ଅଭିବୃଦ୍ଧି ସୁଯୋଗ ସୃଷ୍ଟି ପାଇଁ ଆର୍ଥିକ ସେବା କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଉପରେ ଏକ ବଜେଟ ପରବର୍ତ୍ତୀ ୱେବିନାର ଏଠାରେ ଅନୁଷ୍ଠିତ ହୋଇଯାଇଛି । ବଜେଟ୍ ପରବର୍ତ୍ତୀ ୧୨ଟି ୱେବିନାର ଶୃଙ୍ଖଳାରେ ଏହା ଦଶମ । ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ଏହି ୱେବିନାରରେ ୨୦୨୩ ବଜେଟ୍ର କାର୍ଯ୍ୟକାରିତା ସମ୍ପର୍କରେ ସମ୍ପୃକ୍ତ ସମସ୍ତ ପକ୍ଷଙ୍କ ମତାମତ ଓ ପ୍ରସ୍ତାବ ଲୋଡାଯାଇଛି ।
ଏଥିରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏଭଳି ବଜେଟ୍ ପରବର୍ତ୍ତୀ ୱେବିନାର ମାଧ୍ୟମରେ ସରକାର ବଜେଟ୍ର କାର୍ଯ୍ୟକାରିତା କ୍ଷେତ୍ରରେ ମିଳିତ ମାଲିକାନ ଏବଂ ସମାନ ଅଂଶୀଦାରୀ ପାଇଁ ପଥ ଉନ୍ମୁକ୍ତ କରିଛନ୍ତି । ୱେବିନାରରେ ଉପସ୍ଥାପିତ ମତାମତ, ପ୍ରସ୍ତାବକୁ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି ଏବଂ ବଜେଟ୍ର କାର୍ଯ୍ୟକାରିତାରେ ତାହାକୁ ବିଚାରକୁ ନିଆଯାଉଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ମହାମାରୀର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ କିପରି ପଡିଛି ଏବଂ ଭାରତ ଏହାର କିଭଳି ମୁକାବିଲା କରୁଛି, ସମଗ୍ର ବିଶ୍ୱ ତା’ ଉପରେ ନଜର ରଖିଛି । ଆମ ବିତ୍ତୀୟ ଓ ଆର୍ଥିକ ନୀତି ଉପରେ ସମସ୍ତଙ୍କର ଦୃଷ୍ଟି ରହିଛି । ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତ ତାହାର ଅର୍ଥନୀତିର ମୌଳିକ କ୍ଷେତ୍ର ଓ ସୂତ୍ରଗୁଡିକୁ ଠିକ୍ ରଖିବାରେ ସମର୍ଥ ହୋଇଛି । ବିଗତ ନ’ବର୍ଷ ଧରି ଆମେ ଆମ ଅର୍ଥନୀତିର ମୌଳିକ ଆଧାରକୁ ସୁଦୃଢ କରିପାରିଛୁ । ସମଗ୍ର ବଶ୍ୱ ଯେତେବେଳେ ଭାରତକୁ ସନ୍ଦେହ ଚକ୍ଷୁରେ ଦେଖୁଥିଲା ସେତେବେଳେ ଏହାର ଅର୍ଥନୀତି, ବଜେଟ୍ ଓ ଲକ୍ଷ୍ୟ ଉପରେ ଅନେକ ଆଲୋଚନା କରୁଥିଲେ । କିନ୍ତୁ ଏହାର ରହସ୍ୟ ଭେଦ କରିବା କାହାରି ପକ୍ଷେ ସମ୍ଭବ ନ ଥିଲା । ସମସ୍ତେ ପ୍ରଶ୍ନ ଚିହ୍ନ ଳଗାଇ ପ୍ରସଙ୍ଗକୁ ଛାଡି ଦେଉଥିଲେ। ଆମ ଅର୍ଥନୀତିର ଗତି, ସ୍ଥିତି, ବିତ୍ତୀୟ ଶୃଙ୍ଖଳା, ସ୍ୱଚ୍ଛତା, ପାରଦର୍ଶିତା ସମାବେଶିତା ଆଦି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରି କହିଥିଲେ ଯେ ବିଶ୍ୱାସ ଓ ଆଶା ଏହାକୁ ସୁଦୃଢ କରିଛି ।
ସେ ଆହୁରି କହିଛନ୍ତି ଯେ ଏବେ ଭାରତକୁ ବିଶ୍ୱ ଅର୍ଥନୀତିର ଊଜ୍ଜ୍ୱଳ କ୍ଷେତ୍ର ଭାବେ ନାମିତ କରାଯାଇଛି । ଭାରତ ଏବେ ଜି-୨୦ର ଅଧ୍ୟକ୍ଷ ପଦରେ ରହିଛି । ଭାରତକୁ ମଧ୍ୟ ୨୦୨୧-୨୨ରେ ସର୍ବାଧିକ ଏଫଡିଆଇ ଆସିଛି । ଏହି ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ବା ଏଫଡିଆଇର ବଡ ଭାଗ ମାନୁଫ୍ୟାକଚରିଂ କ୍ଷେତ୍ରରେ ବିନିଯୋଗ ହୋଇଛି । ଏବେ ପିଏଲଆଇ ସ୍କିମର ଲାଭ ନେବାକୁ ଆବେଦନପତ୍ର ଗଦା ହେଉଛି । ଆମେ ବିଶ୍ୱ ଯୋଗାଣ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗରେ ପରିଣତ ହୋଇଛୁ । ଏହି ସୁଯୋଗର ଲାଭ ସମସ୍ତେ ଉଠାଇବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ଭାରତ ନୂଆ ସାମର୍ଥ୍ୟର ସହିତ ଆଗକୁ ବଢୁଛି । ଭାରତର ଆର୍ଥିକ ଜଗତ ସହିତ ସମ୍ପୃକ୍ତ ସବୁପକ୍ଷଙ୍କ ଦାୟିତ୍ୱ ବୃଦ୍ଧି ପାଇଛି । ଆଠ ଦଶବର୍ଷ ତଳେ ଆମ ଆର୍ଥିକ ବ୍ୟବସ୍ଥା ଓ ବ୍ୟାଙ୍କ ବ୍ୟବସ୍ଥା ଏକ ପ୍ରକାର ଉଜୁଡିବା ଅବସ୍ଥାରେ ଥିଲା । ଏବେ ସେଥିରେ ଅବିଶ୍ୱସନୀୟ ପ୍ରଗତି ଆସିଛି । ଆମ ଅର୍ଥ ବ୍ୟବସ୍ଥା ବିଶ୍ୱର ଅନ୍ୟତମ ଦୃଢ ଅର୍ଥ ବ୍ୟବସ୍ଥାରେ ପରିଣତ ହୋଇଛି ଓ ବ୍ୟାଙ୍କ ବ୍ୟବସ୍ଥାରେ ପ୍ରଚୁର ଲାଭ ହେଉଛି। ସର୍ବୋପରି ଦେଶରେ ଏକ ସରକାର ରହିଛି ଯିଏ ସାହସ, ସ୍ପଷ୍ଟତା ଓ ଆତ୍ମ ବିଶ୍ୱାସର ସହିତ ନୀତିଗତ ନିଷ୍ପତ୍ତି ନେଉଛି । ଏବେ ସମୟର ଆବଶ୍ୟକତା ହେଲା ଭାରତୀୟ ବ୍ୟାଙ୍କ ବ୍ୟବସ୍ଥାର ସାମର୍ଥ୍ୟର ଲାଭ ସର୍ବାଧିକ ଲୋକଙ୍କ ପାଖରେ ପହଞ୍ôଚଇବା ଆବଶ୍ୟକ । ବ୍ୟାଙ୍କ ସମୂହ ଅଧିକରୁ ଅଧିକ କ୍ଷେତ୍ରରେ ପହଞ୍ôଚ ହିତାଧିକାରୀଙ୍କ ଅଭବୃଦ୍ଧିରେ ସହାୟକ ହେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି । ସେ କହିଛନ୍ତି ଯେ ମହାମାରୀ ସମୟରେ ୧. ୨୦କୋଟି ଏମ୍ଏସ୍ଏମଇ ସରକାରଙ୍କଠାରୁ ବିପୁଳ ସହାୟତା ପାଇଥିଲା । ଏହା ପରେ ଏହି କ୍ଷେତ୍ରକୁ ୨ଲକ୍ଷ କୋଟି ଟଙ୍କାର ଅତିରିକ୍ତ ବନ୍ଧକ ମୁକ୍ତ ଋଣ ଗ୍ୟାରେଣ୍ଟି ସୁବିଧା ଯୋଗାଇ ଦିଆଯାଇଥିଲା । ଏବେ ବ୍ୟାଙ୍କମାନେ ଏମ୍ଏସ୍ଏମଇ ଗୁଡିକ ପାଖରେ ପହଞ୍ôଚ ସେମାନଙ୍କୁ ଆବଶ୍ୟକ ପରିମାଣର ଋଣ ଯୋଗାଇ ଦେବା ଆବଶ୍ୟକ ।
ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ବର୍ତ୍ତମାନର ଆବଶ୍ୟକତା ହେଲା ଭାରତୀୟ ବ୍ୟାଙ୍କ ବ୍ୟବସ୍ଥାର ଲାଭ ଦେଶର ସର୍ବାଧିକ ଲୋକଙ୍କ ପାଖରେ ପହଞ୍ôଚବା ଆବଶ୍ୟକ । ଆର୍ଥିକ ସମାବେଶୀକରଣ ସଂକ୍ରାନ୍ତ ସରକାରଙ୍କ ନୀତି ଫଳରେ ଦେଶର କୋଟି କୋଟି ଲୋକ ଆନୁଷ୍ଠାନିକ ଅର୍ଥ ବ୍ୟବସ୍ଥାର ଅନ୍ତର୍ଭୁକ୍ତ ହୋଇପାରିଛନ୍ତି । ସେମାନଙ୍କୁ ବ୍ୟାଙ୍କରେ ଖାତା ଖୋଲିବାର ସୁଯୋଗ ମିଳିଛି । ସରକାର କୋଟି କୋଟି ଲୋକଙ୍କୁ ବିଭିନ୍ନ ପ୍ରକାର ଆର୍ଥିକ ଲାଭ ଯୋଗାଉଛନ୍ତି । ବିନା ବ୍ୟାଙ୍କ ଗ୍ୟାଣ୍ଟେିରେ ୨୦ଲକ୍ଷ କୋଟି ଟଙ୍କାର ମୁଦ୍ରା ଋଣ ପ୍ରଦାନ କରାଯାଇଛି । ୪୦ଲକ୍ଷ ଷ୍ଟ୍ରୀଟ ଭେଣ୍ଡର ଓ ଛୋଟ ଦୋକାନୀ ପିଏମ୍ ସ୍ୱନିଧି ଯୋଜନାରେ ବ୍ୟାଙ୍କରୁ ଅର୍ଥ ସହାୟତା ପାଇଛନ୍ତି । ଋଣ ଯୋଗାଣ ବ୍ୟବସ୍ଥାକୁ ସରଳ କରିବା ସହିତ ଏ ବାବଦର ଖର୍ଚ୍ଚକୁ କମ୍ କରିବାକୁ ସେ ପରାମର୍ଶ ଦେଇଛନ୍ତି ।
‘ଭୋକାଲ ଫର ଲୋକାଲ’ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା କେବଳ ଏକ ‘ଚଏସ ବା ପ୍ରସନ୍ଦ ନୁହେଁ, ବରଂ ଏକ ଆତ୍ମ ନିର୍ଭରଶୀଳତାର ଲକ୍ଷ୍ୟ । ଏହା ମଧ୍ୟ ଏକ ଜାତୀୟ ଦାୟିତ୍ୱ । ଭୋକାଲ ଫର ଲୋକଲ ଓ ଆତ୍ମନିର୍ଭରତା ପ୍ରତି ଦେଶର ଜନ ସମର୍ଥନ ପ୍ରକାଶ ପାଇଛି । ଏହା ଫଳରେ ଦେଶର ଉତ୍ପାଦନ ବୃଦ୍ଧି ପାଇବ ଓ ରପ୍ତାନୀ ବଢିବ । ଏବେ ଆମ ରପ୍ତାନୀ ସର୍ବକାଳୀନ ଶ୍ରେଷ୍ଠ ସ୍ଥିତିରେ ଅଛି । ଉଭୟ ଦ୍ରବ୍ୟ ଓ ସେବା କ୍ଷେତ୍ରରେ ଆମ ରପ୍ତାନୀ ଅତି ଭଲ ଅବସ୍ଥାରେ ରହିଛି । ଏହା ସୂଚାଉଛି ଯେ ଭାରତର ସମ୍ଭାବନା ଓ ସାମର୍ଥ୍ୟ ବିଶ୍ୱ ଦରବାରରେ ବଢୁଛି । ସ୍ଥାନୀୟ କାରିଗର, ଶିଳ୍ପୀ ଓ ଉତ୍ପାଦନକାରୀଙ୍କୁ ପ୍ରୋତ୍ସାହିତ କରିବାର ଦାୟିତ୍ୱ ନେବାକୁ ସେ ବ୍ୟବସାୟୀ ମହଲକୁ ଆହ୍ୱାନ ଜଣାଇଛନ୍ତି ।
ସେ ସ୍ପଷ୍ଟ କରିଛନ୍ତି ଯେ ଭୋକାଲ ଫର ଲୋକାଲ କେବଳ ଭାରତୀୟ କୁଟୀର ଶିଳ୍ପରୁ ସାମଗ୍ରୀ କିଣିବାରେ ସୀମିତ ନୁହେଁ, ବାସ୍ତବରେ ଏହା ଏକ ବଡ ପରିକଳ୍ପନା । କେଉଁ କ୍ଷେତ୍ରରେ ଦକ୍ଷତା ନିର୍ମାଣ କରି ଆମେ ଦେଶର ଟଙ୍କା ବଂଚାଇ ପାରିବା ତାହାକୁ ଆମକୁ ଦେଖିôବାକୁ ପଡିବ । ଏହି ପ୍ରସଙ୍ଗରେ ଉଚ୍ଚଶିକ୍ଷା ଓ ଖାଇବା ତେଲର ଉଦାହରଣ ଦେଇ ସେ କହିଥିଲେ ଯେ ଏ କ୍ଷେତ୍ରରେ ଦେଶର ଅଧିକ ଅର୍ଥ ବିଦେଶକୁ ଯାଉଛି ଏବଂ ଏଥି ପାଇଁ ଆମକୁ ଆତ୍ମନିର୍ଭରଶୀଳ ହେବାକୁ ପଡିବ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ପୁଞ୍ଜିଗତ ବ୍ୟୟକୁ ଯଥେଷ୍ଟ ବୃଦ୍ଧି କରିଛନ୍ତି । ଏଥର ବଜେଟ୍ରେ ୧୦ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ଏଥି ପାଇଁ କରାଯାଇଛି । ପିଏମ୍ ଗତିଶକ୍ତି ମାଷ୍ଟର ପ୍ଲାନ ଏଥି ପାଇଁ ବଳ ଯୋଗାଉଛି । ଦେଶର ଘରୋଇ କ୍ଷେତ୍ର ମଧ୍ୟ ସରକାରଙ୍କ ଭଳି ନିଜର ପୁଞ୍ଜିନିବେଶ ବୃଦ୍ଧି କରିବା ଉଚିତ । ଏହା ଦ୍ୱାରା ଦେଶ ସର୍ବାଧିକ ଉପକୃତ ହୋଇପାରିବ ବୋଲି ସେ କହିଛନ୍ତି ।
ବଜେଟ୍ରେ ଟିକସ ଜନିତ ପ୍ରସଙ୍ଗ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜିଏସ୍ଟି ପ୍ରବର୍ତ୍ତନ ଫଳରେ ପୂର୍ବ ତୁଳନାରେ ଏବେ ଜନତାଙ୍କ ଟିକସ ବୋଝ୍ ଯଥେଷ୍ଟ ହ୍ରାସ ପାଇଛି । ଆୟକର ଓ କମ୍ପାନୀ ଟିକସ ହ୍ରାସ ଫଳରେ ସମ୍ପୃକ୍ତ ଟିକସଦାତା ସ୍ୱସ୍ତିର ନିଃଶ୍ୱାସ ମାରୁଛନ୍ତି । ଏହା ସତ୍ୱେ ଦେଶର ଟିକସ ସଂଗ୍ରହ ପରିମାଣ ବଢିଛି । ୨୦୧୩-୧୪ରେ ଦେଶ ମୋଟ ୧୧ଲକ୍ଷ କୋଟି ଟଙ୍କାର ଟିକସ ଆଦାୟ ହୋଇଥିବାବେଳେ ୨୦୨୩-୨୪ରେ ଏହା ୨୦୦% ବଢି ୩୩ ଲକ୍ଷ କୋଟି ଟଙ୍କାରେ ପହଂଚିଛି । ଏହା ଛଡା ବ୍ୟକ୍ତିଗତ ଟିକସ ରିଟର୍ଣ୍ଣ ଫାଇଲ ସଂଖ୍ୟା ୨୦୧୩-୧୪ ତୁଳନାରେ ପ୍ରାୟ ଦୁଇଗୁଣ ବଢି ୨୦୨୦-୨୧ରେ ୬. ୫ କୋଟିରେ ପହଞ୍ôଚଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଟିକସ ପରିସର ବୃଦ୍ଧି ପ୍ରମାଣିତ କରୁଛି ଯେ ସରକାରଙ୍କ ଉପରେ ଲୋକଙ୍କର ଆସ୍ଥା ଓ ବିଶ୍ୱାସ ଅଛି; ସେମାନେ ବିଶ୍ୱାସ କରନ୍ତି ଯେ ଲୋକଙ୍କ ଦ୍ୱାରା ଦିଆଯାଉଥିବା ଟିକସ ଜନକଲ୍ୟାଣ ପାଇଁ ଖର୍ଚ୍ଚ ହେଉଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ‘ଇଣ୍ଡଷ୍ଟ୍ରି ୪.୦’ଯୁଗରେ ଭାରତ ଦ୍ୱାରା ବିକଶିତ ପ୍ଲାଟଫର୍ମ ସମଗ୍ର ବିଶ୍ୱ ପାଇଁ ମଡେଲରେ ପରିଣତ ହୋଇଛି । ରୂପେ ଓ ୟୁପିଆଇ କେବଳ ଶସ୍ତା ଓ ଅତ୍ୟନ୍ତ ନିରାପଦ ଟେକ୍ନୋଲୋଜି ନୁହଁ; ଏହା ମଧ୍ୟ ବିଶ୍ୱରେ ଆମ ପରିଚୟ ବହନ କରୁଛି । ସ୍ୱାଧୀନତାର ୭୫ତମ ବର୍ଷରେ ୭୫ହଜାର କୋଟିର ଡିଜିଟାଲ କାରବାର ଆମ ୟୁପିଆଇର ସମ୍ପ୍ରସାରଣ ଓ ଲୋକପ୍ରିୟତାକୁ ପ୍ରମାଣିତ କରୁଛି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଅନେକ ସମୟରେ ଗୋଟିଏ ଗୋଟିଏ ଛୋଟ ପଦକ୍ଷେପ ବିରାଟ ପରିବର୍ତ୍ତନ ଆଣିଥାଏ । କୌଣସି ସାମଗ୍ରୀ କିଣିବାବେଳେ କ୍ରୟର ରସିଦ୍ ଆଣିବାକୁ ନ ଭୁଲିବାକୁ ସେ ପରାମର୍ଶ ଦେଇଛନ୍ତି । ଏହା ଦ୍ୱାରା ଟିକସ ଠକି ହେବ ନାହିଁ ଏବଂ ଦେଶର ବିକାଶ ଘଟିବ ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣର ଉପସଂହାରରେ କହିଥିଲେ ଯେ ଦେଶର ଅର୍ଥନୀତିକ ବିକାଶର ଲାଭ ପ୍ରତ୍ୟେକ ବର୍ଗ ଓ ବ୍ୟକ୍ତିଙ୍କ ପାଖରେ ପହଞ୍ଚିବା ଉଚିତ । ସେହି ଲକ୍ଷ୍ୟ ରଖି ସମସ୍ତେ କାମ କରିବା ଆବଶ୍ୟକ । ଏକ ଉତ୍ତମ ତାଲିମପ୍ରାପ୍ତ ପେସାଦାର ଲୋକବଳ ସୃଷ୍ଟି ଉପରେ ସେ ଗୁରୁତ୍ୱ ଦେବା ସହିତ ସବୁ ଭବିଷ୍ୟବାଦୀ ବିଚାର ଓ ପ୍ରସ୍ତାବ ଉପରେ ବ୍ୟାପକ ଚର୍ଚ୍ଚା କରିବାକୁ ପରାମର୍ଶ ଦେଇଛନ୍ତି ।
भारत Financial Discipline, Transparency और Inclusive अप्रोच को लेकर चल रहा है तो एक बड़ा बदलाव भी हम देख रहे हैं। pic.twitter.com/6GHWhbiICn
— PMO India (@PMOIndia) March 7, 2023
आज समय की मांग है कि भारत के बैंकिंग सिस्टम में आई मजबूती का लाभ ज्यादा से ज्यादा जमीन तक पहुंचे। pic.twitter.com/Fp7QFXwaNl
— PMO India (@PMOIndia) March 7, 2023
Government's policies related to financial inclusion have made crores of people a part of the formal financial system. pic.twitter.com/msWPOZlK5j
— PMO India (@PMOIndia) March 7, 2023
'Vocal for local' और आत्मनिर्भरता मिशन के लिए देश में एक अभूतपूर्व उत्साह हम देख रहे हैं। pic.twitter.com/G0QXTBEeci
— PMO India (@PMOIndia) March 7, 2023
हमें अलग-अलग geographical areas और economic sectors की प्रगति के लिए काम करने वाले प्राइवेट सेक्टर को भी ज्यादा से ज्यादा सपोर्ट करना होगा। pic.twitter.com/UFGAzQpgTa
— PMO India (@PMOIndia) March 7, 2023
एक समय तो हर तरफ यही बात छाई रहती थी कि भारत में टैक्स रेट कितना ज्यादा है।
— PMO India (@PMOIndia) March 7, 2023
आज भारत में स्थिति बिल्कुल अलग है। pic.twitter.com/xjaTjFQH2E
भारत के पास ऐसे talent, infrastructure और innovators हैं, जो हमारे financial system को top पर पहुंचा सकते हैं। pic.twitter.com/8sjbVf11z8
— PMO India (@PMOIndia) March 7, 2023
RuPay और UPI, सिर्फ कम लागत और अत्यधिक सुरक्षित टेक्नॉलजी भर नहीं है, बल्कि ये दुनिया में हमारी पहचान है। pic.twitter.com/X6OI6ikSeZ
— PMO India (@PMOIndia) March 7, 2023