତିଫଳିତ ହେବା ଉଚିତ । ଶ୍ରୀ ମୋଦୀ ବାଚସ୍ପତିଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ତାଙ୍କ ଦିଗ୍‌ଦର୍ଶନରେ ଗୃହର ପ୍ରତ୍ୟେକ ସଦସ୍ୟ ଆଶାନୁରୂପ ଆଚରଣ ପ୍ରଦର୍ଶନ କରି ସଂସଦର ଆଶା ଆକାଂକ୍ଷା ପୂରଣ କରିବେ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଗୃହରେ ସଦସ୍ୟମାନଙ୍କ ଆଚରଣ ଉପରେ ସର୍ବସାଧାରଣଙ୍କର ନଜର ରହୁଛି । ସେମାନେ ଶାସକ କିମ୍ବା ବିରୋଧୀ ଯେଉଁ ପକ୍ଷରୁ ହୁଅନ୍ତୁ ନା କାହିଁକି ସମସ୍ତଙ୍କ ଆଚରଣ ସମ୍ପର୍କରେ ଲୋକେ ଅବଗତ ହେଉଛନ୍ତି ।

ସାଧାରଣ କଲ୍ୟାଣ ପାଇଁ ସମ୍ମିଳିତ ଆଲୋଚନା ଓ କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକତା ବଳରେ ଆମେ ଲକ୍ଷ୍ୟ ସାଧନ ସହଜରେ କରିପାରିବା । ଆମେ ସମସ୍ତେ ସଂସଦୀୟ ପରମ୍ପରାର ଲକ୍ଷ୍ମଣରେଖାକୁ ମାନିବା ଆବଶ୍ୟକ ।

ସମାଜର ସଫଳ ପରିବର୍ତ୍ତନରେ ରାଜନୀତିର ଭୂମିକା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିବା ବେଳେ ଖେଳକୁଦଠାରୁ ମହାକାଶ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ଅବଦାନ ତଥା ସଫଳତା ବିଷୟରେ ଆଲୋକପାତ କରିଥିଲେ । ଜି-୨୦ ବୈଠକରେ ସମଗ୍ର ବିଶ୍ୱ କିପରି ମହିଳା ନେତୃତ୍ୱଧୀନ ବିକାଶ ସୂତ୍ରକୁ ଗ୍ରହଣ କଲା ସେ ବିଷୟରେ କହିଥିଲେ । ଏ ଦିଗରେ ସରକାରଙ୍କ ପ୍ରୟାସ ଅର୍ଥପୂର୍ଣ୍ଣ ଓ ସଫଳ ହୋଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ୫୦କୋଟି ଜନଧନ ହିତାଧିକାରୀଙ୍କ ମଧ୍ୟରୁ ଅଧିକାଂଶ ମହିଳା ଓ ସେମାନଙ୍କର ବ୍ୟାଙ୍କ ଖାତା ରହିଛି । ମୁଦ୍ରା ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହିଳାମାନଙ୍କୁ କିପରି ଅଗ୍ରାଧିକାର ଦିଆଯାଉଛି ତାହା ମଧ୍ୟ ସେ ସୂଚାଇଥିଲେ । 

ପ୍ରଧାନମନ୍ତ୍ରୀ କହିଥିଲେ, ଯେ କୌଣସି ରାଷ୍ଟ୍ରର ବିକାଶ ଯାତ୍ରାରେ ଏପରି ଏକ ସମୟ ଆସେ ଯେତେବେଳେ ଇତିହାସ ସୃଷ୍ଟି ହୁଏ । ଆଜି ସେମିତି ଭାରତର ବିକାଶ ଯାତ୍ରାରେ ଏକ ସମୟ ଆସିଛି ଯେଉଁଠି ଇତିହାସ ଲେଖା ହେଉଛି । ସଂସଦରେ ମହିଳା ସଂରକ୍ଷଣ ନେଇ ହୋଇ ଆସୁଥିବା ବିଚାର ଆଲୋଚନା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏ ସଂକ୍ରାନ୍ତ ପ୍ରଥମ ବିଲ୍ ସଂସଦରେ ୧୯୯୬ରେ ଉପସ୍ଥାପିତ ହୋଇଥିଲା । ଅଟଳଜୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ଏହି ବିଲ୍ ଏକାଧିକବାର ଉପସ୍ଥାପିତ ହୋଇ ପାରିତ ହୋଇ ପାରି ନ ଥିଲା। କାରଣ ଏଥିପାଇଁ ଆବଶ୍ୟକ ସମର୍ଥନର ଅଭାବ ଥିଲା । ତେଣୁ ମହିଳାମାନଙ୍କର ଏ ସଂକ୍ରାନ୍ତ ସ୍ୱପ୍ନକୁ ବାସ୍ତବ ରୂପ ଦେବା ସମ୍ଭବ ହୋଇ ନ ଥିଲା । ମୁଁ ଭାବୁଛି ଏହି କାମଟିକୁ କରିବା ପାଇଁ ଈଶ୍ୱର ମୋତେ ବାଛିଛନ୍ତି। ସେ କହିଥିଲେ ଯେ ସଂସଦର ମହିଳାମାନଙ୍କ ଏ ସଂକ୍ରାନ୍ତ ସ୍ୱପ୍ନକୁ ବାସ୍ତବ ରୂପ ଦେବା ସମ୍ଭବ ହୋଇ ନ ଥିଲା । ସେ କହିଥିଲେ ସଂସଦରେ ମହିଳାମାନଙ୍କ ପାଇଁ ଆସନ ସଂରକ୍ଷଣ ସଂକ୍ରାନ୍ତ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି । “୨୦୨୩ ସେପ୍ଟେମ୍ବର ୧୯ର ଏହି ଐତିହାସିକ ଦିବସ ଭାରତ ଇତିହାସରେ ଅମର ହେବାକୁ ଯାଉଛି।” ମହିଳାମାନେ ସବୁ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖୁଥିବାରୁ ରାଷ୍ଟ୍ର ନିର୍ମାଣ ପାଇଁ ନୀତି ନିର୍ଦ୍ଧାରଣ ଓ ପ୍ରସ୍ତୁତିରେ ସେମାନଙ୍କୁ ଉଲ୍ଲେଖନୀୟ ଭାବେ ପ୍ରତିନିଧିତ୍ୱ ଦିଆଯିବା ଉଚିତ । ଏହି ଐତିହାସିକ ଦିବସରେ ମହିଳାମାନଙ୍କ ପାଇଁ ସୁଯୋଗର ଦ୍ୱାର ଖୋଲିବାକୁ ସେ ସବୁ ସଦସ୍ୟମାନଙ୍କୁ ଆହ୍ୱାନ ଜଣାଇଥିଲେ । 

ମହିଳା ନେତୃତ୍ୱାଧୀନ ବିକାଶ ସଂକଳ୍ପକୁ ଆଗକୁ ବଢାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ସରକାର ଆଜି ଏକ ବୃହତ୍ ସମ୍ବିଧାନ ସଂଶୋଧନ ବିଲ୍ ସଦନରେ ଉପସ୍ଥାପିତ କରୁଛି । ଏହି ବିଲ୍‌ର ଉଦ୍ଦେଶ୍ୟ ହେଲା ଲୋକସଭା ଓ ସବୁ ରାଜ୍ୟର ବିଧାନସଭାରେ ମହିଳା ପ୍ରତିନିଧିତ୍ୱ ବୃଦ୍ଧି କରାଇବା ଓ ସେମାନଙ୍କୁ ଅଧିକ ଆସନ ଦେବା । ନାରୀଶକ୍ତି ବନ୍ଦନ ଅଧିନିୟମ ପାଇଁ ମୁଁ ଆମର ମା’,ଭଉଣୀ ଓ ଝିଅମାନଙ୍କୁ ଅଭିନନ୍ଦନ ଜଣାଉଛି । ମୁଁ ଦେଶର ସବୁ ମା’, ଭଉଣୀ ଓ ଝିଅମାନଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ଏହି ବିଲ୍‌କୁ ଆଇନରେ ପରିଣତ କରିବାକୁ ଆମେ ଦୃଢ ସଂକଳ୍ପ । ମୁଁ ସଦନରେ ଉପସ୍ଥିତ ଥିବା ସବୁ ସଦସ୍ୟମାନଙ୍କୁ ଅନୁରୋଧ କରୁଛି ଯେ ଏହି ବିଲ୍‌ଟି ଯଦି ସର୍ବସମ୍ମତିକ୍ରମେ ପାରିତ ହୋଇ ଆଇନରେ ପରିଣତ ହୁଏ ତା’ହେଲେ ଏହା ଆମ ପାଇଁ ଏକ ପବିତ୍ର ଶୁଭାରମ୍ଭ ହେବ । ତାହା ହୋଇପାରିଲେ ନୂଆ ଆଇନର ଶକ୍ତି ଓ ସାମର୍ଥ୍ୟ ଅନେକ ବଢିଯିବ । ଅତଏବ ଉଭୟ ଗୃହ ଏହି ମହିଳା ସଂରକ୍ଷଣ ବିଲ୍‌କୁ ସର୍ବସମ୍ମତିକ୍ରମେ ପାରିତ କରିବାକୁ ମୁଁ ସବୁ ସଦସ୍ୟଙ୍କୁ ଅନୁରୋଧ କରୁଛି ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ଶେଷ କରିଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

  • Ravi Shankar September 23, 2023

    नरेंद्र मोदी जी जिंदाबाद
  • Aakash Kumar September 23, 2023

    #मोदी_है_तो_मुमकिन_है 🚩जयतु हिन्दुराष्ट्रम्🚩 🚩जय श्री राम🚩🙏
  • Mahendra singh Solanky Loksabha Sansad Dewas Shajapur mp September 22, 2023

    नवभारत में नारी शक्ति तेरा वंदन!
  • Rajshekhar Hitti September 22, 2023

    Jai Bharat mata
  • CHANDRA KUMAR September 22, 2023

    बीजेपी सोच रहा होगा, सिक्ख "खालिस्तान" मांगता है, कश्मीरी "आजाद काश्मीर" मांगता है, नगा जनजाति "नागालैंड" मांगता है, दक्षिणी भारतीय राज्य "द्रविड़ लैंड" मांगता है। यह सब क्या हो रहा है। भारत के राज्य स्वतंत्रता क्यों मांग रहा है? किससे स्वतंत्रता मांग रहा है? शिवसेना के संजय राऊत ने कहा कि जिस तरह से यूरोपीय संघ में बहुत सारे देश हैं, उसी तरह से भारत भी एक संघ है जिसमें बहुत सारे राज्य है, यहां सिर्फ वीजा नहीं लग रहा है, लेकिन बात बराबर है। ममता बनर्जी चिल्लाते रहती है, बीजेपी संघीय ढांचे को तोड़ रहा है, हम इसे बर्दास्त नहीं करेंगे, सीबीआई को पश्चिम बंगाल नहीं आने देंगे। बीजेपी सोचती है की धारा 370 हटाकर हमने कश्मीर को भारत से जोड़ दिया। यह एक गलतफहमी है। मेरा प्रश्न है, क्या भारत जुड़ा हुआ है? पहले जानते हैं, राज्य किसे कहते हैं, संघ किसे कहते हैं, प्रांत किसे कहते हैं, देश किसे कहते हैं? 1. संघ : दो या दो से अधिक पृथक एवं स्वतंत्र इकाइयों से एकल राजनीतिक इकाई का गठन। 2. राज्य : राज्य शब्द का अर्थ एक निश्चित क्षेत्र के भीतर एक स्वतंत्र सरकार के तहत राजनीतिक रूप से संगठित समुदाय या समाज है। इसे ही कानून बनाने का विशेषाधिकार है। कानून बनाने की शक्ति संप्रभुता से प्राप्त होती है, जो राज्य की सबसे विशिष्ट विशेषता है। भारतीय संविधान के अनुच्छेद 1(1) में कहा गया है, "इंडिया, जो कि भारत है, राज्यों का एक संघ होगा।" 13 दिसंबर, 1946 को जवाहरलाल नेहरू ने एक संकल्प के माध्यम से संविधान सभा के लक्ष्यों और उद्देश्यों को पेश किया था कि भारत, "स्वतंत्र संप्रभु गणराज्य" में शामिल होने के इच्छुक क्षेत्रों का एक संघ होगा। जबकि सरदार वल्लभ भाई पटेल ने,एक मज़बूत संयुक्त देश बनाने के लिये विभिन्न प्रांतों और क्षेत्रों के एकीकरण और संधि पर जोर दिया गया था। संविधान सभा के सदस्य संविधान में 'केंद्र' या 'केंद्र सरकार' शब्द का प्रयोग न करने के लिये बहुत सतर्क थे क्योंकि उनका उद्देश्य एक इकाई में शक्तियों के केंद्रीकरण की प्रवृत्ति को दूर रखना था। अर्थात् एक इकाई अपने स्वतंत्र क्षेत्र में दूसरी इकाई के अधीन नहीं है और एक का अधिकार दूसरे के साथ समन्वित है। हाल ही में तमिलनाडु सरकार ने अपने आधिकारिक पत्राचार या संचार में 'केंद्र सरकार' (Central Government) शब्द के उपयोग को बंद करने एवं इसके स्थान पर 'संघ सरकार' (Union Government) शब्द का उपयोग करने का फैसला किया है। 3. प्रांत : प्रान्त एक प्रादेशिक इकाई है, जो कि लगभग हमेशा ही एक देश या राज्य के अन्तर्गत एक प्रशासकीय खण्ड होता है। 4. देश : एक देश किसी भी जगह या स्थान है जिधर लोग साथ-साथ रहते है, और जहाँ सरकार होती है। संप्रभु राज्य एक प्रकार का देश है। अर्थात् देश एक भौगोलिक क्षेत्र है, जबकि राज्य एक राजनीतिक क्षेत्र है। निष्कर्ष : 1. वर्तमान समय में भारत एक संघ (ग्रुप) है। इस संघ में कोई भी राज्य शामिल हो सकता है और कोई भी राज्य अलग हो सकता है। क्योंकि संप्रभुता राज्य में होती है, संघ में नहीं। संघ राज्यों को सम्मिलित करके रखने का एक प्रयास मात्र है। जिस तरह यूरोपीय संघ से ब्रिटेन बाहर निकल गया, उसी तरह से भारतीय संघ से पाकिस्तान बाहर निकल गया। 2. यदि भारत को "संघ" के जगह पर "राज्य" बना दिया जाए, और भारत के सभी राज्य को प्रांत घोषित कर दिया जाए। तब भारत एक केंद्रीयकृत सत्ता में परिवर्तित हो जायेगा। जिससे सभी प्रांत स्वाभाविक रूप से, भारतीय सत्ता का एक शासकीय अंग बन जायेगा, और प्रांतों की संप्रभुता भारत राज्य में केंद्रित हो जायेगा। फिर कोई भी प्रांत भारत राज्य से अलग नहीं हो सकेगा। प्रांतों की सभी प्रकार की राजनीतिक स्वायत्तता स्वतः समाप्त हो जायेगा। फिर भारत का विभाजन बंद हो जायेगा। 3. जब भारत स्वतंत्र हो रहा था, तब इसमें कई राजाओं को मनाकर शामिल करने की जरूरत थी, सभी राजाओं ने कई तरह की स्वायत्तता और प्रेवीपर्स मनी लेने के बाद भारतीय संघ का सदस्य बनना स्वीकार किया। अब भारत का लोकतंत्र काफी विकसित हो गया है, राजाओं का प्रेवीपर्स मनी खत्म कर दिया गया है। ऐसे में क्षेत्रीय राजनीतिक पार्टियों और क्षेत्रीय विभाजनकारी संगठनों के भारत विभाजन के लालसा को खत्म करने के लिए, अब भारत को एक संघ की जगह, एक राज्य घोषित कर दिया जाए। और भारत के राज्यों को प्रांत घोषित कर दिया जाए। राज्यसभा को प्रांतसभा घोषित कर दिया जाए। राज्य के मुख्यमंत्री को प्रांतमंत्री घोषित कर दिया जाए। इससे क्षेत्रीय विभाजनकारी तत्वों को हतोत्साहित किया जा सकेगा। क्षेत्रीय राजनीतिक दलों के दबंग आचरण को नियंत्रित किया जा सकेगा। जब संप्रभुता केंद्र सरकार में केंद्रित होगा , तभी खालिस्तान, नागालैंड , आजाद काश्मीर जैसी मांगें बंद होंगी। और तभी तमिलनाडु जैसे राज्य , खुद को द्रविड़ देश समझना बंद करेगा और केंद्र सरकार को संघ सरकार कहने का साहस नहीं कर पायेगा। और तभी ममता बनर्जी जैसी अधिनायकवादी राजनीतिज्ञ, केंद्रीय जांच एजेंसी को अपने प्रांत में प्रवेश करने से रोक नहीं पायेगा। 4. कानून बनाने का अधिकार तब केवल भारत राज्य को होगा। कोई भी प्रांत, जैसे बंगाल प्रांत, बिहार प्रांत, कानून नहीं बना सकेगा। क्योंकि प्रांत कोई संप्रभु ईकाई नहीं है। प्रांत भारत राज्य से कानून बनाने का आग्रह कर सकता है, सलाह दे सकता है। भारत राज्य का कानून ही अंतिम और सर्वमान्य होगा। केवल लोकसभा में ही बहुमत से कानून बनाया जायेगा। 5. राज्यसभा का अर्थ होता है, संप्रभुता प्राप्त राज्यों का सभा। इसीलिए राज्य सभा का नाम बदल कर प्रांत सभा कर दिया जाए। लोकसभा को उच्च सदन और प्रांत सभा को निम्न सदन घोषित किया जाए। प्रांत सभा केवल कानून बनाने का प्रस्ताव बनाकर लोकसभा को भेज सकता है। प्रांत सभा किसी कानून के बनते समय केवल सुझाव दे सकता है। प्रांत सभा को किसी भी स्थिति में मतदान द्वारा कानून बनाने में भागीदारी करने का अधिकार नहीं दिया जाए। तभी जाकर केंद्र सरकार वास्तव में प्रभुत्व संपन्न बनेगा। तभी जाकर केंद्र सरकार संप्रभुता को प्राप्त करेगा। तभी जाकर राष्ट्र के विभाजन कारी तत्व की मंशा खत्म होगी। तभी जाकर भारत एक शक्तिशाली राज्य बनकर उभरेगा। 6. अभी भारत का कोई भी राज्य, कोई भी कानून बना सकता है। अभी राज्यसभा किसी भी कानून को पारित होने से रोक सकता है। अभी राज्य सभा उच्च सदन बनकर बैठा है। सोचिए राज्यों ने कितना संप्रभुता हासिल करके रखा है। वह केंद्र सरकार से आजाद होने का सपना देखे, तब इसमें आश्चर्य की क्या बात है। केंद्र सरकार का लोकसभा निम्न सदन बनकर, यह चाहत रखता है की सभी राज्य उसकी बात माने। यह कैसे संभव है। लोकसभा के कानून को राज्यसभा निरस्त करके खुशी मनाता है। कांग्रेस पार्टी कहती है, लोकसभा में बीजेपी बहुमत में है, सभी विपक्षी पार्टी राज्यसभा में बीजेपी के खिलाफ काम करेंगे। और बीजेपी के बनाए कानून को रोक राज्यसभा में रोक देंगे। ऐसे में केंद्र सरकार के पास संप्रभुता कहां है। दरअसल जिस तरह यूरोपीय संघ से ज्यादा यूरोप के राज्यों के पास संप्रभुता है। उसी तरह भारत संघ से ज्यादा भारत के राज्यो के पास संप्रभुता ज्यादा है। 7. अतः भारत को संघ की जगह राज्य बना और राज्यों को प्रांत बना दीजिए। 8. भारतीय संविधान के अनुच्छेद एक में संशोधन करना चाहिए। वर्तमान में, भारतीय संविधान के अनुच्छेद 1(1) में कहा गया है, "इंडिया, जो कि भारत है, राज्यों का एक संघ होगा।" इसे संशोधित करते हुए, भारतीय संविधान के अनुच्छेद 1(1) में कहा जाए, " जम्बूद्वीप, जो की भारत है, प्रांतों का एक राज्य होगा।" 9. दूसरा संशोधन यह करना चाहिए की, "भारतीय संविधान में जहां - जहां पर राज्य शब्द का प्रयोग हुआ है, उन्हें संशोधन के उपरांत प्रांत समझा जाए। क्योंकि भारत संघ की जगह राज्य का स्थान ले चुका है। 10. भारत राजनीतिक रूप से राज्य है और भौगोलिक रूप से देश है। भारत राज्य में से किसी भी प्रांत को स्वतंत्र होकर राज्य बनाने की स्वीकार्यता नहीं दी जायेगी। अर्थात अब कोई खालिस्तान , कोई नागालैंड, कोई आजाद काश्मीर या कोई द्रविड़ प्रदेश बनाने की मांग नहीं कर सकेगा। भारत सरकार वास्तव में तभी एक संप्रभु राज्य, संप्रभु शासक होगा। अभी भारत सरकार, एक तरह से, बहुत सारे संप्रभु राज्यों के समूह का संघ बनाकर शासन चला रहा है। जिस संघ (Group) से सभी राज्य अलग होने की धमकी देते रहता है। यदि भारतवर्ष को विश्वगुरु बनाना है तो भारत में एक शक्तिशाली केंद्र सरकार होना चाहिए। न की एक कमजोर संघीय सरकार। अब संविधान के संघीय ढांचे का विदाई कर देना चाहिए और उपरोक्त दोनों संविधान संशोधन शीघ्र ही कर देना चाहिए।
  • HARGOVIND JOSHI September 20, 2023

    आपश्री का भाषण पूरा सुना हमने दिल और आत्मा प्रसन्न हो गये।
  • HARGOVIND JOSHI September 20, 2023

    भारत की नयी संसद भवन का लोकार्पण करने हेतु माननीय प्रधानमंत्री जी एवं हमारी भारत सरकार को बहुत बहुत बधाई एवं शुभकामनाएं
  • Arun Potdar September 20, 2023

    अमृत वाणी
  • Neeraj Khatri September 20, 2023

    जय हो 🙏
  • Raj kumar September 20, 2023

    Namaskar 🙏 Prime Minister Shri Narendra Modi Ji. Welcome in the new building of the Parliament.
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
India is taking the nuclear energy leap

Media Coverage

India is taking the nuclear energy leap
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 31, 2025
March 31, 2025

“Mann Ki Baat” – PM Modi Encouraging Citizens to be Environmental Conscious

Appreciation for India’s Connectivity under the Leadership of PM Modi