ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ଯୋଜନା କୈନ୍ଦ୍ରିକ ସହରୀ ବିକାଶ’ ଉପରେ ବଜେଟ ପର ଏକ ୱେବିନାରରେ ଆଜି (ତା୦୧.୦୩. ୨୦୨୩) ଅଭିଭାଷଣ ପ୍ରଦାନ କରିଛନ୍ତି । କେନ୍ଦ୍ରୀୟ ବଜେଟ୍-୨୦୨୩ ରେ ଘୋଷିକ ବିଭିନ୍ନ ପଦକ୍ଷେପ ଉପରେ ଜନସାଧାରଣ ପ୍ରସ୍ତାବମାନ ଦେବାକୁ ତଥା ଏହାର କାର୍ଯ୍ୟକାରିତାର ସୁଖମତା ନିମନ୍ତେ ସରକାର ଏହି ୱେବିନାର ଆୟୋଜନ କରୁଛନ୍ତି । ସରକାର ଆୟୋଜନ କରିଥିବା ମୋଟ ୧୨ଟି ୱେବିନାର ମଧ୍ୟରୁ ଆଜିର ଏହା ଷଷ୍ଠ ୱେବିନାର ।
ସମବେତ ଅଂଶଗ୍ରହଣକାରୀଙ୍କୁ ଉଦ୍ବୋଧନ ଦେଇ ସ୍ୱାଧୀନତାର ଏତେବର୍ଷ ପରେ ମଧ୍ୟ ମାତ୍ର ଗୋଟିଏ-ଦୁଇଟି ସହରର ବିକାଶ ହୋଇଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ । ସ୍ୱାଧୀନତାର ୭୫ବର୍ଷରେ ଯଦି ଦେଶରେ ୭୫ଟି ସହର ବିକାଶ ଘଟିଥାନ୍ତା, ତେବେ ସମଗ୍ର ବିଶ୍ୱରେ ଭାରତର ସ୍ଥିତି ପୁରାପୁରି ଅଲଗା ହୋଇଥାନ୍ତା । ଏକ ବିଂଶ ଶତାବ୍ଦୀରେ ପରିବେଶର ଯେପରି ଦ୍ରୁତ ବିକାଶ ଘଟୁଛି, ଯୋଜନାବଦ୍ଧ ନଗରୀ ନିର୍ମାଣ ବର୍ତ୍ତମାନର ଆବଶ୍ୟକତା ବୋଲି ସେ କହିଥିଲେ । ନୂତନ ନଗରୀଗୁଡିକର ବିକାଶ ସହ ବର୍ତ୍ତମାନ ଥିବା ନଗରୀଗୁଡିକରେ ସେବାର ଆଧୁନିକୀକରଣ ସହରୀ ବିକାଶର ଦୁଇଟି ପ୍ରମୁଖ ଦିଗ ବୋଲି କହି ଦେଶର ପ୍ରତ୍ୟେକ ବଜେଟ୍ରେ ସହରାଞ୍ଚଳ ବିକାଶ ଉପରେ, ଦିଆଯାଇଥିବା ଧ୍ୟାନ ଉପରେ ଆଲୋକପାତ କରିଥିଲେ । ସହରାଞ୍ଚଳ ବିକାଶର ମାନ ଉନ୍ନତ କରିବା ପାଇଁ ଚଳିତବର୍ଷ ବଜେଟ୍ରେ ୧୫,୦୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ଓ ଏହା ଯୋଜନାବଦ୍ଧ ସହରୀକରଣରେ ଯଥେଷ୍ଟ ସହାୟକ ବୋଲି ସେ ଆସ୍ଥା ପ୍ରକଟ କରିଥିଲେ ।
ସହରାଞ୍ଚଳ ବିକାଶରେ ଯୋଜନା ଓ ଶାସନ କଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ନଗରୀଗୁଡିକ ବିକାଶ ପାଇଁ ଦୁର୍ବଳ ଯୋଜନା ଓ ତ୍ୱରାନ୍ୱିତ କରିବାରେ ଅବହେଳା ଦେଶର ବିକାଶ ଯାତ୍ରା ପାଇଁ ଏକ ବିରାଟ ଆହ୍ୱାନ ସୃଷ୍ଟି କରିବ । ସ୍ଥାନ ସମ୍ବନ୍ଧୀୟ ଯୋଜନା, ପରିବହନ ଯୋଜନା ଓ ସହରାଞ୍ଚଳ ଭିତ୍ତିଭୂମିକୁ ନେଇ ଅତ୍ୟନ୍ତ ଗୁରୁତ୍ୱର ସହ କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ । ୱେବିନାରର ଅଂଶ ଗ୍ରହଣକାରୀଙ୍କୁ ନିବେଦନ କରି ସେ ମୁଖ୍ୟତଃ ତିନିଟି ପ୍ରଶ୍ନକୁ ପ୍ରାଧାନ୍ୟ ଦେଇ ସହରାଞ୍ଚଳ ଯୋଜନା ବାତାବରଣକୁ ରାଜ୍ୟରେ ମଜବୁତ କରିବାକୁ କହିଥିଲେ । ଦ୍ୱିତୀୟତଃ ଘରୋଇ କ୍ଷେତ୍ରରେ ଉପଳବ୍ଧ ବିଶେଷଜ୍ଞତାକୁ ସହରୀ ଯୋଜନାରେ ପ୍ରୟୋଗ କରିବା ଓ ଶେଷରେ ସହରୀ ବିକାଶ ଯୋଜନାକୁ ନୂତନ ସ୍ତରକୁ ଉନ୍ନୀତ କରିବା ପାଇଁ ଉତ୍କର୍ଷ କେନ୍ଦ୍ରର ବିକାଶ କରିବା । ଯୋଜନାବଦ୍ଧ ସହରାଞ୍ଚଳ ନକ୍ସା ପ୍ରସ୍ତୁତ କରି ପ୍ରତ୍ୟେକ ରାଜ୍ୟ ସରକାର ଓ ସ୍ୱାୟତ୍ତ ଶାସନ ସଂସ୍ଥା ଏକ ବିକଶିତ ଭାରତ ଗଠନ ଦିଗରେ ସେମାନଙ୍କ ଅବଦାନ ଦେଇପାରିବେ । “ସହରୀ ଯୋଜନା ଆମ ନଗରୀ ଗୁଡିକର ଭାଗ୍ୟ ଅମୃତକାଳ ନିର୍ଣ୍ଣେୟ କରିବ ଓ କେବଳ ଉନ୍ନତ ଯୋଜନାବଦ୍ଧ ନଗରୀ ଦେଶର ଭାଗ୍ୟ ନିର୍ଦ୍ଧାରଣ କରିବ” ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ।
ଆମର ନଗରୀଗୁଡିକରେ ଜଳବାୟୁ ନମନୀୟତା ଓ ଜଳ ସୁରକ୍ଷା ପ୍ରଦାନ କେବଳ ଉନ୍ନତ ଯୋଜନା ଦ୍ୱାରା ହିଁ ହୋଇପାରିବ ବୋଲି ସେ କହିଥିଲେ ।
ନୂଆ ନୂଆ ଚିନ୍ତାଧାରା ଦେବାକୁ ସେ ବିଶେଷଜ୍ଞମାନଙ୍କୁ ଅନୁରୋଧ କରିବା ସହ ସେମାନେ ଜିଆଇଏସ୍ ଭିତ୍ତିକ ବୃହତ୍ ଯୋଜନା, ବିଭିନ୍ନ ଯୋଜନା ପଦ୍ଧତିର ବିକାଶ, ମଜବୁତ ମାନବ ସମ୍ବଳ ଓ ସାମର୍ଥ୍ୟ ବୃଦ୍ଧି ଉପରେ ଆଲୋକପାତ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ସେମାନଙ୍କ ଅଭିଜ୍ଞତା ସ୍ୱାୟତ୍ତ ଶାସନ ସଂସ୍ଥାଗୁଡିକୁ ଅନେକ ସୁଯୋଗ ପ୍ରଦାନ କରିବ ବୋଲି ସେ କହିଥିଲେ ।
ପରିବହନ ଯୋଜନା ନଗରବିକାଶର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଓ ଆମ ନଗରୀ ଗୁଡିକର ପରିବର୍ତ୍ତନଶୀଳତା ନିରବଚ୍ଛିନ୍ନ ଭାବେ ରହିବା ଆବଶ୍ୟକ । ୨୦୧୪ ମସିହା ପୂର୍ବ ମେଟ୍ରୋ ସଂଯୋଗୀକରଣ ଉପରେ ଆଲୋକପାତ କରି ସେ କହିଥିଲେ ଯେ ବର୍ତ୍ତମାନ ସରକାର ମେଟ୍ରୋ ସଂଯୋଗୀକରଣ କାର୍ଯ୍ୟ ଅନେକ ନଗରୀରେ କରୁଛନ୍ତି ଓ ଏହା ଅନେକ ଦେଶଗୁଡିକୁ ଏ କ୍ଷେତ୍ରରେ ପଛରେ ପକାଇ ଦେଇଛି । ମେଟ୍ରୋ ବ୍ୟବସ୍ଥାକୁ ମଜବୁତ କରିବା ସହ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସଂଯୋଗୀକରଣ ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ । ନଗରୀଗୁଡିକରେ ସଡକ ପ୍ରଶସ୍ତିକରଣ, ଯାତ୍ରାରେ ଶବ୍ଦ ଓ ବାୟୁ ପ୍ରଦୂଷଣ ହ୍ରାସ (ଗ୍ରୀନ ମୋବିଲିଟି), ରାସ୍ତା, ସୌନ୍ଦର୍ଯ୍ୟକରଣ ଓ ଜଙ୍କସନଗୁଡିକର ବିକାଶ ପରିବହନ ଯୋଜନାରେ ଅନ୍ତର୍ଭୁକ୍ତ ହେବା ଆବଶ୍ୟକ ବୋଲି ସେ କହିଥିଲେ ।
“ଭାରତ ଚକ୍ରୀୟ ଅର୍ଥନୀତିକୁ ସହରୀ ବିକାଶର ମୁଖ୍ୟ ଭିତ୍ତି କରୁଛି” ବୋଲି କହି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବ୍ୟାଟେରୀ ବର୍ଜ୍ୟ, ବିଦ୍ୟୁତ ବର୍ଜ୍ୟ, ଯାନବାହନ ବର୍ଜ୍ୟ, ଟାୟାର ଓ ଖତ ପାଇଁ ବ୍ୟବହୃତ ବର୍ଜ୍ୟ ଭଳି ପୌରସଂସ୍ଥାର ହଜାର ହଜାର ଟନ୍ ବର୍ଜ୍ୟବସ୍ତୁ ଆମର ସୃଷ୍ଟି ହେଉଛି ।
୨୦୧୪ରେ ଶତକଡା ୧୪ରୁ ୧୫ଭାଗ ବର୍ଜ୍ୟ ପରିଚାଳନା ହେଉଥିବାବେଳେ ବର୍ତ୍ତମାନ ପ୍ରାୟ ଶତକଡା ୭୫ଭାଗ ବର୍ଜ୍ୟ ପରିଚାଳନା ହେଉଛି । ଆଗରୁ ପଦକ୍ଷେପ ନିଆଯାଇଥିଲେ ନଗରୀଗୁଡିକର ଶେଷ ଭାଗରେ ପାହାଡ ଆକାରରେ ଆବର୍ଜନା ଜମା ହୋଇ ନ ଥାନ୍ତା । ବର୍ତ୍ତମାନ ନଗରୀଗୁଡିକୁ କୁଢ କୁଢ ଆବର୍ଜନାରୁ ମୁକ୍ତ କରିବା ପାଇଁ ବର୍ଜ୍ୟ ପରିଚାଳନା କରାଯିବା ସହ ପୁନଃ ପ୍ରକ୍ରିୟା କରଣ ଓ ଚକ୍ରୀୟ ବ୍ୟବସ୍ଥା ନିମନ୍ତେ ଅନେକ ଶିଳ୍ପାନୁଷ୍ଠାନଗୁଡିକୁ ସୁଯୋଗ ମଧ୍ୟ ମିଳୁଛି । ଏ ଦିଗରେ ବିରାଟ କାର୍ଯ୍ୟ କରୁଥିବା ଷ୍ଟାର୍ଟଅପ୍ଗୁଡିକୁ ସମସ୍ତେ ସମର୍ଥନ କରିବା ପାଇଁ ଶ୍ରୀ ମୋଦୀ ନିବେଦନ କରିଥିଲେ । ଶିଳ୍ପାନୁଷ୍ଠାନ ଗୁଡିକ ବର୍ଜ୍ୟ ପରିଚାଳନା ପାଇଁ ଅଧିକରୁ ଅଧିକ ଯୋଗଦେବା ଉଚିତ । ନଗରୀଗୁଡିକ ନିର୍ମଳ ପାନୀୟ ଜଳ ଯୋଗାଇବା ପାଇଁ ସଫଳ ହୋଇଥିବା ଅମୃତ ଯୋଜନା ଅମୃତ-୨.୦ ଭାବେ ପୁଣି ଆରମ୍ଭ କରାଯାଇଛି । ଜଳ ଓ ଆବର୍ଜନା ନିଷ୍କାସନ ପାରମ୍ପାରିକ ପଦ୍ଧତିର ଆଗକୁ ଯାଇ ବର୍ତ୍ତମାନ କେତେକ ନଗରୀରେ ବ୍ୟବହୃତ ଜଳର ପ୍ରକ୍ରିୟାକରଣ ହୋଇ ତାହା ଶିଳ୍ପର ବ୍ୟବହାରରେ ଲାଗୁଛି ।
“ଆମର ନୂତନ ନଗରୀଗୁଡିକ ନିଶ୍ଚିତଭାବେ ଆର୍ବଜନା ମୁକ୍ତ , ସୁରକ୍ଷିତ ଜଳ ଓ ଜଳବାୟୁ ନମନୀୟ ହେବା ଦରକାର ବୋଲି ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ ଟୁ-ଟାୟାର ଓ ଥ୍ରୀ-ଟାୟାର ନଗରୀଗୁଡିକରେ ସହରୀ ଭିତ୍ତିଭୂମି ଓ ଯୋଜନା ବାବଦ ପୁଞ୍ଜି ବିନିଯୋଗ ଅଧିକ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଆମର ଭବିଷ୍ୟତରେ ନଗରୀ ଗୁଡିକ ପାଇଁ ସ୍ଥାପତ୍ୟ, ଶୂନ୍ୟ ବର୍ଜ୍ୟ ନିଷ୍କାସନ ମଡେଲ, ଶକ୍ତି ସାପେକ୍ଷ, ଭୂମି ବ୍ୟବହାରରେ ସାମର୍ଥ୍ୟ, ଟ୍ରାନଜିଟ୍ କରିଡର ଓ ଜନ ସେବାରେ କୃତ୍ରିମ ମେଧା ମାନଦଣ୍ଡ ହେବା ଆବଶ୍ୟକ । ସହରୀ ଯୋଜନାରେ ଖେଳ ପଡିଆ ଓ ପିଲାମାନଙ୍କ ପାଇଁ ସାଇକେଲ ଚଲା ପଥ ରଖିବା ଆବଶ୍ୟକ ବୋଲି ସେ କହିଥିଲେ ।
“ ସରକାର କରୁଥିବା ଯୋଜନା ଓ ନୀତି କେବଳ ନଗରବାସୀଙ୍କ ଜୀବନରେ ସ୍ୱାଚ୍ଛ୍ନ୍ଦ୍ୟ, ଆଣିବା ଉଚିତ ନୁହେଁ, ବରଂ ଏହା ସେମାନଙ୍କ ନିଜର ବିକାଶରେ ସହାୟକ ହେବା ଦରକାର” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଚଳିତବର୍ଷ ବଜେଟରେ ପିଏମ୍ ଆବାସ ଯୋଜନା ବାବଦ ୮୦, ୦୦୦କୋଟି ଟଙ୍କାର ବ୍ୟୟବରାଦ ପ୍ରସଙ୍ଗ ଉତଥାପନ କରି ଏଥିପାଇଁ ସିମେଣ୍ଟ, ଇସ୍ପାତ, ରଙ୍ଗ ଓ ଆସବାବପତ୍ରର ଶିଳ୍ପ ମଧ୍ୟ ଲାଭ ପାଇବେ । ସହରାଞ୍ଚଳ ବିକାଶରେ ଭବିଷ୍ୟତ ପ୍ରଯୁ୍କ୍ତି ବିଦ୍ୟାର କ୍ରମବର୍ଦ୍ଧିଷ୍ଣୁ ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏ ଦିଗରେ ତୁରନ୍ତ ଚିନ୍ତା କରିବାକୁ ଷ୍ଟାର୍ଟଅପ୍ ଓ ଶିଳ୍ପସଂସ୍ଥାଗୁଡିକୁ ନିବେଦନ କରିଥିଲେ । ଆମକୁ ପାଖରେ ଥିବା ସମ୍ଭାବନାଗୁଡିକର ସୁବିଧା ନେବା ସହ ଭବିଷ୍ୟତର ସମ୍ଭାବନା ପ୍ରତି ମଧ୍ୟ ଦୃଷ୍ଟି ଦେବା ଆବଶ୍ୟକ । ନିରନ୍ତର ଆବାସ ପ୍ରଯୁକ୍ତିରୁ ନିରନ୍ତର ଓ ସ୍ଥାୟୀ ନଗରୀ ପର୍ଯ୍ୟନ୍ତ ଆମକୁ ନୂତନ ସମାଧାନ ପନ୍ଥା ବାହାର କରିବାକୁ ହେବ ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କର ବକ୍ତବ୍ୟ ଶେଷ କରିଥିଲେ ।
With India urbanising rapidly, it is important to build infrastructure that is futuristic. pic.twitter.com/JTa6iUnqI6
— PMO India (@PMOIndia) March 1, 2023
Three focus areas for urban planning and development... pic.twitter.com/2pIB6uXEuZ
— PMO India (@PMOIndia) March 1, 2023
अमृतकाल में Urban Planning ही हमारे शहरों का भाग्य निर्धारित करेगी। pic.twitter.com/vFEWXiR6Yc
— PMO India (@PMOIndia) March 1, 2023
Encouraging circular economy. pic.twitter.com/ye63rnrvZZ
— PMO India (@PMOIndia) March 1, 2023